ଅଲିଭ

ଅଲିଭ ଗଛରେ ଆନ୍ଥ୍ରାକ୍ନୋଜ

Glomerella cingulata

ଅନ୍ୟ

5 mins to read

ସଂକ୍ଷେପରେ

  • ଗୋଲାକାର ଖାଲୁଆ କ୍ଷତ ଦାଗ ଏକ କୈନ୍ଦ୍ରିକ ବଳୟ ଦ୍ଵାରା ଘେରି ରହିଥାଏ। କମଳା ରଙ୍ଗ ର ଜିଲାଟିନ ପଦାର୍ଥ ସହିତ ମାଟିଆ ଫଳ ପଚା ଦେଖାଯାଏ। ଫଳ ଶୁଖିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ଏକ କୈନ୍ଦ୍ରିକ ବଳୟ ସହିତ ଗୋଲାକାର ଖାଲୁଆ କ୍ଷତ ଦାଗ ଭାବେ ଲକ୍ଷଣ ପ୍ରଥମେ ଦେଖାଯାଏ। ଆର୍ଦ୍ର ପରିସ୍ଥିତିରେ, ମୃଦୁ ରୁ ଗାଢ ମାଟିଆ ଫଳ ପଚା ଦେଖାଯାଏ। ଶୁଷ୍କ ପରିସ୍ଥିତିରେ, ଫଳ ନିର୍ଜ୍ଜଳିକରଣ ହୋଇ ଶୁଖିଯାଇ ଥାଏ। ଉଭୟ କ୍ଷେତ୍ରରେ, ଫଳ ଅକାଳରେ ଝଡିଯାଏ। ଏହି ଲକ୍ଷଣ ମୁଖ୍ୟତଃ ଫଳ ପାଚିବା ସମୟରେ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଅରିଓବେଶିଡିଅମ ପୁଲୁଲାନ୍ସର କିଛି କିସମ, ଫୁଲ ପୂର୍ବ ଅବସ୍ଥା ଓ ଫଳ ପାଚିବା ଅବସ୍ଥାରେ ପ୍ରୟୋଗ କରିଲେ, କୋଲେଟୋଟ୍ରାଇକମ ଜାତି ସଂକ୍ରମଣ ରୁ ଅଧିକ ସୁରକ୍ଷା ଦେଇଥିବା ଦେଖା ଯାଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଷ୍ଟ୍ରୋବିଲୁରିନ, ମାଙ୍କୋଜେବ କିମ୍ବା କପର ଭିତ୍ତିକ କବକନାଶୀ ଫୁଲ ଅବସ୍ଥା ପୂର୍ବରୁ ଗୋଟିଏ ଆଉ ସହଳ ଫଳ ଅବସ୍ଥାରେ ଗୋଟିଏ ସିଞ୍ଚନ ପ୍ରୟୋଗ କରନ୍ତୁ। ପୂର୍ବ ସିଞ୍ଚନ ପରେ ଯଦି ସଂକ୍ରମଣ ରହିଥାଏ, ଦୁଇଟି ସିଞ୍ଚନ ଦରକାର ହୁଏ। କାଟଛାଣ୍ଟ ପରେ କଟା ଅଂଶରେ ପୁନଃ ସଂକ୍ରମଣ ନିବାରଣ କରିବା ପାଇଁ ସିଞ୍ଚନ ପ୍ରୟୋଗ ସୁନିଶ୍ଚିତ କରନ୍ତୁ।

ଏହାର କାରଣ କଣ

ଗ୍ଳୋମେରାଲା ସିଙ୍ଗୁଲାଟା ନାମକ କବକ ଗଛ ଟିସୁରେ ସୁପ୍ତ ରହିପାରେ ଏବଂ ଅତି ଆର୍ଦ୍ର ଓ ଶୁଖିଲା ପାଗରେ ସକ୍ରିୟ ହୋଇଥାଏ। ମୁଖ୍ୟତଃ, ଫୁଲ ଓ ଅମଳ ପୂର୍ବ ଅବସ୍ଥାରେ ଉଷ୍ଣ ଓ ଆର୍ଦ୍ର ପାଣିପାଗ ଗ୍ଳୋମେରାଲା ସିଙ୍ଗୁଲାଟାର ବୃଦ୍ଧିକୁ ଅନୁକୂଳ କରିଥାଏ। ସଂକ୍ରମିତ କାଠ କିମ୍ବା ଗଛରେ ଥିବା ଶୁଖିଲା ଫଳ, ପତ୍ରରେ ଜୀବାଣୁ ବଞ୍ଚି ରହିଥାଏ।


ସୁରକ୍ଷାତ୍ମକ ଉପାୟ

  • ସହନୀଶୀଳ କିମ୍ବା ପ୍ରତିରୋଧୀ କିସମ ବାଛନ୍ତୁ। ନୂଆଁ ଅଲିଭ ବଗିଚାରେ ରୋଗ-ମୁକ୍ତ ରୋପଣ ସାମଗ୍ରୀ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ପତ୍ର ସମୂହରେ ପବନ ଚଳାଚଳ ଓ ସୂର୍ଯ୍ୟାଲୋକ ପ୍ରବେଶ ସର୍ବାଧିକ କରାନ୍ତୁ। କମ ଯବକ୍ଷାରଜାନ ସହିତ ଯଥେଷ୍ଟ ସାର ପ୍ରୟୋଗ କରନ୍ତୁ। ଅତ୍ୟଧିକ ଜଳସେଚନ ଦିଅନ୍ତୁ ନାହିଁ। ମନିଟର କରନ୍ତୁ ଓ ସହଳ ସଂକ୍ରମଣ ଚିହ୍ନଟ କରନ୍ତୁ। କାଟଛାଣ୍ଟ ଉପକରଣ ସଫା ଓ ବିଶୋଧନ କରନ୍ତୁ। ପରବର୍ତ୍ତୀ ବିସ୍ତାର ବନ୍ଦ କରିବା ପାଇଁ ପ୍ରଭାବିତ ଅଂଶକୁ କାଟି କାଢି ଦିଅନ୍ତୁ। ସଂକ୍ରମିତ ଫଳ ଓ କଟା ହୋଇଥିବା ଅଂଶକୁ କାଢି ନଷ୍ଟ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ