ଗହମ

କେଣ୍ଡା ଶାମୁକା ଜାତୀୟ ଇଲୱାର୍ମ , ସୂତ୍ରଜୀବ

Anguina tritici

ଅନ୍ୟ

5 mins to read

ସଂକ୍ଷେପରେ

  • ଫିକା ସବୁଜ , ଖଣ୍ଡ ବିଖଣ୍ଡିତ ପତ୍ର ଓ ରୁଗୁଡିଆ ଗଛ ।ତଷୁ ଅସାଧାରଣ କୋଣରେ ବାହାରିବା ସହିତ ଛୋଟ କେଣ୍ଡା। କେଣ୍ଡାରେ ବିକୃତ ଓ ବିବର୍ଣ୍ଣ ବ୍ରଣ ଓ ଆବୁ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

କେତେକ କ୍ଷେତ୍ରରେ , ଏ ॰ ଟ୍ରିଟିସି ଦ୍ଵାରା ସଂକ୍ରମିତ ଗଛ କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଏ ନାହିଁ। ଲକ୍ଷଣଯୁକ୍ତ ଗଛରେ , ପତ୍ରର ଉପର ପଟେ ଓ ତଳ ପଟ ଧାରରେ ବହଳିଆ ତାଳି ବାଆ ପେଚ ସହିତ ପତ୍ର ସାମାନ୍ୟ ଖଣ୍ଡ ବିଖଣ୍ଡିତ ହୋଇପାରେ । ଅନ୍ୟ ଲକ୍ଷଣ ହେଉଛି ଲୋଚାକୋଚା , ମୋଡା ଓ ମଧ୍ୟଶିରା ଠାରୁ ଧାର ଆଡକୁ କୁଞ୍ଚନ କିମ୍ବା ଅନ୍ୟ ପ୍ରକାର ବିକୃତି । ଗଛ ଫିକା ସବୁଜ କିମ୍ବା ପାଣ୍ଡୁର , ରୁଗୁଡିଆ କିମ୍ବା ବାଙ୍ଗରା ଓ କାଣ୍ଡ ବଙ୍କା ହୋଇଯାଇପାରେ । ତଷୁ ଅସାଧାରଣ କୋଣରେ ବାହାରିବା ସହିତ ଛୋଟ କେଣ୍ଡା । ଏହି ରୋଗ ରାଇ କେଣ୍ଡାରେ ଦେଖାଯାଏ ନାହିଁ । କେତେକ ବିହନ ବ୍ରଣ କିମ୍ବା ଆବୁକୁ ପରିବର୍ତ୍ତିତ ହୁଏ ଯାହାକି ସୂତ୍ରଜୀବର ଶୁଖିଲା ବସ୍ତୁ ଧରି ରଖେ । ସୁସ୍ଥ ଗଛ ଅପେକ୍ଷା ଏହି ଗଛର ଆବୁ ଛୋଟ , ମୋଟା ଓ ହାଲୁକା ଅଟେ ଓ ରଙ୍ଗ ଫିକା ବାଦାମୀ ଠାରୁ କଳା ହୁଏ , ଯେତେବେଳେ ଏହା ବଢେ ( ତମ୍ବା ରଙ୍ଗ ପରିବର୍ତ୍ତେ ) ।

Recommendations

ଜୈବିକ ନିୟନ୍ତ୍ରଣ

ବିହନ ସାଧାରଣ ଲୁଣ ଦ୍ରବଣରେ ( 1 କେଜି/ 5ଲିଟର ପାଣି ) ରଖାଯାଏ ଓ ଭଲଭାବରେ ଘଣ୍ଟାଯାଏ ।ଏଥିରେ , ରୋଗା ବିହନ ଏବଂ ଅବଶେଷ ଉପରେ ଭାସେ ଓ ସେଠାରୁ ସଂଗ୍ରହ କରାଯାଇପାରେ , ବାଷ୍ପ ଦିଆଯାଇପାରେ , ଫୁଟା ଯାଇପାରେ କିମ୍ବା ସୂତ୍ରଜୀବ ମାରିବାକୁ ରାସାୟନିକ ଉପଚାର କରାଯାଇପାରେ । ସୁସ୍ଥ ବିହନ ଯାହାକି ପାତ୍ରର ତଳକୁ ବୁଡିଯାଏ, କେତେ ଥର ସଫା ପାଣିରେ ଧୋଇ ବୁଣିବା ପାଇଁ ଶୁଖାଯାଏ । ଗରମ ପାଣିରେ( 54-56 ଡିଗ୍ରୀ C , 10-12 ମିନଟ ପାଇଁ ) ବିହନକୁ ରଖିଲେ ସୂତ୍ରଜୀବକୁ ମାରିଦେଇପାରିବ । ଶେଷରେ , ଆବୁଗୁଡିକ ଚାଲୁଣିରେ ଛାଣି ଯାନ୍ତ୍ରିକ ଭାବରେ ସଂଗ୍ରହ କରାଯାଇପାରିବ , ଯେହେତୁ ସେମାନେ ବିହନ ଠାରୁ ଆକାରରେ କମ ଅଟନ୍ତି ।ଏ ॰ ଟ୍ରିଟିସି ପାଇଁ ସୂତ୍ରଜୀବ ନାଶକ ବିହନ ସଫା କରିବା ଭଳି ଅଧିକ ଫଳପ୍ରସୂ ନୁହେଁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ସୂତ୍ରଜୀବ ପାଇଁ କୌଣସି ରାସାୟନିକ ଉପଚାର ନାହି। ବିହନ ସଫା କରି ଓ ବିହନ ପ୍ରାମାଣିକତା କାର୍ଯ୍ୟକ୍ରମ ଦ୍ଵାରା ଏହି ରୋଗ ଦୂର କରାଯାଇପାରେ ଯାହାକି ବିହନକୁ ଭସେଇବା , ଗରମ ପାଣି ଉପଚାର କିମ୍ବା ମାଧ୍ୟାକର୍ଷଣ ଟେବୁଲ ବିହନ ପ୍ରକ୍ରିୟା ଦ୍ଵାରା ଆବୁରୁ ( ବିହନ ଅପେକ୍ଷା ହାଲୁକା ଓ କମ ଘନତ୍ଵ ) ନିଷ୍କୃତି ଦିଏ ।

ଏହାର କାରଣ କଣ

ଆଙ୍ଗୁଇନି ଟ୍ରିଟିସି ସୂତ୍ରଜୀବ ଦ୍ଵାରା ଲକ୍ଷଣ ହୁଏ । ପାଣିର ଝିଲ୍ଲୀ ଦେଇ ଶିଶୁ ସୂତ୍ରଜୀବ ଗଛ ଉପରକୁ ଆସେ , ପ୍ରବିଭାଜୀ ଟିସୁକୁ ଆକ୍ରମଣ କରେ ଓ ଫୁଲ ସ୍ତବକରେ ପଶେ । ଗହମ , ଯଅ ଓ ରାଇ ହେଉଛି ମୁଖ୍ୟ ପୋଷକ ଅଟେ ଏବଂ ଓଟ୍, ମକା ଓ ଜୋୱାର ଆଦି ନୁହନ୍ତି । ଥରେ ପକ୍ଵ ହେଉଥିବା ମଞ୍ଜି ଭିତରେ ପ୍ରବେକଲେ , ସେମାନେ ଆବୁ ସୃଷ୍ଟି କରିବା ଆରମ୍ଭ କରନ୍ତି ଯେଉଁଠାରେ ସେମାନେ ବସତି ସ୍ଥାପନ କରନ୍ତି ଓ ବୟସ୍କ ହୁଅନ୍ତି । ସଂଗମ ପରେ , ମାଈ ପୋକ ଅଣ୍ଡା ଦିଏ ଯାହାକି ମଞ୍ଜି ଆବୁ ଭିତରେ ଫୁଟେ । ଏହି ଅଣ୍ଡା ପରେ ଶୁଖେ ଓ ପରବର୍ତ୍ତୀ ବସନ୍ତ ପର୍ଯ୍ୟନ୍ତ ସୁପ୍ତ ରହେ । ବିହନ ଆବୁ ବୁଣିବା ଓ ଅମଳ ସମୟରେ ବିକ୍ଷିପ୍ତ ହୁଏ। ସେମାନେ ଆର୍ଦ୍ର ମାଟି ଓ ଜଳ ସହିତ ଆସିଲେ ଜୀବନ ଚକ୍ର ଆରମ୍ଭ କରନ୍ତି । ଏହାର ବିକାଶ ପାଇଁ , ମୁଖ୍ୟତଃ ଥଣ୍ଡା ଓ ଆର୍ଦ୍ର ପାଣିପାଗ ଅନୁକୂଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ଉତ୍ତମ ମାନ ସହିତ ପ୍ରାମାଣିକ ବିହନ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ । ପ୍ରତିରୋଧି କିସମ ବାଛନ୍ତୁ ( ବଜାରରେ କିଛି ମିଳୁଛି) । ଯଦି ସମ୍ଭବ , ଅତି କମରେ ଏକ ବର୍ଷ ପାଇଁ ଜମି ପଡିଆ ପକାନ୍ତୁ । ଜୀବାଣୁ ବହନ ବାରଣ କରିବାକୁ ଅତି କମରେ ଏକ ବର୍ଷ ପାଇଁ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ