ଲେମ୍ବୁଜାତୀୟ

ବାଦାମୀ କଅଁଳ କାତିପୋକ

Coccus hesperidum

ପୋକ

5 mins to read

ସଂକ୍ଷେପରେ

  • ବାଦାମୀ କଅଁଳ କାତିପୋକ କାଣ୍ଡ, ପତ୍ର, ସବୁଜ ଡାଳ ଏବଂ କେବେକେବେ ଫଳ ଖାଇଥାଏ.
  • ଖାଇବା ଦ୍ୱାରା ପତ୍ର ହଳଦିଆ ହୋଇଯାଏ ଏବଂ ଅତ୍ୟଧିକ ସଂକ୍ରମଣରେ ପତ୍ରଝଡ଼ା ମଧ୍ୟ ହୋଇପାରେ.
  • କାତିପୋକ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପରୋକ୍ଷ ଭାବେ କଳା ଫିମ୍ପିର ବିକାଶ ଅଧିକ କ୍ଷତି କରିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ଲକ୍ଷଣଗୁଡିକ ସଂକ୍ରମଣର ତୀବ୍ରତା ଓ ଲେମ୍ବୁଜାତୀୟ ଫସଲର ପ୍ରକାର ଉପରେ ନିର୍ଭର କରେ (ବିଶଷେଶ କରି ଲେମ୍ବୁ ଓ ଗ୍ରେପଫ୍ରୁଟ ଏହି ପୋକ ପାଇଁ ସମ୍ବେଦନଶୀଳ). କାତିପୋକ କାଣ୍ଡ, ପତ୍ର, ସବୁଜ ଡାଳ ଏବଂ ବେଳେବେଳେ ଜମି ପାଖ ପାଖି ଥିବା ଫଳ ଉପରେ ରହି ଖାଇଥାଏ. ବହୁତ ସମୟରେ ଅସଂଖ୍ୟ ପୋକ ସଂଖ୍ୟା ବିକାଶ ହେବା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ କ୍ଷୟକ୍ଷତି ଜଣା ପଡ଼ିନଥାଏ. ଖାଇବା ଦ୍ୱାରା ପତ୍ର ହଳଦିଆ ହୋଇଯାଏ ଏବଂ ଅତ୍ୟଧିକ ସଂକ୍ରମଣରେ ପତ୍ରଝଡ଼ା ମଧ୍ୟ ହୋଇପାରେ. ପୋକ ଦ୍ୱାରା ପ୍ରସ୍ତୁତ ହୋଇଥିବା ମହୁ ଉବିନ୍ଦୁ ପରେ କଳା ଫିମ୍ପି ସୃଷ୍ଟି ହୋଇପାରେ ଯାହା ପତ୍ର ଓ ଫଳକୁ କଳା କରିଦିଏ. କାତିପୋକ ଅପେକ୍ଷା କଳା ଫିମ୍ପି ସଂକ୍ରମଣ ଦ୍ୱାରା ଅଧିକ କ୍ଷତି ହୋଇପାରେ. ଦୁର୍ବଳ ହୋଇଥିବା ଗଛରେ ଫଳ ସଂଖ୍ୟା କମ ହୋଇପାରେ ଏବଂ ଯେତେବେଳେ ପାଚେ ଆକାର ଛୋଟ ହୋଇଯାଇଥାଏ. ସି. ହେସ୍ପେରିଡମ (C. hesperidum) ର ଅଧିକ ମାରାତ୍ମକ ପ୍ରଜାତି ମଧ୍ୟ ଗଛକୁ କ୍ଵଚିତ ମାରିପାରେ. କାତିପୋକ ସଂକ୍ରମଣରେ ନୁଆଁ ଗଛ ର ବୃଦ୍ଧି ଓ ପରେ ଉତ୍ପାଦକତା କମି ଯାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ପରଜୀବୀ ବିରୁଡି ମେଟାଫାଇକସ ଲ୍ୟୁଟିଅଲସ (Metaphycus luteolus), ମାଇକ୍ରଟେରିସ ନିଏଟନେରି (Microterys nietneri), ମେଟାଫାଇକସ ହେଲବୋଲସ (Metaphycus helvolus), ଏନକ୍ରି ଟସ ସ୍ପେସିସ (Encyrtus spp.), ଏନକାର୍ସିଆ ସାଇଟ୍ରିନା (Encarsia citrina) ଏବଂ ପିମ୍ପୁଡି ପ୍ରତି ସହନଶୀଳ କୋକୋଫାଗସ ସ୍ପେସିସ (Coccophagus spp), ଏହି ପୋକର ପ୍ରାକୃତିକ ଶତ୍ରୁ. ଅତି ସାଧାରଣ ଶିକାରୀ ଗୁଡିକ ହେଲା ପରଜୀବୀ ମାଛି, ଲେସଉଇଙ୍ଗ (କ୍ରାଇସୋପା କ୍ରାଇସୋପେରଲା - Chrysopa, Chrysoperla) ଏବଂ ସ୍କୁଟେଲିସ୍ଟା ସ୍ୟାନି (Scutellista cyanea) ତଥା ଲେଡିବାର୍ଡ଼ ବିଟିଲ Ryzobius lophanthae. ପୋକ ମାନଙ୍କୁ ରୋଗ ସଂକ୍ରମଣ କରୁଥିବା ଫିମ୍ପି ଭର୍ଟିକୁଇଲିଅମ ଲେକାନି (Verticuillium lecanii) ଏବଂ ସୂତ୍ରଜୀବ ସ୍ଟେଇନେରନେମା ଫେଲଟି (Steinernema feltiae) ଗୁଡିକ ବିଶେଷକରି ଉଚ୍ଚ ଆର୍ଦ୍ରତା ପାଗରେ କାମ କରିଥାଏ. ଉଦ୍ଭିଦକ ତେଲ କିମ୍ବା ରସ କୁ ଜୈବିକ ସ୍ପ୍ରେ ହିସାବରେ ବ୍ୟବହାର କରାଯାଇପାରେ (ଉଦାହରଣ ସ୍ୱରୂପ ପାଇରେଥ୍ରିଅମ କିମ୍ବା ଫ୍ୟାଟି ଏସିଡ).

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଆଶ୍ଚର୍ଯ୍ୟଜନକ ଭାବେ ବାଦାମୀ କଅଁଳ କାତିପୋକର ନିୟନ୍ତ୍ରଣ କଷ୍ଟସାଧ୍ୟ ଅଟେ. କ୍ଲୋରୋପାଇରିଫଂସ (chlorpyrifos), ଡାଇମେଥୋଏଟ (dimethoate) କିମ୍ବା ମାଲାଥିଅନ (malathion) ଥିବା କୀଟନାଶକ ଏହି ପୋକ ନିୟନ୍ତ୍ରଣ ପାଇଁ ଭଲ କାମ କରିଥାଏ. ଏହା ସହ ସଂକୀର୍ଣ୍ଣ ରେଞ୍ଜ ର ତେଲର ପ୍ରୟୋଗ କୀଟନାଶକ ଉପଚାର ପାଇଁ ପରିପୂରକ ହୋଇଥାଏ. କଳା ଫିମ୍ପିର ନିବାରଣ ପାଇଁ ଫିମ୍ପିନାଶକ ବ୍ୟବହାର କରାଯାଇପାରେ. କୌଣସିମତେ ବ୍ୟାପକ ପ୍ରଭାବୀ କୀଟନାଶକର ପ୍ରୟୋଗ କୁ ଦୁରେଇ ରଖିବାକୁ ପଡିବ, କାରଣ ଏହା ଉପକାରୀ ପୋକ ମାନଙ୍କୁ ବିଚଳିତ କରିପାରେ.

ଏହାର କାରଣ କଣ

ବାଦାମୀ କଅଁଳ କାତିପୋକ, କୋକସ ହେସ୍ପେରିଡମ (Coccus hesperidum) ଦ୍ୱାରା ଖାଇବା ଯୋଗୁଁ ଏହି ଲକ୍ଷଣଗୁଡିକ ଦେଖାଦେଇଥାଏ. ବିଶେଷ କରି କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳ ଓ ଗ୍ରୀନହାଉସ ବା ସବୁଜ ଗୃହ ପରିବେଶରେ ଏହା ଲେମ୍ବୁଜାତୀୟ ଫସଲର ଏକ ସାଧାରଣ ହାନିକାରକ ପୋକ. ଏହି ପୋକର ସର୍ବାଧିକ ବୃଦ୍ଧି ଖରାଦିନର ମଝିରୁ ହେମନ୍ତ ଋତୁର ଆରମ୍ଭ ପର୍ଯ୍ୟନ୍ତ ହୋଇଥାଏ. ଅଣ୍ଡିରା କାତିପୋକ ଗତିଶୀଳ ଥାନ୍ତି ଓ ଦୁଇ ଡେଣା ବିଶିଷ୍ଟ ବିରୁଡି କିମ୍ବା ମାଛି ପରି ଦେଖାଯାନ୍ତି, କିନ୍ତୁ ବହୁତ କମ ଦେଖାଯାଆନ୍ତି. ମାଈ ଗୁଡିକ ଅଣ୍ଡାକୃତି, ସପାଟ ଓ କଅଁଳ ଏବଂ ପତ୍ରର ତଳ ପଟେ ଲାଗି ରହିଥାନ୍ତି. ବୟସ୍କ ପୋକର ରଙ୍ଗ ସବୁଜରୁ ବାଦାମିର ପରିଣତ ହୋଇଥାଏ. ଏମାନେ ଏକ ପ୍ରକାର ବ୍ରୁଡ଼ ବା ଅଣ୍ଡଶାବକ ଚାମ୍ବର ରେ ଅଣ୍ଡା ଦେଇଥାନ୍ତି. ସେଠାରୁ ତୁରନ୍ତ ଏହି ଛୋଟିଆ ଗୁରୁଣ୍ଡୁଥିବା ପୋକ ତୁରନ୍ତ ଡାଳରେ, ପତ୍ରର ମଝି ଶିରା ପାଖେ ପାଖେ କିମ୍ବା ଫଳରେ ଏକ ଉପଯୁକ୍ତ ଖାଇବା ଜାଗା ଦେଖିଥାନ୍ତି. ପବନ ଦ୍ୱାରା ମଧ୍ୟ ସେମାନେ ଆଖପାଖର ଗଛ କୁ ବ୍ୟାପିଥାନ୍ତି.


ସୁରକ୍ଷାତ୍ମକ ଉପାୟ

  • ଗ୍ରୀନହାଉସ ସବୁଜ ଗୃହ କିମ୍ବା ଜମିରେ ଲଗାଇବା ପୂର୍ବରୁ କାତିପୋକ ର ଉପସ୍ଥିତି ଭଲ ଭାବେ ଦେଖି ନିଅନ୍ତୁ.
  • ନିୟମିତ ଭାବେ ତୋଟା ରେ କାତିପୋକ ର ଉପସ୍ଥିତି ନିରୀକ୍ଷଣ କରନ୍ତୁ ଏବଂ ଯଦି ଅଳ୍ପ ସଂଖ୍ୟାରେ ଥାଏ ତାହେଲେ ରାମ୍ପି ବାହାର କରିଦିଅନ୍ତୁ.
  • ଅତ୍ୟଧିକ ସଂକ୍ରମିତ ପତ୍ର ଓ ଡାଳ କୁ ବାହାର କରି ଜଳାଇ ଦିଅନ୍ତୁ.
  • ଆବଶ୍ୟକ ଅନୁସାରେ ଗଛକୁ କାଣ୍ଟଛାଣ୍ଟ କରି କାତିପୋକ ପ୍ରତି ପ୍ରତିକୂଳ ପରିବେଶ ସୃଷ୍ଟି କରନ୍ତୁ.
  • ଗଛର ଗଣ୍ଡି ରେ କିଛି ବାଡ କିମ୍ବା ଟ୍ରାପ ଲଗାନ୍ତୁ ଯାହା କାତିପୋକ କୁ ସାହାଯ୍ୟ କରୁଥିବା ପିମ୍ପୁଡି ମାନଙ୍କୁ ଆସିବା ପାଇଁ ପ୍ରତିବନ୍ଧ ସୃଷ୍ଟ କରିବ.
  • ବ୍ୟାପକ ପ୍ରଭାବୀ କୀଟନାଶକ କୁ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଉପକାରୀ କୀଟ ମାନଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ