ଅନ୍ୟ

ଗଜା ମାଛି

Atherigona sp.

ପୋକ

5 mins to read

ସଂକ୍ଷେପରେ

  • ମାଛିର ଅଂକୁରିତ ଛୁଆମାନେ( ଲାଙ୍ଗୁଡା ପୋକ ବା ମାଗଟ ) ନୁଆ ଚାରାର ଗଜାକୁ ଖାଇ ଯାଆନ୍ତି ଯାହା ଦ୍ୱାରାକି "ମଞ୍ଜ କିଳା" ସୃଷ୍ଟି ହୋଇଥାଏ । ନୁଆ ଗଜା ଉପରେ ପ୍ରବେଶ ସ୍ଥାନ ଉପରେ ବୃତ୍ତାକାର କଟା ଦାଗ ଦେଖାଯାଇଥାଏ । ପତ୍ରଗୁଡିକ ହଳଦିଆ-ସବୁଜ ରଂଗରେ ପରିଣତ ହୁଅନ୍ତି ଓ ନଇଁ ଯାଆନ୍ତି, ଚାରା ଗୁଡିକ ରୁଗୁଡିଆ ହୁଅନ୍ତି ।.

ମଧ୍ୟ ଦେଖା ଯାଇପାରେ

6 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ଗହମ ଓ ମକାରେ ମାଛିର ଅଂକୁରିତ ଛୁଆମାନେ( ଲାଙ୍ଗୁଡା ପୋକ ବା ମେଗଟ ) ନୁଆ ଚାରାର ଗଜାକୁ ଖାଇ ଯାଆନ୍ତି ଯାହା ଦ୍ୱାରାକି "ମଞ୍ଜ କିଳା" । ସାଧାରଣତଃ ପ୍ରଥମ ପତ୍ରଛଦ ଉପରେ ଥିବା ନୁଆ ଗଜା ଉପରେ ପ୍ରବେଶ ସ୍ଥାନ ଉପରେ ବୃତ୍ତାକାର କ୍ଷତ, ଦେଖାଯାଇଥାଏ । ବାହାରୁଥିବା ପତ୍ରରେ କ୍ଷତିର ଲକ୍ଷଣ ସଂକ୍ରମଣର 6-7 ଦିନ ପରେ ସ୍ପଷ୍ଟ ଦେଖା ଯାଇଥାଏ । କଟି ଯାଇଥିବା ପତ୍ର ଗୁଡିକ ଧୂସର ସବୁଜ କିମ୍ବା ହଳଦିଆ-ସବୁଜ ରଂଗରେ ପରିଣତ ହୁଅନ୍ତି ଓ ନଇଁ ଯାଆନ୍ତି,ଓ ଭିତର ଆଡକୁ ଧାର ଠାରୁ ମୋଡି ହୋଇଯାଇଥାଏ । ମାରାତ୍ମକ ଭାବେ ଆକ୍ରାଂନ୍ତ ହୋଇଥିବା ଚାରାଗୁଡିକ ଝାଉଁଳି ଯାଆନ୍ତି, ଅଗ୍ର ବୃଦ୍ଧି ବନ୍ଦ ହୋଇଯାଏ ଓ ଗଛ ରୁଗୁଡିଆ ହୋଇଯାଏ । ସାଧାରଣତଃ ଗୋଟିଏ ଚାରାରେ ଗୋଟିଏ ଲାର୍ଭା ବା ଶୂକ ମିଳିଥାଏ, ଯଦିଓ ମାଇ ମାଛି ଅଧିକ ଅଣ୍ଡା ଦେଇ ଥାଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଆଜି ଯାଏଁ ଏହି କୀଟର ଜୈବୀକ ଉପଚାର ବିଷୟରେ ଜଣା ନାହିଁ । ଯଦି ଆପଣଂକୁ କିଛି ଜୈବୀକ ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିରାକରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । ବର୍ତ୍ତମାନ ପାଇଁ ସୁପାରିସ କରାଯାଉଛି ଯେ ଫସଲକୁ ଏହି ପ୍ରକୋପରୁ ବଂଚେଇବା ପାଇଁ ଅତି ଶୀଘ୍ର ବିହନ ବୁଣି ନିଅନ୍ତୁ ଯାହା ଦ୍ୱାରା କି ଏମାନଂକ ଚରମ ସଂଖ୍ୟାରୁ ବଂଚି ପାରିବେ । ପାଇରିଥ୍ରୋଏଡ୍ କୀଟନାଶକ ସାହାଯ୍ୟରେ ଏହି ସଂଖ୍ୟାର ନିୟନ୍ତ୍ରଣ କରାଯାଇପାରେ.

ଏହାର କାରଣ କଣ

ଆଥେରିଗୋନା ପ୍ରଜାତିର କେତେକ ମାଛିର ଲାର୍ଭା ଗୁଡିକ କ୍ଷତି କରିଥାଆନ୍ତି । ଏହି ଛୋଟ ଧୂସର ରଂଗର ମାଛି ଗୁଡିକ ସବୁ ଫସଲ ଓ ମୁଖ୍ୟତଃ ଗହମ, ମକା ଓ ଯବା ଭଳି ମୁଖ୍ୟ ଶସ୍ୟକୁ ଆକ୍ରମଣ କରନ୍ତି । ଅନ୍ୟ ଶସ୍ୟ ଯେପରିକି ମରିଚ, ବିନ୍ସ ବା ଡାଲି ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । ମାଇ ମାଛି ଗୋଟିଏ ଲେଖାଏଁ କିମ୍ବା ବିରଳ ଭାବେ ଜୋଡାରେ, ଚାରାର ମୂଳରେ ମାଟି ଉପରେ ଅଣ୍ଡା ଦେଇ ଥାଆନ୍ତି(3-4 ପତ୍ର ଚରଣ ଥିବା ଅନୂକୁଳ ହୋଇଥାଏ) । ମାଟି ଉପରେ କୃଷି ଫାର୍ମ ଖତର ଉପଯୋଗ କଲେ ଅଧିକ ମାଇ ମାଛିକୁ ଆକର୍ଷଣ କରିଥାଏ ଓ ଅଣ୍ଡାଦେବା ବଢେଇ ଦେଇଥାଏ । ନୂତନ ଭାବେ ଜନ୍ମ ନେଇଥିବା ଲାର୍ଭା ଗୁଡିକ ଅଣ୍ଡାକୃତିର ଓ ଧଳା ରଂଗର ହୋଇଥାଆନ୍ତି । ଏମାନେ ଗଛ ଉପରକୁ ଚଢି ଯାଆନ୍ତି ଓ ନୂଆ ଗଜାର ନରମ ଅଂଶକୁ ଚର୍ବଣ କରିବା ଉଦ୍ଦେଷ୍ୟରେ ଲାଖି ଯାଆନ୍ତି , ସାଧାରଣତଃ ପ୍ରଥମ ପତ୍ରଛଦର ସାମାନ୍ୟ ଉପରେ । କୋଷା ପ୍ରସ୍ତୁତି ସାଧାରଣତଃ କାଣ୍ଡରମୂଳରେ ହୋଇଥାଏ । ଏହି ମାଛିଗୁଡିକ ମଧ୍ୟ ଓ ଦକ୍ଷିଣପୂର୍ବ ଏସିଆରେ ଅତ୍ୟଧୀକ କ୍ଷତିକାରକ କୀଟ ହୋଇପାରନ୍ତି.


ସୁରକ୍ଷାତ୍ମକ ଉପାୟ

  • ସଂକ୍ରମିତ ଜମି ସ୍ଥାନରୁ ସୁସ୍ଥ ଜମି ସ୍ଥାନକୁ ମାଟି ନିଅନ୍ତୁ ନାହିଁ.
  • ଯଦି ସମ୍ଭବ ତାହେଲେ ସହନୀୟ କିସମର ଚାଷ କରନ୍ତୁ । କେତେକ କ୍ଷେତ୍ରରେ , ଶୀଘ୍ର ବିହନ ବୁଣିବା ଦ୍ୱାରା ଆପଣ ଶସ୍ୟକୁ ସଂବେଦନଶୀଳ ଅବସ୍ଥା(ନୂଆ ଚାରା ଅବସ୍ଥା) ରେ ଯେତେବେଳେକି ମାଛି ମାନେ ନିଜ ଚରମ ଜନସଂଖ୍ୟାରେ ଥାଆନ୍ତି, ବଂଚେଇପାରିବେ । ଡେରିରେ ବିହନ ବୁଣିବା ଦ୍ୱାରା ମଧ୍ୟ ମକା ଶସ୍ୟର ମଞ୍ଜ କିଳା ସମ୍ଭାବନାକୁ ଆପଣ କମେଇପାରିବେ । ଜମି ଭିତରୁ ଓ ଚାରି ପାଖରୁ ଅନାବନା ଘାସକୁ କାଢି ନିଅନ୍ତୁ । ଏକ ଉତ୍ତମ ଓ ସମତୁଲ ସାର ପ୍ରୟୋଗ କାର୍ଯ୍ୟକ୍ରମର ଯୋଜନା କରନ୍ତୁ । ଗଛ ଉଠିବା ପରେ କୃଷି ଫାର୍ମ କ୍ଷତ ପ୍ରୟୋଗ କରନ୍ତୁ ନାହି । କୀଟନାଶକ ପ୍ରୟୋଗକୁ ନିୟନ୍ତ୍ରିତ କରନ୍ତୁ ଯେପରିକି ଉପକାରୀ କୀଟ ଗୁଡିକର ହାନି ନ ହେଉ । ଅମଳ ପରେ ଅସଂବେଦନଶୀଳ ଫସଲ ସହ ଫସଲ ପର୍ଯ୍ୟାୟ ଯୋଜନା ବନାନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ