ବନ୍ଧାକୋବି

ବଗ୍ରଡ ଭୃଙ୍ଗ

Bagrada hilaris

ପୋକ

5 mins to read

ସଂକ୍ଷେପରେ

  • କାଗଜ ଭଳି ଧଳା ପ୍ୟାଚ ଦେଖାଯାଏ। ପତ୍ରର ଝାଉଁଳି ଯାଏ, ହଳଦିଆ ହୋଇଯାଏ ଏବଂ ଶୁଖିଯାଏ। ରୁଗୁଡିଆ ବୃଦ୍ଧି ହୋଇଥାଏ। କୋବି ଛୋଟ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

ବନ୍ଧାକୋବି

ଲକ୍ଷଣ

ପତ୍ର, କାଣ୍ଡ, ଫୁଲରେ ଖାଇବା ଜନିତ କ୍ଷତ ଦେଖାଯାଏ। କୀଟ ଦ୍ଵାରା ଖିଆ ଯାଇଥିବା ଯୋଗୁଁ ପତ୍ରର ଉଭୟ ପଟେ ଧଳା ଚିହ୍ନ ରହିଯାଏ। ପତଳା ପତ୍ର ଧଳା ପ୍ୟାଚ ସହିତ କାଗଜ ଭଳି ହୋଇଯାଏ। ଆକ୍ରାନ୍ତ ଗଛରେ ଝାଉଁଳା ଦେଖାଯାଏ ଏବଂ ପତ୍ର ହଳଦିଆ ହୋଇଯାଏ ଓ ଶୁଖିଯାଏ। ଗଛର ଅଗ୍ର ଅଂଶ ମରିଯାଇ ପାରେ। ଏହି ଆକ୍ରମଣରେ ଛୋଟ ଗଛ ମରିଯାଇ ପାରେ। ଫସଲ ଅମଳ ହେବା ପରେ ମଧ୍ୟ ଏହି କ୍ଷତ ପ୍ରଭାବ ପକାଇଥାଏ। ଏହି ଫସଲ ଛୋଟ, ବଜାର ଅଯୋଗ୍ୟ କୋବି କିମ୍ବା କୌଣସି କୋବି ଉତ୍ପାଦନ କରି ନଥାଏ (ଯାହାକୁ "ଅନ୍ଧ" ଗଛ କୁହାଯାଏ)। ଉଭୟ ବୟସ୍କ ଏବଂ ଛୋଟ ବା ନିମ୍ଫ ପୋକ ଗଛର ସବୁ ଅଂଶରୁ ରସ ଖାଇଥାଏ। ବୟସ୍କ ଭୃଙ୍ଗ ଅଠାଳିଆ ପଦାର୍ଥ ଛାଡି ଥାଏ ଯାହାକି ଫସଲକୁ ନଷ୍ଟ କରିଦିଏ।

Recommendations

ଜୈବିକ ନିୟନ୍ତ୍ରଣ

ଗ୍ରିୟୋନ, ଉନସିରଟସ, ଟେଲିନମସ ଏବଂ ଟ୍ରାଇସଲକସ ଭଳି କେତେକ କୀଟ ବଗ୍ରଡ ହିଲାରିସର ଅଣ୍ଡାର ପରଜୀବୀ ଭାବେ କାମ କରନ୍ତି। ମାଛି ଏବଂ ବୁଢିଆଣୀ ବୟସ୍କ ଭୃଙ୍ଗର ପରଜୀବୀ ଭାବେ କମ କରିଥାନ୍ତି। ଏହି କୀଟ ପାଇଁ ସାବୁନ ମିଶ୍ରିତ ଦ୍ରବଣ ମଧ୍ୟ ଫଳପ୍ରସୂ ହୋଇପାରେ। ଲଙ୍କା, ସାବୁନ, ରସୁଣ ଏବଂ ପାରାଫିନ ମିଶ୍ରଣ କରନ୍ତୁ ଏବଂ ଆପଣଙ୍କ ଫସଲରେ ସିଞ୍ଚନ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଇମିଡାକ୍ଳୋପ୍ରିଡ ଉପଚାର କରାଯାଇଥିବା ବିହନ ବୁଣନ୍ତୁ। ଅପରାହ୍ନ ଓ ସହଳ ସନ୍ଧ୍ୟା ସମୟରେ ଛୋଟ ଚାରା ଉପରେ ସ୍ପର୍ଶ କୀଟନାଶକର ପତ୍ର ସିଞ୍ଚନ କରନ୍ତୁ। ପାଇରେଥ୍ରଏଡ, ପାଇରେଥ୍ରିନ, ନିଓନିକୋଟିନଏଡ ଏବଂ ଅର୍ଗାନୋଫସଫେଟ ଆଦି ଏହି କୀଟ ପାଇଁ ଫଳପ୍ରଦ ଅଟେ।

ଏହାର କାରଣ କଣ

ବଗ୍ରଡ କିମ୍ବା ଚିତ୍ରିତ ଭୃଙ୍ଗ ଭାବରେ ଜଣାଶୁଣା ବଗ୍ରଡ ହିଲାରିସର ବୟସ୍କ ଏବଂ ଛୋଟ ନିମ୍ଫ ଦ୍ଵାରା ଏହି କ୍ଷତି ହୋଇଥାଏ। ବୟସ୍କ କୀଟ କଳା ଅଟେ ଏବଂ ତାହାର ଶରୀରରେ ଧଳା ଓ କମଳା ଦାଗ ଥାଏ ଯାହାକି ଏକ ଢାଲ ଆକୃତିର ହୋଇଥାଏ। ଏହା ପ୍ରାୟ 5-7ମିମି ଲମ୍ବ ହୋଇଥାଏ। କୀଟ ପତ୍ର ଉପରେ କିମ୍ବା ଗଛ ନିକଟ ମାଟିରେ ଅଣ୍ଡା ଦେଇଥାଏ। ପ୍ରାଥମିକ ଭାବରେ, ଛୋଟ କୀଟର ଡେଣା ନଥାଏ ଏବଂ ଏହା ଉଜ୍ଜଳ କମଳା ରଙ୍ଗର ହୋଇଥାଏ। ସେମାନେ ବଢିବା ସମୟରେ ଲାଲ ରଙ୍ଗରେ ପରିଣତ ହୁଅନ୍ତି ଏବଂ ସେମାନେ ବୟସ୍କ ଭଳି ଦେଖାଯିବା ପର୍ଯ୍ୟନ୍ତ ଗାଢ ଦାଗ ବିକାଶ କରିଥାନ୍ତି। ଏହି କୀଟ ବନ୍ଧାକୋବି, ଫୁଲ କୋବି ଏବଂ କାଲେ ଭଳି ବ୍ରାସିକା ପରିବାରର ଗଛକୁ ମୁଖ୍ୟତଃ ପ୍ରଭାବିତ କରିଥାଏ। ଏହି ଗଛ ଅନେକ ସମୟରେ ତାପ ଏବଂ ଜଳର ଅଭାବ ଦ୍ଵାରା ପୀଡିତ ହୋଇଥାଏ। ଏହି ଭୃଙ୍ଗ ବହୁ ସଂଖ୍ୟାରେ ପତ୍ରକୁ ଆକ୍ରମଣ କରି ରସ ଶୋଷଣ କରି ଗଛର କ୍ଷତି କରିଥାନ୍ତି।


ସୁରକ୍ଷାତ୍ମକ ଉପାୟ

  • ରୋପଣ ପୂର୍ବରୁ ଏହି କୀଟର ଉପସ୍ଥିତି ଜାଣିବା ପାଇଁ ଆପଣଙ୍କ ଜମି ଏବଂ ଏହାର ଚାରିପଟେ ଯାଞ୍ଚ କରନ୍ତୁ। ରୋପଣ ପରେ ନିୟମିତ ଭାବରେ ଦିନର ଉଷୁମ ସମୟରେ ଏହି ଯାଞ୍ଚ କରିବା ଜାରି ରଖନ୍ତୁ। କେବଳ ସଫା, ଅଣ-ସଂକ୍ରମିତ ଚାରା ରୋପଣ କରନ୍ତୁ। ଏକ ସୂକ୍ଷ୍ମ ଜାଲି ଜିନିଷ ଭଳି ସୁରକ୍ଷାତ୍ମକ ଆବରଣ ଏହି ଚାରାକୁ ସୁରକ୍ଷା ଦେବା ପାଇଁ ବ୍ୟବହାର କରାଯାଇ ପାରେ। ଆପଣଙ୍କ ଜମିରୁ ଫସଲ ଅବଶେଷ ଏବଂ ବାଳୁଙ୍ଗା କାଢି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ