ଆମ୍ବ

ଆମ୍ବର ଅପଗଠନ

Fusarium mangiferae

ଫିମ୍ପି

5 mins to read

ସଂକ୍ଷେପରେ

  • ଡାଳ , ପତ୍ର ଓ ଫୁଲର ଅସାଧାରଣ ବୃଦ୍ଧି । ଗୁଛାକାର ଦେଖାଯାଏ । ରୁଗୁଡିଆ ବୃଦ୍ଧି । 2 ପ୍ରକାରର ଅପଗଠନ ହୁଏ : ଅଙ୍ଗୀୟ ଓ ଫୁଲ ସମ୍ବନ୍ଧୀୟ । ଫୁଲ ଓ ଅଙ୍ଗୀୟ ଡାଳରେ ବିଶୃଙ୍ଖଳ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଫ୍ୟୁଜାରିଆମ ମେଞ୍ଜିଫେରେ କବକ ପ୍ରଜାତି ଯୋଗୁଁ ଏହି ରୋଗ ହୁଏ । ଅଙ୍ଗୀୟ ଅପଗଠନ ମୁଖ୍ୟତଃ ନୂଆ ଚାରାରେ ଦେଖାଯାଏ । ଚାରା ଛୋଟ କାତି ଭଳି ପତ୍ର ସହିତ ଛୋଟ ଡାଳ ସୃଷ୍ଟିକରେ ଓ ଅଗ୍ରକୁ ଏକ ଗୁଛାକାର ରୂପ ଦିଏ । ଚାରା ରୁଗୁଡିଆ ରହେ ଏବଂ ଘଟଣାକ୍ରମେ ମରିଯାଏ । ଫୁଲର ଅପଗଠନରେ କେଣ୍ଡାର ବିଭିନ୍ନତା ଦେଖାଯାଏ । ଅତ୍ୟଧିକ ଅପଗଠିତ ସ୍ତବକ ( panicle ) ଦୃଢ ରହେ ଓ ବଡ ଫୁଲ ଯୋଗୁଁ ଅଧିକ ଘଞ୍ଚ ଦେଖାଯାଏ । ପ୍ରଭାବିତ ଗଛଘଞ୍ଚ ଡାଳ ଓ ଫୁଲ ସହିତ ଅସାମାନ୍ୟତା ଦେଖାଏ । ପତ୍ର ଓ କାଣ୍ଡ କଢର ବଢୁଥିବା ଅଗ ଛୋଟ ପବ ଓ ଭଙ୍ଗୁରପ୍ରବଣ ପତ୍ର ସହିତ ଅସାଧାରଣ ଡାଳ ସୃଷ୍ଟି କରେ । ସୁସ୍ଥ ଗଛର ପତ୍ର ଠାରୁ ସାଧାରଣତଃ ପତ୍ରଗୁଡ଼ିକ ଛୋଟ ହୁଏ । ଗୋଟିଏ ଗଛରେ ସାଧାରଣ ଓ ଅପଗଠିତ ବୃଦ୍ଧି ଏକାସମୟରେ ଦେଖାଯାଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣ କମାଇବାକୁଡାତୁରା ଷ୍ଟ୍ରାମୋନିଆମ ( ଆଲ୍କାଲୋଇଡ) , କାଲୋଟ୍ରପିକ୍ସ ଜିଯାନ୍ତି ଏବଂ ନିମ୍ବ ଗଛ ( ଅଜାଡିରାଚଟିନ )ର ବ୍ୟବହାର କରନ୍ତୁ । ଟ୍ରାଇକୋଡେର୍ମା ହାରଜିଆନମ ମଧ୍ୟ ଏହି ଜୀବାଣୁ ବୃଦ୍ଧି ନିୟନ୍ତ୍ରଣରେ ଫଳପ୍ରସୂ ଅଟେ । ରୋଗା ଗଛ ନଷ୍ଟ କରିଦେବା ଉଚିତ । ରୋଗ ମୁକ୍ତ ରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ । ସଂକ୍ରମିତ ଗଛର ପୋଷ୍ୟ ଡାଳ ବ୍ୟବହାର କରିବା ଉଚିତ ନୁହେଁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । 0.1 % କେପଟେନ ରୋଗ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫଲିଡଲ କିମ୍ବା ମେଟାସିଷ୍ଟକ୍ସ କୀଟନାଶକ ସିଞ୍ଚନ ମଧ୍ୟ ଏକ ନିୟନ୍ତ୍ରଣ ମାଧ୍ୟମ ଅଟେ । ଫୁଲ ଅବସ୍ଥାରେ 10,15 0 30 ଦିନ ଅନ୍ତରରେ କାର୍ବେଣ୍ଡାଜିମ ସିଞ୍ଚନ କରନ୍ତୁ । ନାପଥାଲିନ ଏସିଟିକ ଏସିଡ ( ଏନଏଏ @ 100 କିମ୍ବା 200 ପିପିଏମ ) ପରବର୍ତ୍ତୀ ଋତୁରେ ଏହି ରୋଗ କମାଏ । ଫୁଲ ଫୁଟିବା ପୂର୍ବରୁ ଓ ଫଳ ଅମଳ ପରେଗୌଣ ଉପାଦାନ ଦସ୍ତା , ବୋରନ ଓ ତମ୍ବା ଥିବା ସିଞ୍ଚନ ଅପଗଠନ ନିୟନ୍ତ୍ରଣ କରିବା ବା କମାଇବା ପାଇଁ ପ୍ରମାଣିତ ହୋଇଛି ।

ଏହାର କାରଣ କଣ

ଏହି ରୋଗ ମୁଖ୍ୟତଃ ସଂକ୍ରମିତ ଗଛ ସାମଗ୍ରୀ ଦ୍ଵାରା ବିସ୍ତାର ହୁଏ । ଅତ୍ୟଧିକ ଆର୍ଦ୍ର ମୃତ୍ତିକା , ଅଷ୍ଟପଦୀ ଆକ୍ରମଣ , କବକ ସଂକ୍ରମଣ , ଭୂତାଣୁ , ତୃଣନାଶକ ଏବଂ ଅନ୍ୟ ବିଷାକ୍ତ ପଦାର୍ଥ କବକ ସୃଷ୍ଟିରେ ସାହାଯ୍ୟ କରନ୍ତି । ଲୌହ , ଦସ୍ତା , ତମ୍ବାର ଅଭାବ ମଧ୍ୟ ଅପଗଠନ କରିପାରେ । ଏହି ରୋଗ ଧୀରେ ଧୀରେ ପ୍ରଭାବିତ ବଗିଚା ଭିତରେ ବିସ୍ତାର କରେ । 10- 15 ଡିଗ୍ରୀ C ତାପମାତ୍ରା ଫୁଲ ଅବସ୍ଥାରେ ବୃଦ୍ଧିରେ ସାହାଯ୍ୟ କରେ ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ରୋଗ ମୁକ୍ତ ଚାରା ବାଛନ୍ତୁ । ଗଛର ବିକୃତ ଅଂଶ ପାଇବା ପାଇଁ ନିୟମିତ ଯାଞ୍ଚ କରନ୍ତୁ । ଅପଗଠିତ ସ୍ତବକ ( panicle ) କାଟଛାଣ୍ଟ କଲେ ପରବର୍ତ୍ତୀ ବର୍ଷର ଫୁଲ ଅପଗଠନର ମାତ୍ରା କମିଯାଏ । ପ୍ରଭାବିତ ଗଛ ଅଂଶ କାଢନ୍ତୁ ଓ ନଷ୍ଟ କରନ୍ତୁ । ଫୁଲ ଫୁଟିବା ପୂର୍ବରୁ ଓ ଫଳ ଅମଳ ପରେଗୌଣ ଉପାଦାନ ଦସ୍ତା , ବୋରନ ଓ ତମ୍ବା ଥିବା ସିଞ୍ଚନ ଅପଗଠନ ନିୟନ୍ତ୍ରଣ କରିବା ବା କମାଇବା ପାଇଁ ପ୍ରମାଣିତ ହୋଇଛି । ସର୍ବେକ୍ଷଣରୁ ଦେଖାଯାଇଅଛି ଯେ ଅଧିକ ଯବକ୍ଷାରଜାନ ପ୍ରୟୋଗ ସ୍ତବକ ( panicle ) ଅପଗଠନ କମାଏ । କବକର ବିସ୍ତାର କମାଇବା ପାଇଁ ବଗିଚା ଓ ଉପକରଣର ପରିଚ୍ଛନ୍ନତା ରହିବା ଆବଶ୍ୟକ । ରୋଗର ବିସ୍ତାର କମାଇବା ପାଇଁ କାଟଛାଣ୍ଟ ଉପକରଣ ସଫା ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ