ଜୋଆର

Sorghum bicolor

ଜଳସେଚନ
ମଧ୍ୟମ

ଚାଷ
ବିହନ ବୁଣିବା

ଅମଳ କରିବା
100 - 105 ଦିନ

ପରିଶ୍ରମ
ମଧ୍ୟମ

ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ

pH ମୂଲ୍ୟ
5.5 - 8.5

ତାପମାନ
15°C - 40°C

ଉର୍ବରୀକରଣ
ମଧ୍ୟମ

ଜୋଆର

ଉପକ୍ରମ

ମୂଳତଃ ସୋରଗମ ବାଇକଲର ଆଫ୍ରିକାରେ ଚାଷ କରାଯାଉଥିଲା ଏବଂ ବର୍ତ୍ତମାନ ବିଶ୍ଵର ଗ୍ରୀଷ୍ମ ଓ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଚାଷ କରାଯାଏ। ଖାଦ୍ୟ, ପଶୁ ଖାଦ୍ୟ, ଏବଂ ବାୟୋଫୁଏଲ ଉତ୍ପାଦନ ପାଇଁ ଜୋୱାର ଦାନା ବ୍ୟବହାର ହୋଇଥାଏ। ମୁଖ୍ୟ ଫସଲ ହିସାବରେ ଜୋୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସାଧାରଣତଃ ବାର୍ଷିକୀ ଫସଲ ଭାବେ ଚାଷ କରାଯାଏ, ଯଦିଓ କେତେକ ବହୁବାର୍ଷିକୀ କିସମ ଉପଲବ୍ଧ ଅଛି।

ଉପଦେଷ୍ଟା

ଯତ୍ନ

ଯତ୍ନ

ବାଳୁଙ୍ଗା ଏବଂ ରୋଗପୋକର ମାତ୍ରା କୁ କମ କରିବା ପାଇଁ ବୁଣିବା ପୂର୍ବରୁ ଜମିକୁ ହଳ କରିବା ଆବଶ୍ୟକ। ଜମି ଚାଷ କଲେ ବିହନର ଅଙ୍କୁରଣ ମାତ୍ରା ବୃଦ୍ଧି ପାଇଥାଏ, ମାଟିର ଗଠନ କୁ ଉନ୍ନତ କରିଥାଏ ଏବଂ ମାଟି ଅବକ୍ଷୟ କୁ ପ୍ରତିବନ୍ଧିତ କରିଥାଏ। କୁହୁଡି ପ୍ରତି ଜୋୱାର ଫସଲ ସମ୍ବେଦନଶୀଳ, ତେଣୁ ଶେଷ କୁହୁଡି ପରେ ବୁଣା ଆରମ୍ଭ କରିବା ଉଚିତ। ଆହୁରି ମଧ୍ୟ, ଗଜା ହେବା ପାଇଁ ବିହନ କୁ ମାଟିର ନିର୍ଦ୍ଧିଷ୍ଟ ଆର୍ଦ୍ରତା ଆବଶ୍ୟକତା ହୋଇଥାଏ। ବୁଣିଲା ବେଳେ ମରୁଡି ହେଲେ ଅଙ୍କୁରଣ ହାର କମି ଯାଇଥାଏ।

ମାଟି

ଏକ ମଜବୁତ ମୁଖ୍ୟ ଫସଲ, ଜୋୱାର ମୁଖ୍ଯତଃ ଅଧିକ କର୍ଦମ ଥିବା ଅଗଭୀର ମାଟି ରେ ଚାଷ କରାଯାଏ କିନ୍ତୁ ଏହା ଅଧିକା ବାଲିଆ ଜମିରେ ମଧ୍ୟ ବଞ୍ଚିପାରେ। ଏହା ବ୍ୟାପକ ରେଞ୍ଜ ର pH ମାତ୍ରାକୁ ସହ୍ୟ କରିପାରେ ଏବଂ ଖାରି ମାଟିରେ ମଧ୍ୟ ବଞ୍ଚିପାରେ। ଜଳମଗ୍ନ ଏବଂ ମରୁଡି ପରିସ୍ଥିତି କୁ ସୀମିତ ଭାବେ ସହିପାରେ କିନ୍ତୁ ଉତ୍ତମ ଜଳ ନିଷ୍କାସିତ ମାଟିରେ ସବୁଠାରୁ ଭଲ ବଢିଥାଏ।

ଜଳବାୟୁ

ଯେଉଁଠାରେ ଦିନ ସମୟର ତାପମାତ୍ରା ପ୍ରାୟ 27°Cରୁ 30 °C ମଧ୍ୟରେ ଥିବା ଗରମ ଅଞ୍ଚଳରେ ଜୋୱାର ଭଲ ଭାବେ ଚାଷ ହୋଇଥାଏ। ଯଦି ଏହାର ଚେର ଭଲ ଭାବେ ବିକଶିତ ହୋଇଥାଏ, ଏହି ଫସଲ ସୁପ୍ତ ଅବସ୍ଥାରେ ମରୁଡି କୁ ସହ୍ୟ କରି ବଞ୍ଚିପାରେ ଏବଂ ପରିସ୍ଥିତି ସୁଧୁରିଲା ପରେ ପୁଣି ବଢିବା ଆରମ୍ଭ କରିଥାଏ। ଗ୍ରୀଷ୍ମ ଏବଂ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଜୋୱାର ସମୁଦ୍ର ପତ୍ତନ ଠାରୁ 2300 ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଚାଷ କରାଯାଇପାରେ। କିସମ ହିସାବରେ ଜଳ ର ଅବଶ୍ୟକତା ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ସାଧାରଣତଃ ମକା ଅପେକ୍ଷା କମ ରହେ।

ସମ୍ଭାବ୍ୟ ରୋଗ

ଜୋଆର

ପ୍ଳାଣ୍ଟିକ୍ସ ରେ ଏହାକୁ କିପରି ବଢ଼ାଇବେ ଜାଣନ୍ତୁ!

ଜୋଆର

Sorghum bicolor

ଜୋଆର

ପ୍ଲାଣ୍ଟିକ୍ସ ଆପ୍ ସାହାଯ୍ୟରେ ସୁସ୍ଥ ଫସଲ ଚାଷ କରନ୍ତୁ ଏବଂ ବହୁତ ଉତ୍ପାଦନ କରନ୍ତୁ!

ଉପକ୍ରମ

ମୂଳତଃ ସୋରଗମ ବାଇକଲର ଆଫ୍ରିକାରେ ଚାଷ କରାଯାଉଥିଲା ଏବଂ ବର୍ତ୍ତମାନ ବିଶ୍ଵର ଗ୍ରୀଷ୍ମ ଓ ଉପ-ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଚାଷ କରାଯାଏ। ଖାଦ୍ୟ, ପଶୁ ଖାଦ୍ୟ, ଏବଂ ବାୟୋଫୁଏଲ ଉତ୍ପାଦନ ପାଇଁ ଜୋୱାର ଦାନା ବ୍ୟବହାର ହୋଇଥାଏ। ମୁଖ୍ୟ ଫସଲ ହିସାବରେ ଜୋୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସାଧାରଣତଃ ବାର୍ଷିକୀ ଫସଲ ଭାବେ ଚାଷ କରାଯାଏ, ଯଦିଓ କେତେକ ବହୁବାର୍ଷିକୀ କିସମ ଉପଲବ୍ଧ ଅଛି।

ମହତ୍ୱପୂର୍ଣ୍ଣ ତଥ୍ୟ