ଆଳୁ

ଆଳୁର କଳା କାଣ୍ଡ ରୋଗ

Pectobacterium atrosepticum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • କାଣ୍ଡର ମୂଳରେ ପଣି ଭିଜା ଚିହ୍ନ ଥାଏ । ପରେ ଗଛ ଉପର ଆଡକୁ ଆସେ । କାଣ୍ଡର ଭିତର ଟିସୂ ପଚେ ଓ କଳା ରଙ୍ଗର ହୁଏ । କୁଞ୍ଚିତ ଧାର ସହିତ ପତ୍ର ଝାଉଂଲେ ଓ ହଳଦିଆ ହୁଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

କାଣ୍ଡର ମୂଳରେ ପଣି ଭିଜା ଚିହ୍ନ ଥାଏ । ପରେ ଏହି ଚିହ୍ନ ପରସ୍ପର ସହିତ ମିଶେ , ଗାଢ ହୁଏ ଗଛ ଉପର ଆଡକୁ ଆସେ । କାଣ୍ଡର ଭିତର ଟିସୂ ପଚେ ଓ କଳା ରଙ୍ଗର ହୁଏ , ଏବଂ ପର୍ଯ୍ୟାପ୍ତ ଜଳ ଓ ପୋଷକ ଗଛର ଉପର ଅଂଶକୁ ପରିବହନରେ ବାଧା ସୃଷ୍ଟି କରେ । ପ୍ରଭାବିତ କାଣ୍ଡର ପତ୍ର ଝାଉଂଳେ ଓ ପ୍ରଥମେ ପାଣ୍ଡୁର ଏବଂ ପରେ କୁଞ୍ଚିତ ଧାର ସହିତ ବାଦାମି ହୁଏ । ଗଛ ମରିଯାଇପାରେ କିମ୍ବା ମାତିରୁ ସହଜରେ ଟାଣି ବାହାର କରାଯାଇପାରେ । ଆଳୁ କନ୍ଦ ସାଧାରଣତଃ ଡଙ୍କ ଲାଗିବା ଜାଗାରୁ କଳା ହେବା ଆରମ୍ଭ କରେ ଓ ପଚିଯାଏ । ରୋଗ ବଢିବା ସମୟରେ ପୁରା ଆଳୁ କିମ୍ବା ଏହାର ଅନ୍ତଃ ସ୍ଥଳ କ୍ଷୟ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ବୀଜାଣୁ ପାଇଁ କୌଣସି ଜୈବିକ ପଦ୍ଧତି ନାହି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଜୀବାଣୁର ବିସ୍ତାର ନିରାକରଣ ପାଇଁ ତମ୍ବା ଥିବା ଯୌଗିକ ବ୍ୟବହାର କରାଯାଇପାରେ । ଯାହାହେଲେବି , ଏହି ଯୌଗିକ ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଉପରେ ହାନିକରକ ପ୍ରଭାବ ପକାଇପାରେ ।

ଏହାର କାରଣ କଣ

ଗଜା ବାହାରିବା ପୂର୍ବରୁ କିମ୍ବା ବାହାରିବା କ୍ଷଣି ବିହନ ଆଳୁ ପଚିବା ସହିତ ରୋଗର ବିକାଶ ଆରମ୍ଭ ହୁଏ । ଆର୍ଦ୍ର ପରିସ୍ଥିତି ପଚିବା ପାଇଁ ଅନୁକୂଳ ଅଟେ । ଟାଣ ମାଟି କିମ୍ବା ପାଣି ଜମିବା ଜାଗା ଅଧିକ ରୋଗ ପ୍ରବଣ ହୁଏ । ଭୂମି ପାଖରେ ଥିବା ପଚା ଚେର କିମ୍ବା ମୃତ ପତ୍ର ଦେଇ ବୀଜାଣୁ ଗଛ ମଧ୍ୟକୁ ପଶେ । ପୋକ କିମ୍ବା ଯନ୍ତ୍ରପାତି ଜନିତ ଆଘାତ ମଧ୍ୟ ବୀଜାଣୁର ପ୍ରବେଶ ପଥ କାର୍ଯ୍ୟ କରେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ କିମ୍ବା ସୁସ୍ଥ ଗଛରୁ ବିହା ବ୍ୟବହାର କରନ୍ତୁ । ସହନୀୟ କିସମ ପାଇଁ ଚେଷ୍ଟା କରନ୍ତୁ । ପୁରା ବିହନ ଆଳୁ ବ୍ୟବହାର କରନ୍ତୁ , ଏହାର ଆଂଶିକ ନୁହେ । 10 ଡିଗ୍ରୀ C ରୁ ନିମ୍ନ ତାପମାତ୍ରାରେ ଥିବା ମାଟିରେ ଆଳୁ ଲଗାନ୍ତୁ ନାହି । ଯଥେଷ୍ଟ ସାର , ନିର୍ଦ୍ଦିଷ୍ଟ ରୂପରେ ଯବକ୍ଷରଜାନ , ବ୍ୟବହାର କରନ୍ତୁ । 2 ରୁ 3 ବର୍ଷ ପର୍ଯ୍ୟନ୍ତ ଫସଲ ପର୍ଯ୍ୟାୟ କରନ୍ତୁ । ଅଧିକ ଜଳସେଚନ ବାରଣ କରନ୍ତୁ ଓ ଜଳ ନିଷ୍କାସନ କରନ୍ତୁ । ଜମି ପର୍ଯ୍ୟବେକ୍ଷଣ କରନ୍ତୁ ଓ ସଂକ୍ରମିତ ଗଛ କାଢନ୍ତୁ । ଅମଳ ଓ କାର୍ଯ୍ୟ ପରିଚାଳନା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହି । ଚାଷରେ ବ୍ୟବହୃତ ଯନ୍ତ୍ରପାତି , ଭଣ୍ଡାର ଘର ଓ ଉପକରଣ ବିଶୋଧନ କରନ୍ତୁ । ଅମଳ ପରେ ଗଛର ସବୁ ଅବଶେଷ ଜମିରୁ କାଢନ୍ତୁ । ଅମଳ ପରେ ଜମିର ସୌର ଉପଚାର କରନ୍ତୁ । ଶୁଖିଲା ପାଗରେ ଆଳୁ ଅମଳ କରନ୍ତୁ ଓ ଉତ୍ତମ ବାୟୁଚଳାଚଳ ସୁବିଧା ଥାଇ ତାପମାତ୍ରା ବିଶେଷ ପରିବର୍ତ୍ତନ ନ କରି ଗଚ୍ଛିତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ