ଆମ୍ବ

ଆମ୍ବ କଢ ମାଇଟ

Aceria mangiferae

ପୋକ

5 mins to read

ସଂକ୍ଷେପରେ

  • ରୁଗୁଡିଆ ବୃଦ୍ଧି, ବଉଳ ମରିବା, ବିକୃତି ଏବଂ ପତ୍ରଝଡା ଦେଖାଯାଏ। ଛୋଟ ଶାଖା ହୁଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ରୁଗୁଡିଆ ଓ ବିକୃତ କଢ, ଯାହାଳି ରୁଗୁଡିଆ ଗଛ ଓ ପତ୍ରଝଡା କରିଥାଏ। ଏହା ଛୋଟ ଓ ମୋଟା ଶାଖା ସୃଷ୍ଟି କରିଥାଏ। ଛୋଟ ଗଛ ଅଧିକ କୀଟ ପ୍ରବଣ ହୋଇଥାଏ। ସାଧାରଣତଃ ଫ୍ୟୁଜାରିଆମ ମେଞ୍ଜିଫେରେ ନାମକ ରୋଗ ସୃଷ୍ଟିକାରୀ କବକ ସହିତ ଏହି ମାଇଟ ରହିଥାଏ। ଏହା ଗଛ ଅଂଶ ମଧ୍ୟରେ ସମ୍ଭବତଃ ମାଇଟ ଦ୍ଵାରା ପରିବାହିତ ହୋଇଥାଏ ଯାହାକି ପୋଷକ ଗଛରେ ଖାଇବା ଜନିତ ଆଘାତ ଦେଇ କବକ ପ୍ରବେଶକୁ ତ୍ୱରାନ୍ୱିତ କରାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଫାଇଟୋସିଡ ପରଭକ୍ଷୀ ( ଆମ୍ବଲିସିଆସ ସ୍ଵିର୍ସ୍କି) ସଂରକ୍ଷଣ/ବ୍ୟବହାର କରନ୍ତୁ। ସଲଫର ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 100 ଗାଲନ ଜଳରେ 10 ପାଉଣ୍ଡ ଆର୍ଦ୍ର ଯୋଗ୍ୟ ସଲଫର ମଧ୍ୟ ଫଳପ୍ରସୂ ହୋଇପାରେ। କୀଟନାଶକ ସାବୁନ ଏବଂ ଆକାର 50 EC ମାଇଟ ସଂଖ୍ୟା ନିୟନ୍ତ୍ରଣ କରିବାରେ ଫଳପ୍ରସୂ ଭାବେ ପ୍ରମାଣିତ ହୋଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଆକାରିସାଇଡ ଥିବା କୀଟନାଶକ ଉପଚାର କରନ୍ତୁ, ଯାହାକି କ୍ଷତିର ପରିମାଣ କମାଇ ପାରେ କିନ୍ତୁ ଦୂର କରିପାରେ ନାହିଁ। ଏଥିୟନ, କେଲଥେନ ସକ୍ରିୟ ଉପାଦାନ ଥିବା ମାଇଟନାଶକ 2 ସପ୍ତାହ ଅନ୍ତରରେ ପ୍ରୟୋଗ କରାଯାଇ ପାରେ। ଡାଇକୋଫୋଲ 18.5 EC (2.5ମିଲି /ଲିଟର) କିମ୍ବା ଆର୍ଦ୍ର ଯୋଗ୍ୟ ଗନ୍ଧକ (50 wp) 2 ଗ୍ରାମ/ଲିଟର ସିଞ୍ଚନ କରନ୍ତୁ।

ଏହାର କାରଣ କଣ

କଢ ମାଇଟ ଦ୍ଵାରା କ୍ଷତି ହୋଇଥାଏ। କଢ ମାଇଟର ବୟସ୍କ ସୂକ୍ଷ୍ମ, ଧଳା, ସିଲିଣ୍ଡର ଆକୃତିର ଏବଂ 0.20 ମିମି ଲମ୍ବର ହୋଇଥାଏ। ଗଛ ଗଣ୍ଡି ଓ ଶାଖାରେ ଏକ କଢ ମଧ୍ୟରେ ଏହା ସାରା ବର୍ଷ ବାସ କରିଥାଏ। ବଂଶ ବୃଦ୍ଧି ସମୟରେ ଏମାନେ ପ୍ରାନ୍ତ କଢକୁ ଗତି କରନ୍ତି। କଢ ମାଇଟ ଆରେନୋଟୋକି ( ଅଯୁଗ୍ମିତ ଜନନ ଏକ ପ୍ରକାରର ପ୍ରଜନନ ପ୍ରକ୍ରିୟା ଯେଉଁଥିରେ ଅଣ୍ଡିରା ବଂଶ ଅଯୁଗ୍ମିତ ଅଣ୍ଡାରୁ ସୃଷ୍ଟି ହୋଇଥାଏ) ଦ୍ଵାରା ପୁନରୁତ୍ପାଦିତ ହୁଏ ଏବଂ ଅଣ୍ଡା ଗ୍ରୀଷ୍ମ ଋତୁରେ 2-3 ଚକ୍ର ଓ ଶୀତ ଋତୁରେ ଏହାର ଦୁଇ ଗୁଣ ଚକ୍ର ଦେଇଥାଏ। ଶୀତ ଦିନେ ସାଧାରଣତଃ ପତ୍ର ପୃଷ୍ଠରେ ଆଘାତ ଦେଖାଯାଏ, ଯାହାକି ପତ୍ରରେ ଆଲୋକ ସଂଶ୍ଳେଷଣ ପ୍ରାୟ 30% କମାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ମାୟା, ପାମର, କିଟ ଏବଂ କେଣ୍ଟ ଭଳି ପ୍ରତିରୋଧୀ କିସମ ଲଗାନ୍ତୁ, ଯେହେତୁ ଏହି କିସମରେ ମାଇଟର ଛୋଟ ବସା ହିଁ ରହିପାରେ। ପ୍ରଭାବିତ ଡାଳ କାଟି ଦିଅନ୍ତୁ। ମୁଖ୍ୟତଃ, ବିଳମ୍ବ ଶୀତ ମାସରେ ନିୟମିତ ନିରୀକ୍ଷଣ କରନ୍ତୁ । ପତ୍ର ପିଛା 6 କିମ୍ବା ଅଧିକ ମାଇଟ ଦେଖାଗଲେ ନିୟନ୍ତ୍ରଣ ପଦକ୍ଷେପ ନେବା ଉଚିତ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ