ଗହମ

ଗହମର କଳା ଫିମ୍ପି ରୋଗ

Ustilago segetum var. tritici

ଫିମ୍ପି

5 mins to read

ସଂକ୍ଷେପରେ

  • ଫୁଲ ଅବସ୍ଥା କିମ୍ବା ସାମାନ୍ୟ ପୂର୍ବରୁ ଲକ୍ଷଣ ଦେଖାଯାଏ । ଗୁଣ୍ଡ କଳା ଦାନା ଏବଂ ସ୍ଵତନ୍ତ୍ର " ମଲା ମାଛ " ଗନ୍ଧ ସହିତ କଳା କେଣ୍ଡା ଥାଏ । ଦାନା ଭିତର ଅଂଶ କବକ ବୃଦ୍ଧି ଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ଫୁଲ ଅବସ୍ଥା କିମ୍ବା ସାମାନ୍ୟ ପୂର୍ବରୁ ଲକ୍ଷଣ ଦେଖାଯାଏ । ଗୁଣ୍ଡ କଳା ଦାନା ଏବଂ ସ୍ଵତନ୍ତ୍ର " ମଲା ମାଛ " ଗନ୍ଧ ସହିତ କଳା କେଣ୍ଡା ଥାଏ । ଦାନା ଭିତର ଅଂଶ କବକ ବୃଦ୍ଧି ଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ ଓ ସଂକ୍ରମିତ କେଣ୍ଡାରେ ଦାନା ବିକାଶ ହୁଏ ନାହି । ପୃଥିବୀର ସବୁ ଗହମ ଚାଷ ଅଞ୍ଚଳରେ ଏହା ଏକ ସାଧାରଣ ରୋଗ ଅଟେ । ସଂକ୍ରମିତ କେଣ୍ଡାରେ ଅମଳ କ୍ଷତି ସଂପୂର୍ଣ୍ଣ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ବିହନଙ୍କୁ 20-30 ଡିଗ୍ରୀ C ପାଣିରେ 4-6 ଘଣ୍ଟା ଭିଜାନ୍ତୁ । ତାପରେ , ଏହାକୁ 49 ଡିଗ୍ରୀ C ଗରମ ପାଣିରେ 2 ମିନଟ ପାଇଁ ବୁଦାନ୍ତୁ । ପରବର୍ତ୍ତୀ ପଦକ୍ଷେପରେ ବିହନକୁ ପ୍ଲାଷ୍ଟିକ ଚାଦର ଉପରେ ରଖନ୍ତୁ ଏବଂ 4 ଘଣ୍ଟା ପାଇଁ ଖରା ସ୍ପର୍ଶରେ ଆସିବାକୁ ଦିଅନ୍ତୁ । ବୁଣିବା ପୂର୍ବରୁ ବିହନ ସଂପୂର୍ଣ୍ଣ ଭାବରେ ପବନ ଦ୍ଵାରା ଶୁଖିଯିବା ଦରକାର । ଏହି ଉପଚାର ସଂକ୍ରମଣ ଶଙ୍କାକୁ କମାଇଦିଏ , କିନ୍ତୁ ଏହା ବିହନର ଅଙ୍କୁରଣ ହାରକୁ ପ୍ରଭାବିତ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସର୍ବାଙ୍ଗ ଭେଦି କବକନାଶୀ ଯଥା, କାର୍ବାକ୍ସିନ କିମ୍ବା ଟ୍ରାୟାଡିମେନଲ ଦ୍ଵାରା ବିହନ ଉପଚାର କରାଯାଇପାରେ , ଯାହାକି ଗଜା ହେଉଥିବା ବିହନ ଦ୍ଵାରା ନିଆଯାଏ ଓ ବିହନ ଭିତରେ ଥିବା କବକକୁ ବାଧାଡିଏ କିମ୍ବା ମାରିଦିଏ ।ବିହନ ଉପଚାର ପାଇଁ ମିଳୁଥିବା ଅନ୍ୟ ଯୌଗିକଗୁଡିକ ହେଉଛି ଟ୍ରିଟିକୋନାଜୋଲ , ଡାଇଫେନୋକୋନାଜୋଲ ,ଓ ଟେବୁକୋନାଜୋଲ ।

ଏହାର କାରଣ କଣ

ଏହି ଲକ୍ଷଣ ବିହନ ବାହିତ କବକ , ଉଷ୍ଟିଲାଗୋ ତ୍ରିଟିସି , ଦ୍ଵାରା ହୁଏ ଯାହାକି ସଂକ୍ରମିତ ଗହମ ବିହନରେ ସୁପ୍ତ ଅବସ୍ଥାରେ ବଞ୍ଚିଥାଏ । ଗଛର ଜୀବନ ଚକ୍ର ଅନୁସାରେ କବକ ନିଜର ବିକାଶ କରେ । ଯେତେବେଳେ ସଂକ୍ରମିତ ବିହନ ଗଜା ହୁଏ , କବକ ଛୋଟ ଗହମ ଗଛର କାଣ୍ଡରେ ନିଜର ବୃଦ୍ଧି କରେ ଏବଂ ଘଟଣାକ୍ରମେ ଫୁଲର ଟିସୂରେ ବସାବାନ୍ଧେ । ରେଣୁ ଛାଡିବା ପରିବର୍ତ୍ତେ , ଫୁଲ କବକ ରେଣୁ ବିକ୍ଷିପ୍ତ କରେ ଯାହାକି ପବନ ଦ୍ଵାରା ସୁସ୍ଥ ଗଛକୁ ବିସ୍ତାର କରେ । ସେଠାରେ , ସେଗୁଡିକ ଗଜା ହୁଅନ୍ତି ଓ ଭିତର ଟିସୁରେ ବସା ବାନ୍ଧନ୍ତି , ଘଟଣାକ୍ରମେ ନୂଆଁ ଦାନା ଭିତରେ ରହେ ।ସଂକ୍ରମିତ ବିହନ ଏହି ସୁପ୍ତ କବକକୁ ବହନ କରେ କିନ୍ତୁ ସୁସ୍ଥ ଦେଖାଯାଏ । ଏହି ବିହନ ଲଗାଇଲେ ପୁଣି ଚକ୍ର ଆରମ୍ଭ ହେବ । ବିସ୍ତାରର ଅନ୍ୟ ମାଧ୍ୟମ ହେଉଛି ଅମଳ ଅବଶେଷ , ବର୍ଷା ଓ ପୋକ । ରେଣୁର ଦ୍ରୁତ ଅଙ୍କୁରଣ ପାଇଁ ଅନୁକୂଳ ପରିସ୍ଥିତି ହେଉଛି ବାରମ୍ବାର ବର୍ଷା କିମ୍ବା କାକର ସହିତ ଆର୍ଦ୍ର ପାଣିପାଗ ( ଆପେକ୍ଷିକ ଆର୍ଦ୍ରତା 60-85%) ଓ 16-22 ଡିଗ୍ରୀ C ମଧ୍ୟରେ ଥଣ୍ଡା ତାପମାତ୍ରା ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛ କିମ୍ବା ରୋଗମୁକ୍ତ ପ୍ରାମାଣିକ ଉତ୍ସରୁ ବିହନ ବ୍ୟବହାର କରନ୍ତୁ । ଯଦି ମିଳେ , ପ୍ରତିରୋଧି କିସମ ଲଗାନ୍ତୁ ଅନ୍ୟ ଜମିରେ କାମ କରୁଥିବା ସମୟରେ ସଫା ଯନ୍ତ୍ରପାତି , ହାତ ଓ ଚପଲ ବ୍ୟବହାର ସୁନିଶ୍ଚିତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ