ଅଲିଭ

ଅଲିଭ ଲେସ ଭୃଙ୍ଗ

Froggattia olivinia

ପୋକ

5 mins to read

ସଂକ୍ଷେପରେ

  • ପତ୍ର ପୃଷ୍ଠରେ ଦାଗ ଯୁକ୍ତ ବିବର୍ଣ୍ଣତା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ପତ୍ର ପୃଷ୍ଠର ହଳଦିଆ ଛାପ (ଦାଗଯୁକ୍ତ ବିବର୍ଣ୍ଣତା) ଯାହା ବାଦାମୀ ହୋଇଯାଏ ଏବଂ ଶେଷରେ ପତ୍ର ଝଡିଯାଏ।ଏହି କ୍ଷତି ଫସଲରେ ଅଧିକ ପତ୍ରଝଡା ଦିଏ ଏବଂ ଫଳ ଅମଳ ହ୍ରାସ କରାଏ।

Recommendations

ଜୈବିକ ନିୟନ୍ତ୍ରଣ

ଛୋଟ ସ୍ତର କ୍ଷେତ୍ରରେ, ଜୈବିକ ଉପଚାର ସଫଳ ହୋଇପାରେ। ଲେସ ଭୃଙ୍ଗର ଏକ ଅଣ୍ଡା ପରଜୀବୀ ଥିବା ଜଣା ଯାଇଛି, କିନ୍ତୁ ଏହା ପ୍ରାୟତଃ ଅନେକ ପାରମ୍ପରିକ ଅଲିଭ ବଗିଚାରେ ନଥାଇପାରେ, ନିର୍ଦ୍ଦିଷ୍ଟ ଭାରେ ଯଦି ଭୂମି ଖାଲି ଅଛି। (ଅଣ୍ଡା ପରଜୀବୀ ଗୁଡିକ ସାଧାରଣତଃ ମହୁ ଖାଦକ ଅଟନ୍ତି)। ସବୁଜ ଝାଲର ଡେଣା ଭୃଙ୍ଗ ଏକ ସବୁଠାରୁ ସାଧାରଣ ପରଭକ୍ଷୀ ଯାହାକି ଫଳପ୍ରଦ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଏ।

ରାସାୟନିକ ନିୟନ୍ତ୍ରଣ

ରାସାୟନିକ ଉପଚାର ପ୍ରୟୋଗ କଲେ ଯଦି ସିଞ୍ଚନ ଠିକ ଭାବରେ କରାଯାଏ। ଲେସ ଭୃଙ୍ଗକୁ ମାରିବା ସହଜ ହୋଇଥାଏ। ପ୍ରାକୃତିକ ପାଇରେଥ୍ରମ (ପାଇରେଥ୍ରିନ) ଏବଂ ରାସାୟନିକ ପାଇରେଥ୍ରମ (ପାଇରେଥ୍ରଏଡ) ଲେସ ଭୃଙ୍ଗ ନିୟନ୍ତ୍ରଣ କରିବାରେ ଫଳପ୍ରଦ ହୋଇଥାଏ। ଫେଟି ଏସିଡର ପୋଟାସିୟମ ଲୁଣ, ଯାହାକି ସାବୁନ ଲୁଣ ଭାବରେ ଜଣାଶୁଣା, ଏହି କୀଟକୁ ନିୟନ୍ତ୍ରଣ କରୁଥିବା ଜଣା ଯାଇଛି। ଉତ୍ପାଦନ ସ୍ତରରେ କିଛି ଅର୍ଗାନୋଫସ୍ଫେଟ ବ୍ୟବହାର କରାଯାଇ ପାରେ। 10-14 ଦିନ ପରେ ନୂଆରେ ଫୁଟିଥିବା ନିମ୍ଫ ବା ଶୂକ ନିୟନ୍ତ୍ରଣ ପାଇଁ ଦ୍ଵିତୀୟ ସିଞ୍ଚନ ପୁନଃ ପ୍ରୟୋଗ କରନ୍ତୁ। କୀଟନାଶକ ପ୍ରୟୋଗ କରିବା ସମୟରେ, ସର୍ବଦା ସୁରକ୍ଷାତ୍ମକ ପୋଷାକ ପିନ୍ଧନ୍ତୁ ଏବଂ ଉତ୍ପାଦ ଲେବେଲରେ ଥିବା ନିର୍ଦ୍ଦେଶ ତଥା ମାତ୍ରା, ପ୍ରୟୋଗ ସମୟ ଏବଂ ଅମଳ-ପୂର୍ବ ଅନ୍ତର ମାନନ୍ତୁ। ସର୍ବଦା କୀଟନାଶକ ପ୍ରୟୋଗର ଆଞ୍ଚଳିକ ନିୟମ ପାଳନ କରନ୍ତୁ।

ଏହାର କାରଣ କଣ

ଫ୍ରୋଗାଟିଆ ଅଲିଭିନିଆ ଦ୍ଵାରା କ୍ଷତି ହୋଇଥାଏ। କ୍ଷତିଗ୍ରସ୍ତ ପତ୍ରର ତଳ ପଟେ ଗୁଚ୍ଛ ଭାବରେ ଥିବା କୀଟ ମଧ୍ୟରୁ ବିଭିନ୍ନ ଅବସ୍ଥା ସହଜରେ ଚିହ୍ନଟ କରି ହୁଏ। ଗଛ ଉପରେ ଶୀତସୁପ୍ତି କରିଥିବା ଅଣ୍ଡା ସାଧାରଣତଃ ବସନ୍ତ କିମ୍ବା ବିଳମ୍ବ ଶୀତରେ ଫୁଟିବାକୁ ଆରମ୍ଭ କରେ। ବୟସ୍କମାନେ ଅଳ୍ପ ଦୂର ଉଡି ପାରନ୍ତି। ଅପରିପକ୍ଵ ଏବଂ ବୟସ୍କ କୀଟ ଖାଇବା ଦ୍ଵାରା ପତ୍ର ପୃଷ୍ଠରେ ହଳଦିଆ ଛାପ ସୃଷ୍ଟି ହୋଇଥାଏ। ଜଳବାୟୁ ଉପରେ ନିର୍ଭର କରି ପ୍ରତି ବର୍ଷ ଅଲିଭ ଲେସ ଭୃଙ୍ଗର ଅନେକ ପିଢୀ ହୋଇପାରେ। ବୃଦ୍ଧି ଋତୁ ସାରା ନୂଆ ଆକ୍ରମଣ ନିୟମିତ ଭାବରେ ହୋଇପାରେ। ସବୁ ଚଳନଶୀଳ ଅବସ୍ଥାରେ ଗୋଜିଆ ଏବଂ ଶୋଷିବା ପାଟି ଅଂଶ ଥାଏ, ତେଣୁ ସବୁ ଅବସ୍ଥା କ୍ଷତି କରିପାରେ।


ସୁରକ୍ଷାତ୍ମକ ଉପାୟ

  • କୀଟପତଙ୍ଗ ସଂକ୍ରମଣ ବିଷୟରେ ଜାଣିବା ପାଇଁ ବସନ୍ତର ଆରମ୍ଭରେ ଗଛଗୁଡିକ ଉପରେ ନଜର ରଖନ୍ତୁ। ଭୃଙ୍ଗ କାର୍ଯ୍ୟକଳାପ ଦେଖାଯିବା ହେବା ମାତ୍ରେ ନିୟନ୍ତ୍ରଣ ପଦକ୍ଷେପ ପ୍ରୟୋଗ କରନ୍ତୁ। ନିୟନ୍ତ୍ରଣ ନହେଲେ ଲେସ୍ ଭୃଙ୍ଗ ସଂଖ୍ୟା ଶୀଘ୍ର ସୃଷ୍ଟି ହୋଇପାରେ। ନିୟନ୍ତ୍ରଣ ପ୍ରଣାଳୀକୁ ସୁଗମ କରିବା ପାଇଁ ଅତ୍ୟଧିକ ସଂକ୍ରମିତ ଗଛଗୁଡିକୁ ଛେଦନ କରନ୍ତୁ। ଛେଦନ କରିବା ଦ୍ୱାରା ଅତ୍ୟଧିକ କ୍ଷତିଗ୍ରସ୍ତ ଗଛଗୁଡ଼ିକୁ ପୁନଃ ଡାଳ ଆସିବାରେ ସାହାଯ୍ୟ କରିବ। କୀଟନାଶକ ଉପରେ ନିୟମିତ ନିରୀକ୍ଷଣ ଦ୍ଵିସାପ୍ତାହିକ ଭିତ୍ତିରେ ଆବଶ୍ୟକ ହୋଇଥାଏ, ବିଶେଷତଃ ସମାନ ଋତୁରେ ପ୍ରଥମ ସଂକ୍ରମଣ ପରେ। ବଗିଚାର କଡେ କଡେ ଅଧିକ ଧ୍ୟାନ ଦିଅନ୍ତୁ, ଯେହେତୁ ଏହି ପୋକ ସଂଖ୍ୟା କଡ ଆଡକୁ ଗତି କରିପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ