ଆମ୍ବ

ଧବଳ ଆମ୍ବ କାତି ପୋକ

Aulacaspis tubercularis

ପୋକ

5 mins to read

ସଂକ୍ଷେପରେ

  • ପାଣ୍ଡୁରତା, ପତ୍ରହୀନତା, ଡାଳ ଶୁଖିବା, କମ ଫୁଲ ଫୁଟିବା, ରୁଗୁଡିଆ ଓ ବିକୃତ ଫଳ ଦେଖାଯାଏ। ଅକାଳ ଫଳ ଝଡା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ


ଆମ୍ବ

ଲକ୍ଷଣ

ପତ୍ର, ଶାଖା ଏବଂ ଫଳରେ ରସ ଶୋଷିବା ଦ୍ଵାରା ଗଛ କ୍ଷତିଗ୍ରସ୍ତ ହୋଇଥାଏ। ଆକ୍ରାନ୍ତ ମାତ୍ରା ଅଧିକ ହେଲେ ଆମ୍ବ ଗଛରେ ପାଣ୍ଡୁରତା, ପତ୍ରହୀନତା, ଡାଳ ଶୁଖିବା, କମ ଫୁଲ ଫୁଟିବା ଏବଂ ଯାହାଦ୍ୱାରା ଦୁର୍ବଳ ବୃଦ୍ଧି ଓ ବିକାଶ ହୋଇଥାଏ। ପାଚିଲା ଫଳ ଚୋପା ଉପରେ ପିଙ୍କ ଦାଗ ଦେଖାଯାଏ, ଯାହା ଫଳର ସୌନ୍ଦର୍ଯ୍ୟରେ କ୍ଷତି ହୋଇଥାଏ ଏବଂ ମୁଖ୍ୟତଃ ଆନ୍ତର୍ଜାତିକ ବଜାର ମୂଲ୍ୟ ହ୍ରାସ ହୋଇଥାଏ। କୀଟ ସଂଖ୍ୟାର ଘନତ୍ଵ ଫଳ ଅମଳ କ୍ଷତି ଉପରେ ପ୍ରଭାବ ପକାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଧବଳ ଆମ୍ବ କାତି ପୋକର ଅନେକ ପ୍ରାକୃତିକ ଶତ୍ରୁ ଅଛନ୍ତି। ଚାଷୀମାନେ ଧବଳ ଆମ୍ବ କାତି ପୋକ ପରଭକ୍ଷୀ ବୃଦ୍ଧି କରାଇବା ପାଇଁ ଜମିରେ ଆକର୍ଷକ ଓ ପୋଷଣ ଜନିତ ଅନୁପୂରକ ବ୍ୟବହାର କରି ପାରନ୍ତି। ଅଧିକ ପ୍ରାକୃତିକ ଶତ୍ରୁ ବ୍ୟବହାର ସମ୍ଭବ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୋଇଥାଏ,ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପ୍ରତିରୋଧୀ କୀଟ ସଂଖ୍ୟା ଏଡାଇବା ପାଇଁ, ଆପଣଙ୍କ ଅଞ୍ଚଳରେ ନିୟନ୍ତ୍ରିତ କୀଟନାଶକ ପ୍ରୟୋଗ କରନ୍ତୁ ଏବଂ ପ୍ରୟୋଗ ହେଉଥିବା ସକ୍ରିୟ ଉପାଦାନ ବଦଳାନ୍ତୁ। ମନେ ରଖନ୍ତୁ ଯେ ଧବଳ ଆମ୍ବ କାତି ପୋକ ପାଇଁ ପତ୍ର ସିଞ୍ଚନର ବ୍ୟବହାର କମ ବ୍ୟାବହାରିକ, ଯେହେତୁ ଲଗା ଯାଉଥିବା ଅଧିକାଂଶ କିସମ 20 ମିଟର ପର୍ଯ୍ୟନ୍ତ ଲମ୍ବା ଅଟେ ଏବଂ ସାଧାରଣ ସିଞ୍ଚନ ଉପକରଣ ପହଞ୍ଚିବା କଷ୍ଟକର ଅଟେ।

ଏହାର କାରଣ କଣ

ହେମିପ୍ଟେରା ଶ୍ରେଣୀର ଡାଇଆସ୍ପିଡିଦେ ପରିବାରର ଗତିହୀନ, ସୁରକ୍ଷିତ, ଛୋଟ, କାତି ପୋକ ଦ୍ଵାରା ଏହି କ୍ଷତି ହୋଇଥାଏ। ଚାରା ଅବସ୍ଥାରୁ ପରିପକ୍ଵ ଅବସ୍ଥା ପର୍ଯ୍ୟନ୍ତ ସବୁ ଅବସ୍ଥାରେ କୀଟ ଆମ୍ବ ଗଛକୁ ଆକ୍ରମଣ କରିଥାଏ। ଖାଇବା ସମୟରେ, କୀଟ ରସ ଶୋଷିଥାଏ ଏବଂ ବିଷାକ୍ତ ପଦାର୍ଥ ଗଛ ମଧ୍ୟକୁ ଛାଡିଥାଏ। ମୁଖ୍ୟତଃ ଛୋଟ ଚାରା ଏବଂ ଆମ୍ବ ଗଛରେ, ବର୍ଷା ଦିନ ଅପେକ୍ଷା ଉଷ୍ମ ଓ ଶୁଷ୍କ ପାଣିପାଗରେ ଏହାର ପ୍ରଭାବ ଅଧିକ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଉପଯୁକ୍ତ ଜମି ଓ କିସମ ଚୟନ କରନ୍ତୁ। ଏସିଆ, ଆଫ୍ରିକାର ଗବେଷଣାକୁ ଭିତ୍ତି କରି ଅଟାଲ୍ଫୋ, ଏପଲ, ହାଡେନ ଏବଂ କିଟ ଆମ୍ବ କିସମ ଅନ୍ୟ ଆମ୍ବ କିସମ ଯଥା: ଆଲ୍ଫାନସୋ , କେଣ୍ଟ, ଟମି ଆଟକିନ୍ସ ଏବଂ ଡୋଦ ତୁଳନାରେ ଧବଳ ଆମ୍ବ କାତି ପୋକ ପ୍ରତି ଅଧିକ ସହନୀୟ ଥିବା ଜଣା ଯାଇଛି। ପ୍ରତ୍ୟେକ ପକ୍ଷରେ ଧବଳ କାତି ନିରୀକ୍ଷଣ କରନ୍ତୁ ଏବଂ ଆକ୍ରାନ୍ତ ଆମ୍ବ ଡାଳ କାଟଛାଣ୍ଟ କରନ୍ତୁ। ଅନୁକୂଳତମ ବ୍ୟବଧାନ ସୁନିଶ୍ଚିତ କରନ୍ତୁ ଯେପରି ବୃଦ୍ଧି ପାଇଁ ଗଛ ଗଛ ମଧ୍ୟରେ ପ୍ରତିଯୋଗିତା ହେବ ନାହିଁ। ଭୌତିକ ସୁରକ୍ଷା ଭାବେ ଅମଳ ପୂର୍ବରୁ ଫଳକୁ ଆବରଣ କରାଯାଇ ପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ