ଆଳୁ

ଆଳୁ ଯାଦୁରା ରୋଗ

Streptomyces scabies

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ଗଛର ଭୂମି ଉପରେ କୌଣସି ଲକ୍ଷଣ ଦେଖାଯାଏ ନାହି। ଆଳୁ ଉପରେ ବାଦାମି ସୋଲ ପରି ଫୋଟକା ଦେଖାଯାଏ । ଆଳୁ ଉପରେ ଅଗଭୀର ଠାରୁ ଗଭୀର କଣା ଏବଂ ଜାଲ ଭଳି ଫାଟ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଗଛର ଭୂମି ଉପର ଅଂଶ ଯଥା ପତ୍ର , କାଣ୍ଡ , ଡେମ୍ଫ ଆଦିରେ କୌଣସି ଲକ୍ଷଣ ଦେଖାଯାଏ ନାହି । ସାଧାରଣତଃ , ନୂଆ ଆଳୁ କନ୍ଦର ଉପରେ ପ୍ରାଥମିକ ଲକ୍ଷଣ ଦେଖାଯାଏ ଏବଂ ଗଛର ବୃଦ୍ଧି ସହିତ ଏହା ସମ୍ପ୍ରସାରିତ ହୁଏ ଓ ବିଭିନ୍ନ ଲକ୍ଷଣ ଯଥା ବାହ୍ୟ ପିଙ୍ଗଳ ବର୍ଣ ଯାହାକି ଚୋପାର ଅଧିକାଂଶ ସ୍ଥାନ ଆବରଣ କରେ , ଲାଲ ବାଦାମି ବହଳିଆ ସୋଲ ପରି ଚୋପା , ଗାଢ ରଙ୍ଗର , ଊଣା ଅଧିକେ ଗଭୀର କଣା ଏବଂ ଜାଲ ଭଳି କ୍ରମାନ୍ଵୟରେ ଫାଟ ଇତ୍ୟାଦି । ଗୋଟିଏ ଆଳୁରେ ଏକାଧିକ ଲକ୍ଷଣ ଦେଖାଯାଇପାରେ । ଅନ୍ୟ କନ୍ଦ ଜାତୀୟ ଓ ମୂଳ ଜାତୀୟ ପରିବା ଫସଲ ଯଥା ବିଟ , ଗାଜର , ହଳଦିଆ ଗାଜର ଏବଂ ମୂଳା ପ୍ରଭାବିତ ହୋଇପାରନ୍ତି । ଏହି ସବୁ କ୍ଷେତ୍ରରେ , ଉଭୟ ଅମଳ ଓ ମାନ ରେ ହ୍ରାସ ଘଟେ ।

Recommendations

ଜୈବିକ ନିୟନ୍ତ୍ରଣ

କମ୍ପୋଷ୍ଟ , କମ୍ପୋଷ୍ଟ ଚାହା କିମ୍ବା ଉଭୟର ମିଶ୍ରଣ ସହ ଆଳୁ ଉପଚାର କଲେ ସାଧାରଣ ଆଳୁ ଯାଦୁରା ରୋଗ କମିଥାଏ । ବୀଜାଣୁର ପ୍ରତିଦ୍ଵନ୍ଦୀ କିସମ ଥିବା ଜୈବିକ ସାର ପ୍ରୟୋଗ ଉଭୟ ଅମଳ ଓ ମାନ ବୃଦ୍ଧି କରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ , ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆଳୁ ଯାଦୁରା ପାଇଁ ରାସାଯନିକ ନିୟନ୍ତ୍ରଣ କଷ୍ଟକର ଅଟେ , କାରଣ ଏହା ବେଳେବେଳେ ଗଛକୁ ଆଘାତ ଦିଏ । ଫ୍ଳୁଏଜିନାମ ,କ୍ଳୋରୋଥାଲୋନୀଲ , ଏବଂ ମାଙ୍କୋଜେବ ଦ୍ଵାରା ବିହନ ଉପଚାର କଲେ ସଂକ୍ରମଣର ମାତ୍ର କମିଥାଏ ।

ଏହାର କାରଣ କଣ

ଷ୍ଟ୍ରେପ୍ତୋମାଇସେସ ସ୍କେବିସ ବୀଜାଣୁ ଯାହାକି ମାଟିରେ ସଂକ୍ରମିତ ଚେର ଟିସୁରେ ବଞ୍ଚେ , ଏହି ଲକ୍ଷଣ ସୃଷ୍ଟି କରେ । ଏହା ପାଣି , ସଂକ୍ରମିତ ଗଛ ସାମଗ୍ରୀ , ଏବଂ ପବନ ଦ୍ଵାରା ଉଡୁଥିବା ମାଟି ଦ୍ଵାରା ବିସ୍ତାର ହୁଏ । ଏହା ମୁଖ୍ୟତଃ ଘା' ଓ ପ୍ରକୃତିକ ରନ୍ଧ୍ର ଦେଇ ଗଛ ମଧ୍ୟକୁ ପ୍ରବେଶ କରେ । ଆଳୁର ବୃଦ୍ଧି ଅବସ୍ଥାରେ ଶୁଖିଲା ଓ ଗରମ ପାଗ ସଂକ୍ରମଣର ଶଙ୍କା ବଢାଏ । ଯେହେତୁ ବୀଜାଣୁ ଅଧିକ ପରିମାଣର ଅମ୍ଳଜାନ ଆବଶ୍ୟକ କରେ , ଉତ୍ତମ ବାୟୁ ଚଳାଚଳ କରୁଥିବା ମାଟି ଓ ଫସଫସିଆ ମାଟିରେ ଏହି ସଂକ୍ରମଣର ସମ୍ଭାବନା ଅଧିକ ଥାଏ । ଶୁଖିଲା ଓ କ୍ଷାରୀୟ ମାଟିରେ ଏହି ଜୀବାଣୁ ବ୍ୟାପକ ଭାବରେ ଦେଖାଯାନ୍ତି। ଷ୍ଟ୍ରେପ୍ତୋମାଇସେସ ସ୍କେବିସ ପ୍ରତି ପ୍ରବଣତା ଆଳୁ କିସମ ଅନୁସାରେ ଭିନ୍ନ ଭିନ୍ନ ହୁଏ ଏବଂ କେତେକ ପ୍ରତିରୋଧି କିସମ ଅଳ୍ପ , ଟାଣ ରନ୍ଧ୍ର ଏବଂ ବହଳ ଚୋପା ଧାରଣ କରିଥାନ୍ତି ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିସମ ଲଗାନ୍ତୁ । ଉତ୍ତମ ସମନ୍ଵିତ ଜମି ପର୍ଯ୍ୟାୟ କରନ୍ତୁ । ନିୟମିତ ଜଳସେଚନ ସହିତ ଉତ୍ତମ ମୃତ୍ତିକା ଆର୍ଦ୍ରତା ରକ୍ଷା କରନ୍ତୁ ଓ ଅତ୍ୟଧିକ ଜଳସେଚନ ଦିଅନ୍ତୁ ନାହି । ନିର୍ଦ୍ଦିଷ୍ଟ ସାର ପ୍ରୟୋଗ ଯୋଜନା ସହିତ ମାଟିର ପିଏଚ କମ ରଖନ୍ତୁ । ଉଦାହରଣ ସ୍ଵରୁପ ,ସରଳ ଗନ୍ଧକ , ଜିପସମ କିମ୍ବା ଏମୋନିଆମ ସଲ୍ଫେଟର ପ୍ରୟୋଗ ମାଟିର ପିଏଚ ଏବଂ ରୋଗର ମାତ୍ରା କମାଏ । ଲଗାଇବା ପୂର୍ବରୁ ଚୂନ ପ୍ରୟୋଗ କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ