ବାଇଗଣ

ଫୁଲ ଚାଫର

Oxycetonia versicolor

ପୋକ

5 mins to read

ସଂକ୍ଷେପରେ

  • କ୍ଷତ ବିକ୍ଷତ ଫୁଲ ଓ କଢ। ଅତ୍ୟଧିକ ଆକରଣ ଗଛ ଏହି ଖାଇବା ଜନିତ କ୍ଷତ କାରଣରୁ ମଇଳା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ


ବାଇଗଣ

ଲକ୍ଷଣ

ପ୍ରଜନନ ଅଙ୍ଗର କ୍ଷତି ଯୋଗୁଁ ଏହି କୀଟ ଅମଳର ଗୁରୁତ୍ୱପୂର୍ଣ୍ଣ କ୍ଷତି କରିଥାଏ। ବୟସ୍କ ଭୃଙ୍ଗ ପରାଗ ରେଣୁ, ପରାଗ କୋଷ ଅନ୍ୟ ପ୍ରଜନନ ଅଙ୍ଗ ସହିତ ଫୁଲ ଓ କଢ ଖାଇ ଦିଅନ୍ତି। କପାରେ, ସେମାନେ ନରମ କପା ଫଳ ଚୋବାଇ ଖାଇଥାନ୍ତି। ବାଇଗଣ ଗଛର ନରମ କାଣ୍ଡ ଏବଂ ଅନ୍ୟ ନରମ ଟିସୁକୁ, ମୁଖ୍ୟତଃ ଅପରିପକ୍ଵ ଅବସ୍ଥାରେ, ଖାଇଥିବା ଲକ୍ଷ କରାଯାଇଛି।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, କୌଣସି ଜୈବିକ ଉପଚାର ଜଣାଯାଇ ନାହିଁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି ସମୟରେ, କୌଣସି ରାସାୟନିକ ଉପଚାର ଜଣାଯାଇ ନାହିଁ।

ଏହାର କାରଣ କଣ

ବୟସ୍କ ଚାଫର ଭୃଙ୍ଗ ଯୋଗୁଁ କ୍ଷତି ହୋଇଥାଏ। ଫୁଲ ଭୃଙ୍ଗ ଦିନରେ ଉଡିଥାନ୍ତି ଏବଂ ମୁଖ୍ୟତଃ ପରାଗ ଖାଇଥାନ୍ତି। ଏହି ଭୃଙ୍ଗ ମାଟିରେ ଜୈବିକ ଅଂଶରେ, କିଛି ଆକ୍ରାନ୍ତ ଚେରରେ ବିକାଶ ଲାଭ କରିଥାଏ, କିନ୍ତୁ ଫସଲର ଗୁରୁତ୍ୱପୂର୍ଣ୍ଣ କ୍ଷତି କରେନାହିଁ। ବୟସ୍କ 7 - 15 ମିମି ଲମ୍ବ ଏବଂ 5 - 7 ମିମି ଚଉଡା ହୋଇଥାଏ। ଉଭୟ ଲିଙ୍ଗ ଏକାପରି ଦେଖାଯାନ୍ତି। ଶରୀର ନିଦା, ଅଣ୍ଡାକାର, ସାଧାରଣତଃ ଚଉଡା, ଉଜ୍ଜଳ ବର୍ଣ୍ଣର ହୋଇଥାଏ ଏବଂ ମୁଖ୍ୟତଃ କଳା ଓ ଧଳା ଚିହ୍ନ ସହିତ ଇଟା ରଙ୍ଗର ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଏହି ଭୃଙ୍ଗ ଫସଲ ମଧ୍ୟରେ ବୁଲୁଥାଏ ଏବଂ ଏହାର ବ୍ୟାପକ ପୋଷକ ଅଛନ୍ତି। ଫସଲ ଢାଞ୍ଚା ପରିବର୍ତ୍ତନ କରି ଏବଂ କୀଟନାଶକର ଲଗାତର ପ୍ରୟୋଗ ଦ୍ଵାରା ଏହା ଗୌଣ କୀଟ ରୁ ମୁଖ୍ୟ କୀଟ ଭାବେ ପରିବର୍ତ୍ତନ ହୋଇଯାଇଅପରେ। ଭବିଷ୍ୟତ ପ୍ରାଦୁର୍ଭାବ ଏଡାଇବା ପାଇଁ ଚାଫର ଭୃଙ୍ଗକୁ ସତର୍କତାର ସହିତ ମନିଟର କରିବା ଏବଂ ସଠିକ ସମୟରେ ରିପୋର୍ଟ କରିବା ଆବଶ୍ୟକ ଅଟେ। ବାଇଗଣ ଗଛରେ କାଣ୍ଡ ଓ ଫଳ ବିନ୍ଧା ପୋକ ପାଇଁ ସ୍ଥିର ସମୟ ଅନ୍ତରରେ କୀଟନାଶକର ପ୍ରୟୋଗ ଏହି ଭୃଙ୍ଗ ସଂଖ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିଥାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ