ଧାନ

ଟୁସକ ପ୍ରଜାପତି

Lymantriinae

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଖାଇବା ଜନିତ କ୍ଷତି ହୋଇଥାଏ। କୀଟ ଆକ୍ରମଣ ଅଧିକ ହେଲେ ପତ୍ରହୀନତା ଦେଖାଯାଏ। ଏହି କୀଟର ସମ୍ବାଳୁଆ ଯୋଗୁଁ କ୍ଷତି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

12 ଫସଲ ଗୁଡିକ

ଧାନ

ଲକ୍ଷଣ

ସମ୍ବାଳୁଆ ପତ୍ର ଖାଇଥାନ୍ତି ଏବଂ ଗଛକୁ ଏକ କଟା ଦୃଶ୍ୟ ଦେଇଥାନ୍ତି। ସେମାନେ ଗଛ ଓ ଫସଲର ଅନେକ ଜାତିକୁ ଖାଇଥାନ୍ତି। ଲାର୍ଭା ବା ଶୂକ ଅଧିକ ସଂଖ୍ୟା ହେଲେ ପତ୍ରହୀନତା କରି ପାରନ୍ତି। ଲାର୍ଭା ଛୋଟ ଫଳକୁ ମଧ୍ୟ ସାମାନ୍ୟ ଚୋବାଇ ପାରେ, ଯାହାଦ୍ଵାରା ଫଳର ରଙ୍ଗରେ ପରିବର୍ତ୍ତନ ହୋଇପାରେ ଏବଂ ଚୋପା ଖଦଡ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ବିଶେଷ କରି ଛୋଟ ଅବସ୍ଥାରେ ଟୁସକ ଭୃଙ୍ଗ ର ନିୟନ୍ତ୍ରଣ ବେସିଲସ ଥୁରିଞ୍ଜେନ୍ସିସ ବ୍ୟବହାର ଦ୍ଵାରା କରାଯାଇ ପାରେ। କେବଳ ସ୍ପ୍ରେ କରାଯାଇ ଥିବା ପତ୍ର ଖାଇଥିବା ସମ୍ବାଳୁଆକୁ ବେସିଲସ ଥୁରିଞ୍ଜେନ୍ସିସ ନିୟନ୍ତ୍ରଣ କରିପାରେ ଏବଂ ପ୍ରୟୋଗର 7 ରୁ 8 ଦିନ ପରେ ଦ୍ଵିତୀୟ ପ୍ରୟୋଗ ଅନୁମୋଦନ କରାଯାଏ। ସ୍ପିନୋସାଦ ମଧ୍ୟ ଫଳପ୍ରଦ ହୋଇପାରେ, କିନ୍ତୁ ଏହା ମହୁମାଛି ଓ ପ୍ରାକୃତିକ ଶତ୍ରୁଙ୍କ ମଧ୍ୟ କ୍ଷତି କରିପାରେ। ଶୁଖିବାର କିଛି ଘଣ୍ଟା ପର୍ଯ୍ୟନ୍ତ ମହୁମାଛି ପାଇଁ ଏହା ବିଷାକ୍ତ ଅଟେ। ଫୁଲ ଧରିଥିବା ଗଛରେ ସ୍ପିନୋସାଦ ପ୍ରୟୋଗ କରାଯିବା ଉଚିତ ନୁହେଁ।

ରାସାୟନିକ ନିୟନ୍ତ୍ରଣ

ଟୁସକ ପ୍ରଜାପତି ଆକ୍ରମଣ ସାଧାରଣତଃ ପ୍ରାକୃତିକ ଶତ୍ରୁ ଦ୍ଵାରା ନିୟନ୍ତ୍ରିତ ହୋଇଥାନ୍ତି। ତେଣୁ ଯଦି ଗଛ ଛୋଟ ହୋଇ ନଥାଏ ଏବଂ ବୃଦ୍ଧି ସମସ୍ୟା ଦେଖାଏ ନାହିଁ, କୀଟନାଶକ ବ୍ୟବହାର ସାଧାରଣତଃ ଦରକାର ନୁହେଁ। ଯଦି ଅଧିକ ପତ୍ରହୀନତା ହୋଇଥାଏ, ରାସାୟନିକ ନିୟନ୍ତ୍ରଣ ଏକମାତ୍ର ସମାଧାନ ହୋଇଥାଏ। ଏହା ଜାଣିବା ଗୁରୁତ୍ବପୂର୍ଣ୍ଣ ଯେ ଏଥିପାଇଁ ଆପଣଙ୍କ ଅଞ୍ଚଳରେ କେଉଁ କୀଟନାଶକ ଅନୁମୋଦିତ ହୋଇଛି। ଟୁସକ ପ୍ରଜାପତି ପାଇଁ ଲେଖା ଯାଇଥିବା କେତେକ ସକ୍ରିୟ ଉପାଦାନ ହେଉଛି କ୍ଳୋରୋଟ୍ରାନିଲପ୍ରୋଲ, ମେଥୋକ୍ସିଫେନୋଜାଇଡ ଏବଂ ଫସମେଟ। ମାନେ ରଖନ୍ତୁ ଯେ, ବସନ୍ତ ଋତୁର ଅନ୍ୟ ସମ୍ବାଳୁଆମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସ୍ପ୍ରେ ଏହି ଟୁସକ ପ୍ରଜାପତି କୁ ମଧ୍ୟ ନିୟନ୍ତ୍ରଣ କରିପାରେ।

ଏହାର କାରଣ କଣ

ଟୁସକ ବା ଗୁଚ୍ଛ ବାଳ ବା ବାଳବାଳୁଆ ପ୍ରଜାପତି ଅର୍ଗିଆ, ଡାସିଚିରା ଏବଂ ଇଉପ୍ରୋକ୍ଟିସ ପ୍ରଜାତିର ହୋଇଥାନ୍ତି ଏବଂ ବିଶ୍ଵବ୍ୟାପୀ ଫସଲର କ୍ଷତି କରିଥାନ୍ତି। ବୟସ୍କ ପ୍ରଜାପତିର ଶରୀରର ସବୁଆଡେ ବାଳ ଥାଏ ଏବଂ ଏହା ବାଦାମୀ, ଧୂସର କିମ୍ବା ଧଳା ହୋଇଥାଏ। ଟୁସକ ବା ବାଳବାଳୁଆ ପ୍ରଜାପତି ଜୀବନ ଚକ୍ରରେ ବିଭିନ୍ନ ଅବସ୍ଥା ଦେଇ ଗତି କରିଥାଏ। ପ୍ରଜାପତି ଶରତ ଋତୁରେ ଅଣ୍ଡା ଦେଇଥାଏ ଏବଂ ପରବର୍ତ୍ତୀ ବସନ୍ତ ପର୍ଯ୍ୟନ୍ତ ଶୀତସୁପ୍ତି କରିଥାଏ। ଉଷ୍ମ ପାଣିପାଗ ହେବା ପରେ ଅଣ୍ଡା ଫୁଟେ ଏବଂ ଛୋଟ ସମ୍ବାଳୁଆ ବା ଲାର୍ଭା ବାହାରେ। ସମ୍ବାଳୁଆ ଗଛ, ବୁଦା ଏବଂ ଫସଲର ପତ୍ର ଖାଇ ବଢିଥାଏ ଓ ଏହି ସମୟରେ କାତି ଛାଡିଥାଏ। ବଢିବା ସମୟରେ, ବାଳର ଏକ ଗୁଚ୍ଛ ବିକଶିତ ହୋଇଥାଏ ଯାହାକି କୀଟକୁ ଏହି ନାମ ପ୍ରଦାନ କରିଥାଏ। ଖାଇବାର କିଛି ସପ୍ତାହ ପରେ, ସମ୍ବାଳୁଆ ଏକ କକୁନ ତିଆରି କରିଥାଏ। ସମ୍ବାଳୁଆ କକୁନ ଭିତରେ ଏକ ପ୍ରଜାପତିରେ ପରିଣତ ହୋଇଥାଏ। ବୟସ୍କ ପ୍ରଜାପତି କକୁନ ଭିତରୁ ବାହାରେ ଏବଂ ସଙ୍ଗମ କରିଥାଏ। ମାଈ ପ୍ରଜାପତି ଏକ ନୂଆ ଜୀବନ ଚକ୍ର ଆରମ୍ଭ କରିବା ପାଇଁ ଅଣ୍ଡା ଦେଇଥାଏ। ଯେହେତୁ ମାଈ ପ୍ରଜାପତି ଉଡିବାକୁ ଅସମର୍ଥ ଅଟେ, କୀଟଗୁଡିକ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂଖ୍ୟା ବଢାଇ ଥାନ୍ତି।


ସୁରକ୍ଷାତ୍ମକ ଉପାୟ

  • ଟୁସକ ବା ଗୁଚ୍ଛ ବାଳ ପ୍ରଜାପତି ସଂସ୍ପର୍ଶରେ ଆସିବା ସମୟରେ ଅଧିକ ସତର୍କ ହେବା ଜରୁରୀ, କାରଣ ସେହି ସମ୍ବାଳୁଆର ଦେହରେ ଲୋମ ଅଛି ଯାହାକି ସ୍ପର୍ଶ କରିଲେ ବାହାରି ଯାଏ ଏବଂ ମନୁଷ୍ୟ ଦେହକୁ କୁଣ୍ଡାଇ ହୁଏ। ସୁରକ୍ଷାକାରୀ ପୋଷାକ ପିନ୍ଧନ୍ତୁ ଏବଂ ସମ୍ବାଳୁଆର କୌଣସି ଅଂଶ ଶୁଙ୍ଘିବାରୁ ନିବୃତ ରୁହନ୍ତୁ। ଅଣ୍ଡା ସମୂହ ଏବଂ ଶିଶୁ ସମ୍ବାଳୁଆ ଖୋଜନ୍ତୁ ଏବଂ କାଢି ଦିଅନ୍ତୁ। କୀଟ ନିରୀକ୍ଷଣ ସର୍ବୋତ୍କୃଷ୍ଟ ଉପାୟ ଅଟେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ