ମକା

ମକାର ଦକ୍ଷିଣ ପତ୍ର ପୋଡା ରୋଗ

Cochliobolus heterostrophus

ଫିମ୍ପି

5 mins to read

ସଂକ୍ଷେପରେ

  • ତଳ ପତ୍ର ଉପରେ ମାଟିଆ ରଂଗର ଧାର ସହିତ, ତାମ୍ର ବର୍ଣ ,ଠିକିରି ଆକୃତିରୁ ଲମ୍ବାଳିଆ ଘା ଦେଖା ଯାଇଥାଏ.
  • ଘା ଗୁଡିକ ପତ୍ର ଶିରା ଆଗକୁ ମଧ୍ୟ ବଢି ଯାଇପାରେ.
  • ପତ୍ରର ବଡ ଅଂଶ ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଏ । ମକା ଭୁଣ୍ଡି ଗୁଡିକ ବିକୃତ ହୋଇଯାଏ ଓ ଧୂସରିଆ ଆବରଣ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ଜୀବାଣୁର ଶକ୍ତି, ଫସଲ କିସମ ଓ ପାଣିପାଗ ପରିସ୍ଥିତି ଉପରେ ନୀର୍ଭର କରି ଲକ୍ଷଣ ଗୁଡିକ ଟିକେ ଟିକେ ଅଲଗା ହୋଇ ଥାଇପାରେ. ପ୍ରଥମେ ତଳି ପତ୍ର ଉପରେ ମାଟିଆ ରଂଗର ଧାର ସହିତ ତାମ୍ର , ଠିକିରି ଆକୃତିରୁ ଲମ୍ବାଳିଆ ଘା ଦେଖା ଯାଇଥାଏ ଓ ଧୀରେ ଧୀରେ କଅଁଳ ପତ୍ର ସମୂହ ଉପରକୁ ବ୍ୟାପି ଥାଏ. ଘା ଗୁଡିକ ବିଭିନ୍ନ ଆକାରର ହୋଇ ପାରନ୍ତି ଓ ଏଗୁଡିକ ପତ୍ର ଶିରା ଆଗକୁ ମଧ୍ୟ ବଢି ଯାଇପାରେ. ସଂବେଦନଶୀଳ ଫସଲରେ, ଏହି ଘା ଗୁଡିକ ପରସ୍ପର ସହ ମିଶି ପତ୍ରର ବଡ ଅଂଶ ସମ୍ପୂର୍ଣ ନଷ୍ଟ ହୋଇଯାଏ.ରୋଗର ପର ସ୍ତର ଗୁଡିକରେ ଭୁଣ୍ଡି ଗୁଡିକ ବିକୃତ ହୋଇଯାଏ ଓ ଧୂସରିଆ ଆବରଣ ଦେଖା ଯାଇଥାଏ. ପତ୍ରରେ କ୍ଷତି ଯୋଗୁଁ ଉତ୍ପାଦକତାରେ କ୍ଷତି ଦେଖା ଯାଇଥାଏ ଯାହାକି ଭଂଗା କାଣ୍ଡ ସହ ଝାଉଁଳା ଗଛରେ ପରିଣତ ହୋଇ ଯାଇପାରେ. ଏହା ପରେ ପରେ ପଡି ଯାଇ ପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଜୀବାଣୁଜନିତ ସଂକ୍ରମଣ ବିରୋଧରେ ଟ୍ରାଇକୋଡର୍ମା ଆଟ୍ରୋଭିରିଡେ ଏସ୍.ଜି.3403 ନାମକ ପ୍ରତିଯୋଗୀ କବକନାଶକ ଦ୍ୱାରା ଜୈବୀକ ଉପଚାର କରିବା ଦ୍ୱାରା ଏହାର ଜୈବୀକ ଉପଚାର ସଫଳତାର ସହ କରା ଯାଇପାରେ । ଯାହାହେଲେବି , ଫସଲ କୁ ଜମିରେ ଉପଚାରର ପ୍ରଭାବକୁ ଫାର୍ମ ଗୁଡିକରେ ପରୀକ୍ଷା କରିବା ଉଚିତ୍.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ.ଠିକ୍ ସମୟରେ କବକନାଶକ ଉପଚାର ପ୍ରୟୋଗ କଲେ ରୋଗକୁ ଫଳପ୍ରସୂ ନିୟନ୍ତ୍ରଣ କରା ଯାଇ ପାରିବ. ରୋଗର ବିକାଶକୁ ସମ୍ଭବପର ଅମଳଜନିତ କ୍ଷତି, ପାଣିପାଗ ସମାଚାର ଓ ଫସଲର ବିକାଶ ସ୍ତରକୁ ଭଲ ଭାବେ ବିଚାରକୁ ନେଲା ପରେ ହିଁ ଉପଚାର କରିବା ନିଷ୍ପତି ନିଅନ୍ତୁ. ଯେକୌଣସି ଦ୍ରୁତ କାର୍ଯ୍ୟ କରୁଥିବା, ବହୁମୂଖୀ ପଦାର୍ଥ ପ୍ରୟୋଗ କରିବା ପରାମର୍ଶନୀୟ ଅଟେ, ଉଦାହରଣ ସ୍ୱରୁପ- ପ୍ରତି 8-10 ଦିନକୁ ଥରେ ମ୍ୟାଂକୋଯ଼େବ୍ (2.5 ଗ୍ରା/ଲି) ପ୍ରୟୋଗକରା ଯାଇପାରେ.

ଏହାର କାରଣ କଣ

ଏହି ରୋଗଟି କୋକ୍ଲିଓବୋଲସ୍ ହେଟେରୋଷ୍ଟ୍ରୋଫୁ (Cochliobolus Heterostrophu) ନାମକ ଏକ କବକ ଗୁଡିକ ଦ୍ୱାରା ହୋଇଥାଏ ଯାହାକି ବାଇପୋଲାରିସ୍ ମେୟଡିସ୍ (Bipolaris Maydis) ନାମରେ ମଧ୍ୟ ଜଣାସୁଣା ଅଟେ. କବକ ଗୁଡିକ ମାଟିରେ ଥିବା ଫସଲ ଅବଶେଷରେ ବଂଚି ରହିଥାଏ. ଯେତେବେଳେ ପାଣିପାଗ ଅନୂକୁଳ ହୋଇଥାଏ, ଏମାନେ ରେଣୁ ସୃଷ୍ଟି କରି ଥାଆନ୍ତି ଯାହାକି ନୂଆ ଫସଲ ଉପରକୁ ପବନ ଓ ବର୍ଷା ଛାଟ ଦ୍ୱାରା ପରିବାହିତ ହୋଇଥାଏ. ଏହା ପତ୍ର ଉପରେ ଅଙ୍କୁରିତ ହୋଇ ନିଜ ଜୀବନଚକ୍ର (ସଂକ୍ରମଣରୁ ନୂତନ ରେଣୁ ସୃଷ୍ଟି ହେବା ଯାଏଁ) 72 ଘଣ୍ଟା ମଧ୍ୟରେ ପୁରଣ କରି ଥାଏ. କବକ ଗୁଡିକର ବିକାଶ ଓ ସଂକ୍ରମଣ ପ୍ରକ୍ରିୟା ପାଇଁ, ଆର୍ଦ୍ର ପାଣିପାଗ, ପତ୍ରର ଆର୍ଦ୍ରତା ଓ 22 ରୁ 30°C ମଧ୍ୟରେ ତାପମାତ୍ରା ଅନୂକୁଳ ହୋଇଥାଏ. ପତ୍ର ଉପରେ କ୍ଷତି ଫସଲର ଉତ୍ପାଦକତାକୁ କମେଇ ଦେଇଥାଏ ଓ ସଂକ୍ରମଣ ଋତୁର ଆରମ୍ଭରେ ହେଲେ ଅମଳ ବହୁତ କମି ଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ନିଜ ଜାଗାରେ ଉପଲବ୍ଧ ଥିବା ପ୍ରତିରୋଧୀ କିସମର ଫସଲ ବୁଣନ୍ତୁ.
  • ଗୋଟିଏ ପ୍ରକାର ଫସଲ ଚାଷରୁ ବଂଚିବା ପାଇଁ ବିଭିନ୍ନ କିସମର ମକା ଫସଲ ବୁଣନ୍ତୁ.
  • ଜମିକୁ ସଫା ସୁତୁରା ରଖିବା ସୁନିଶ୍ଚିତ କରନ୍ତୁ.
  • ଫସଲ ଅବଶେଷକୁ ଗଭୀର ହଳ କରି ମାଟି ଭିତରେ ପୋତି ଦିଅନ୍ତୁ.
  • ଅମଳ ପରେ ଜମି ପଡିଆ ପକାଇବା କଥା ଚିନ୍ତା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ