କପା

ତମ୍ବାଳିଆ ପତ୍ର ରୋଗ

Leaf Reddening

ଅନ୍ୟ

5 mins to read

ସଂକ୍ଷେପରେ

  • ପ୍ରାୟ ସମୟରେ ପ୍ରଥମେ ପତ୍ର ର ଧାର ନାଲି ହୋଇଯାଏ.
  • ପରେ ଏହା ପୁରା ପତ୍ର କୁ ରଂଗ ହୀନ କରି ଦିଏ.
  • କାଣ୍ଡ ଝାଉଁଳି ଯାଏ ଓ ନାଲି ହୋଇ ଯାଏ.
  • ପତ୍ର ଏବଂ ଫଳ ଝଡିପଡ଼େ.
  • ବିକାଶ ବ୍ୟାଧିତ ହୋଇଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଫସଲ ର ଅବସ୍ଥା ଏବଂ ନାଲି ହେବା କାରଣ ଉପରେ ପତ୍ରରେ ପ୍ରକୃତରେ କେତେ ମାତ୍ରାରେ ଏବଂ କେଉଁ ପ୍ରକାର ନାଲି ହେବ ତାହା ନିର୍ଭର କରେ. ପ୍ରାୟ ସମୟରେ ପ୍ରଥମେ ପତ୍ର ର ଧାର ନାଲି ହୋଇଯାଏ ଏବଂ ପରେ ଏହା ପୁରା ପତ୍ର କୁ ବ୍ୟାପି ଯାଏ. ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାଉଁଳିବା, କାଣ୍ଡ ନାଲି ହେବା, ଦରିଦ୍ର ଏବଂ କିଛି ନଥିବା ବକରା ର ବୃଦ୍ଧି ହୁଏ, ପତ୍ର ଏବଂ ଫଳ ଝଡିପଡ଼େ ଏବଂ ଗଛ ଟି ବାଙ୍ଗରା ହୋଇଯାଏ. ପଟଝଡା ସମୟରେ, ରଂଗହୀନତା ଏକ ସାଧାରଣ କଥା ଏବଂ ଏହା ପୁରା ଫସଲ ରେ ଏକା ସମୟରେ ଦେଖାଯାଏ. ଯବକ୍ଷାରଜାନ ଅଭାବ ଛଡା ଅଧିକ ସମୟ ଖରା ରେ ରହିବା ଦ୍ୱାରା, ଥଣ୍ଡା ପାଗରେ ଏବଂ ପବନ କ୍ଷତ ଦ୍ୱାରା ମଧ୍ୟ ପତ୍ର ନାଲି ହୋଇଥଏ. ଏପରି କ୍ଷେତ୍ରରେ ରଂଗହୀନତା ପୁରା ଜମିରେ ନ ହୋଇ କେବଳ ଗୋଟିଏ ପତ୍ର ରେ ହୁଏ.

Recommendations

ଜୈବିକ ନିୟନ୍ତ୍ରଣ

ଚାପ ଏବଂ ଗଛର ବଢିବା ସମୟ ଉପରେ ନୀର୍ଭର କରିି ଜୈବିକ ସାର ପ୍ରୟୋଗ କରିବା ସହାୟକ ହୋଇ ପାରେ. ତମ୍ବାଳିଆ ପତ୍ର ରୋଗ ଯଦି ଫସଲର ଶେଷ ସମୟରେ କିମ୍ବା ଯଦି ଶାରୀରିକ ଆଘାତ ଯୋଗୁଁ ହୁଏ ତେବେ ଜୈବିକ ଉପାୟ ଦରକାର ହୁଏ ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରିବା ଦରକାର. କପା ଗଛର ତମ୍ବାଳିଆ ପତ୍ର ରୋଗ ପାଇଁ କୋୖଣସି ରାସାୟନିକ ଉପଚାର ପଦ୍ଧତି ନାହିଁ. ଗୋବର ଖତ, ଭଲ ଜଳସେଚନ ପଦ୍ଧତି ଏବଂ ସନ୍ତୁଳିତ ସାର ପ୍ରୟୋଗ ଦ୍ୱାରା ଏହି ସମସ୍ୟା ର ସମାଧାନ କରାଯାଇ ପାରେ. ଯଦି ଫସଲ ର ଆରମ୍ଭରେ ଏହା ଦେଖାଯାଏ ତେବେ ଆବଶ୍ୟକ ସାର ପ୍ରୟୋଗ କରି ସମସ୍ୟା ର ସମାଧାନ କରାଯାଇ ପାରେ. ଯଦି ଏହି ଲକ୍ଷଣ ପ୍ରଥମ ବକରା ଖୋଲିବା ସମୟରେ ଦେଖାଯାଏ ତେବେ କୌଣସି ପ୍ରତିକାର କରିବା ଦରକାର ନାହିଁ.

ଏହାର କାରଣ କଣ

ଅଜୈବିକ କାରଣ ଯେମିତିକି ପାଣି, ସବୁବେଳେ ଗରମ ଚାପ କିମ୍ବା ଅନୂର୍ବର ମାଟି ଯୋଗୁଁ ମଧ୍ୟ ଏହି ଲକ୍ଷଣ ଦେଖାଦିଏ. କେତେକ ପ୍ରକାରର କିମ୍ବା ଶଙ୍କର ଜାତୀୟ ଫସଲ ଏହାପାଇଁ ସହନଶୀଳ ନୁହେଁ. ଆନ୍ଥୋସିଆନିନ୍ ନାମକ ଏକ ନାଲିଆ କଣିକାର ବୃଦ୍ଧି ଏବଂ ପତ୍ରହରିତ୍ କୋଷର କ୍ଷତି ନାଲିପଡିଯିବା ର ଏକ ମୁଖ୍ୟ କାରଣ ଅଟେ. ଅନ୍ୟ ଏକ କାରଣ ହେଉଛି ମୂଳଗୁଛ ପଚି ଯିବା ଯାହାଦ୍ଵାରା ଗଛର ଜଳ ଏବଂ ଖାଦ୍ୟସାର ଶୋଷଣ କ୍ଷମତା କମିଯାଏ. ଏହି ଲକ୍ଷଣ ପତ୍ରଝଡା ସମୟରେ ଅତି ସାଧାରଣ କଥା ଅଟେ ଏବଂ ଏହାର କୌଣସି ନକରାତ୍ମକ ପ୍ରଭାବ ଅମଳ ଉପରେ ପଡେ ନାହିଁ. ଅନ୍ୟ କାରଣ ରେ ଫସଲର ର ଆରମ୍ଭ ରେ ଏହା ଯବକ୍ଷାରଜାନ, ଫସଫରସ, ଏବଂ ପୋଟାସିଅମ (magnesium ଦ୍ୱାରା ନୁହେଁ) ର ଅଭାବ ରେ ଦେଖାଦିଏ. ଆଉ ମଧ୍ୟ ଅତ୍ୟଧିକ ସୁଯ୍ୟ କିରଣ, ପବନ ଏବଂ ଥଣ୍ଡା ପାଗ ରଂଗହୀନତା କୁ ବଢାଇ ଥାଏ.


ସୁରକ୍ଷାତ୍ମକ ଉପାୟ

  • ଉପଯୁକ୍ତ ସମୟରେ ଫସଲ ଲଗାଇଲେ ଫଳ ହେବା ସମୟରେ ଜମିରେ ଅତ୍ୟଧିକ ତାପମାତ୍ରାରୁ ବଞ୍ଚିତ ହୋଇପାରିବ.
  • ଗଛରୁ ଗଛ ମଧ୍ୟରେ ଅନୁମୋଦିତ ବ୍ୟବଧାନ ରଖନ୍ତୁ.
  • ଅଜୈବିକ ଚାପ ସହନଶୀଳ କିସମ ର ବିହନ ଲଗାନ୍ତୁ.
  • ଆବଶ୍ୟକ ଗୋବର ଖତ ପ୍ରୟୋଗ କୁ ନିଶ୍ଚିତ କରନ୍ତୁ.
  • ଅଜୈବିକ ଚାପ ଏବଂ ପବନ ରୁ ହେଉଥିବା କ୍ଷୟକ୍ଷତି ରୁ ଫସଲ କୁ ରକ୍ଷା କରନ୍ତୁ.
  • ଫସଲ ପାଇଁ ଆବଶ୍ୟକ ଜଳସେଚନର ବ୍ୟବସ୍ଥା କରନ୍ତୁ.
  • ଜମିରେ ଖାଦ୍ୟସାର ର ମାତ୍ରା ନିରୀକ୍ଷଣ କରନ୍ତୁ ଏବଂ ସନ୍ତୁଳିତ ଖାଦ୍ୟସାର ପରିଚାଳନା କରନ୍ତୁ.
  • ଅମଳ ପରେ ଗଭୀର ଭାବେ ଖୋଳି ମାଟିକୁ ମିଶାନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ