ଆମ୍ବ

ବୁଣାଳି କାଇ

Oecophylla smaragdina

ପୋକ

5 mins to read

ସଂକ୍ଷେପରେ

  • ଧବଳ ପଦାର୍ଥ ଦ୍ଵାରା ବାନ୍ଧି ହୋଇଥିବା ପତ୍ର। କମଳା ବର୍ଣ୍ଣର କାଇ। ଜଙ୍ଗଲ ଗଛରେ କାଇ ବସା ଦେଖାଯାଏ, କିନ୍ତୁ ଛାତ ଓ ଟେଲିଫୋନ ପୋଲରେ ଉଚ୍ଚରେ ଥିବା ଫାଟରେ ମଧ୍ୟ ଏହା ଦେଖାଯାଇ ପାରେ।.

ମଧ୍ୟ ଦେଖା ଯାଇପାରେ


ଆମ୍ବ

ଲକ୍ଷଣ

ଏକ ଧଳା କାଗଜ ଭଳି ପଦାର୍ଥ ସାହାଯ୍ୟରେ ପତ୍ରଗୁଡ଼ିକ ବାନ୍ଧି ହୋଇଥାଏ ଯାହାକି ଏକ କାଇ ବସା ସୃଷ୍ଟି କରିଥାଏ। ଏହା ଏକ ମୁଠି କିମ୍ବା ବଡ ହେଲେ ମଣିଷ ମୁଣ୍ଡ ଆକାର ପର୍ଯ୍ୟନ୍ତ ହୋଇପାରେ। ବସା ପାଖରେ ଏଫିଡ ବା ଜଉ ପୋକ ଏବଂ କାତି ପୋକ ରହିପାରେ। ବସା ନିର୍ମାଣ କରିବାର କୌଶଳ ପାଇଁ ଏମାନେ ଜଣାଶୁଣା । ଉତ୍ତମ ସମନ୍ଵୟ ରକ୍ଷା କରି ବୁଣାଳି କାଇମାନେ ବାଞ୍ଛିତ ତମ୍ବୁ ଆକୃତିରେ ପତ୍ରକୁ ବଙ୍କା କରିବା ପାଇଁ ଗୋଡକୁ ଗୋଡ ଛନ୍ଦି ଏକ ଶକ୍ତ କାଇ ଶୃଙ୍ଖଳ ସୃଷ୍ଟି କରିଥାନ୍ତି। ପରେ କାଇ ନିଜ ଲାର୍ଭା କାଢିଥିବା ରେଶମ ବ୍ୟବହାର କରି ପତ୍ରକୁ ପତ୍ର ସହିତ ବାନ୍ଧି ବସା ସୃଷ୍ଟି କରିଥାନ୍ତି। ଏକା ଥରକେ ଗୋଟିଏ ଗଛରେ ଅନେକ ବସା ରହିପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଆଗାମା ଆଗାମା, ଜିକୋରିସ ଅକ୍ରୋପ୍ତେରସ, ନିଫୋପାଇରାଲିସ ଚିୟନେସିସ ଭଳି ପ୍ରାକୃତିକ ପରଭକ୍ଷୀ ଏବଂ ସ୍ମିକ୍ରୋମୋର୍ଫା କେରାଲେଂସିସ ଭଳି ପରଜୀବୀ ଏହାର ସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାନ୍ତି। ବେଶିଲସ ଥୁରିଞ୍ଜେଂସିସ ଏହି କୀଟ ହ୍ରାସ କରିବାରେ ଫଳପ୍ରସୂ ହୋଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବସା ଭାଙ୍ଗିବା ପରେ ଡାଇମେଥୋଏଟ ଭଳି ସ୍ପର୍ଶକ କୀଟନାଶକ 1.5 ମିଲି/ଲିଟର ହାରରେ ସିଞ୍ଚନ କରନ୍ତୁ। ବୁଣାଳି କାଇ ଜୈବ ନିୟନ୍ତ୍ରକ ହୋଇଥିବାରୁ ବସା କାଢିବା ପାଇଁ ରାସାୟନିକ ସିଞ୍ଚନ କରାଯିବା ଉଚିତ ନୁହେଁ।

ଏହାର କାରଣ କଣ

ଇସୋଫାଇଲା ସ୍ମରଗ୍ଡିନା ନାମକ ବୁଣାଳି କାଇ ଦ୍ଵାରା ଏହି ଲକ୍ଷଣ ଦେଖାଯାଏ। ସେମାନଙ୍କ ରାଣୀର ସବୁଜ ବର୍ଣ୍ଣ ଯୋଗୁଁ ଏପରି ନାମିତ ହୋଇଥାନ୍ତି। ଅନ୍ୟ କୀଟ ଓ ଛୋଟ ପୋକ ଖାଇବା ପାଇଁ ଏମାନଙ୍କୁ ଅନେକ ସମୟରେ ଜୈବ ନିୟନ୍ତ୍ରକ ଭାବରେ ବ୍ୟବହାର କରାଯାଏ। ଯେହେତୁ ଏମାନେ ମିଷ୍ଟ ମଳ ଖାଇବା ପାଇଁ ଏଫିଡ ବା ଜଉ ପୋକ ଏବଂ କାତି ପୋକ ସହିତ ପରସ୍ପର ସମ୍ପର୍କ ରଖିଥାନ୍ତି, ଏହା ଗଛରେ ପରୋକ୍ଷ କ୍ଷତି କରିଥାଏ। ସେମାନଙ୍କ ବସାରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ କାଇ ରହି ପାରନ୍ତି, ଶ୍ରମିକ କାଇ 5-6 ମିମି କିମ୍ବା 8-10 ମିମି ଓ କମଳା ରଙ୍ଗର ହୋଇଥାଏ। ରେଶମ ଜାତ କରୁଥିବା ଲାର୍ଭା ସାହାଯ୍ୟରେ ରାତିରେ ବସା ନିର୍ମାଣ କରାଯାଏ। ସାଧାରଣ ଭାବରେ, ଏସିଆ, ଅଷ୍ଟ୍ରେଲିଆ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗର କ୍ରାନ୍ତୀୟ ଜଳବାୟୁରେ ବୁଣାଳି କାଇ ଥାଆନ୍ତି। ଇସୋଫାଇଲା ସ୍ମରଗ୍ଡିନାର ଦଂଶନ ଅଧିକ ଯନ୍ତ୍ରଣା ଦାୟକ ଅଟେ। ବୁଣାଳି କାଇ ପ୍ରାୟ 20-25 ମିମି ପର୍ଯ୍ୟନ୍ତ ହୋଇପାରେ। ସେମାନେ ସାଧାରଣତଃ ସବୁଜ ମାଟିଆ ରଙ୍ଗର ହୋଇଥାନ୍ତି। ସେମାନେ ଅତି ଆକ୍ରମଣାତ୍ମକ ସ୍ଥଳରେ ରହୁଥିବା କାଇ ଅଟନ୍ତି ଏବଂ ଅନେକ ବର୍ଷରୁ କୃଷି କୀଟ ନିୟନ୍ତ୍ରଣ ପାଇଁ ଏମାନଙ୍କୁ ବ୍ୟବହାର କରାଯାଉଛି। ବୁଣାଳି କାଇ ଦୃଢ ଭାବେ ଧରି ପାରନ୍ତି ଏବଂ ବହୁତ ଶକ୍ତି ଧାରଣ କରିଥାନ୍ତି।


ସୁରକ୍ଷାତ୍ମକ ଉପାୟ

  • ଏହି ବସାକୁ ଯନ୍ତ୍ର ସାହାଯ୍ୟରେ ଜାଗ୍ରତର ସହିତ କାଢି ନଷ୍ଟ କରନ୍ତୁ। ଯଦି ବସା ଛୋଟ ହୋଇଥାଏ ଓ ପରେ କାଢିବାର ଅଛି, ତାହାହେଲେ କାଇକୁ ତଡିବାକୁ ଧୂଆଁ ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ