ସିମଳା ଏବଂ ଲଙ୍କା

ଓସାରିଆ ଉକୁଣିଆ ପୋକ ବା ମାଇଟ

Polyphagotarsonemus latus

ମାଇଟ

5 mins to read

ସଂକ୍ଷେପରେ

  • ପତ୍ର, ପତ୍ର କଢ ,ଫୁଲ କଢ ଓ ଫଳର ବିବର୍ଣତା ଓ ବିକୃତି ଦେଖାଯାଏ । ପତ୍ର ତଳେ ମୋଟା ବାଦାମୀ ଜାଗା ଦେଖାଯାଏ । ରୁଗୁଡିଆ ବୃଦ୍ଧି ହୁଏ । ଡାଳର ଅଗମାରୀ ଲକ୍ଷଣ ଦେଖାଯାଏ ।ଉଏହି ପୋକ ଅତି ଛୋଟ ଦେଖାଯାଏ ଓ ଅଣୁବୀକ୍ଷଣ ଜନ୍ତ୍ର ବିନା ଦେଖଜାଏ ନାହି ।.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ତୃଣନାଶକର ଭୁଲ ବ୍ୟବହାର ଓ ପୋଷକ ଅଭାବି ଲକ୍ଷଣ ସହ ଏହି କ୍ଷତର ସାମଞ୍ଜସ୍ୟ ରହିଛି । ପତ୍ର କୁଞ୍ଚିତ ,ମୋଟା ଓ ବାଦାମୀ ହୁଏ । ପତ୍ର ତଳ ପଟେ ପ୍ରଧାନ ଶିରା ମଧ୍ୟରେ ସୋଲ ପରି ବାଦାମୀ ଚିହ୍ନ ଦେଖାଯାଏ । ଫୁଟୁଥିବା ଫୁଲ ନଷ୍ଟ ହୁଏ ଓ ନୂଆ ପତ୍ର ବିକୃତ ହୁଏ । ରୁଗୁଡା ବୃଦ୍ଧି ଏବଂ ଡାଳ ଅଗମରା ଦେଖାଯାଏ ଯେତେବେଳେ ଘଞ୍ଚ ଭାବରେ ଗଛ ଲଗାଯାଏ । ଏହାର ଖାଇବା ଜନିତ କ୍ଷତ ଫଳର ରୁପେଲି ବର୍ଣ ହୁଏ ଓ ସୋଲ ପରି ପଦାର୍ଥ ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣ ପରେ ନିଆସିଲାସ କୁକୁମେରିଶ ଓ ଅମ୍ବ୍ଲିଶେଷ ମୋଣ୍ଟାଦେର୍ନିସ ଭଳି ପ୍ରକୃତିକ ପରଭକ୍ଷୀ ବ୍ୟବହାର କରନ୍ତୁ ।କୀଟନାଶକ ସାବୁନ ଓ ରସୁଣ ରସ ସିଂଚନ କରନ୍ତୁ । ନୂଆ ଚାରାର ଗରମ ପାଣି ଉପଚାର ( 43 ଡିଗ୍ରୀ C ରୁ 49 ଡିଗ୍ରୀ C 15 ମିନତ ପାଇଁ ) ମଧ୍ୟ ସଂକ୍ରମଣ କମାଏ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଅତ୍ୟଧିକ କ୍ଷେତ୍ରରେ ରାସାଯନିକ ବ୍ୟବହାର କରନ୍ତୁ । ରାସାଯନିକ ବ୍ୟବହାର କରି ଏହି ପୋକ ନିୟନ୍ତ୍ରଣ କରିବା କଷ୍ଟକର ହୁଏ କାରଣ ଏହାର ଜୀବନ କାଳ ଛୋଟ ଅଟେ ଓ ପ୍ରତିରୋଧ ଗୁଣ ରହିଥାଏ । ରାସାଯନିକ ପ୍ରୟୋଗ କରିବାକୁ ହେଲେ , ଆବାମେକଟୀନ ,ସ୍ପିରୋମେସ୍ଫିନ କିମ୍ବା ପାଇରିଡାଇନ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ଓସାରିଆ ଉକୁଣିଆ ପୋକ ନୂଆ ପତ୍ର ଓ କଢକୁ କଣା କରି ରସ ଖାଏ ଯାହାଦ୍ଵାରା କ୍ଷତ କରେ । ସେମାନଙ୍କର ଲାଳରେ ଗଛ ହରମୋନ ଥାଏ ଯାହାକି ଟିସୁକୁ ବିକୃତ କରେ । ଏହି ପୋକ ଅତି ଛୋଟ ଅଟେ ଓ ବିନା ଯବ କାଚ ଦେଖାଯାଏ ନାହି । ବଯସ୍କମାନେ .2ମିମି ଲାମ୍ବା ଓ ଅଣ୍ଡାକାର । ଏହାର ରଙ୍ଗ ସବୁଜ ଓ ହଳଦିଆ ମଧ୍ୟରେ ରହେ । ବୟସ୍କ ମାଈ ପୋକ ଗୋଟିଏ ଦିନରେ ପ୍ରାୟ 5 ଟି ଅଣ୍ଡା ପତ୍ରର ତଳ ପଟେ କିମ୍ବା ଫଳର ଖାଲୁଆ ଅଂଶରେ ଦିଏ । ଶୂକ 2 କିମ୍ବା 3 ଦିନରେ ବାହାରେ । ଉକୁଣିଆ ପୋକର ବିସ୍ତାର ମନ୍ଦ ଅଟେ ଯେତେବେଳ ପର୍ଯ୍ୟନ୍ତ ସେମାନେ ଏକ ବାହକ ବା ପବନ ଦ୍ଵାରା ନ ହୋଇଛନ୍ତି । ସବୁଜ ଗୃହରେ ରହିଲା ଭଳି ଏହା ଉଷ୍ମ ଆର୍ଦ୍ର ପରିସ୍ଥିତିରେ ବଞ୍ଚେ ।


ସୁରକ୍ଷାତ୍ମକ ଉପାୟ

  • ସଂକ୍ରମିତ ଫସଲ ପଟୁ ପବନ ବହୁଥିବା ଜମିରେ ଲଗାନ୍ତୁ ନାହି । ସଂକ୍ରମିତ ଜମି ପାଖରେ ଲଗାନ୍ତୁ ନାହି । ଏହାର ବିସ୍ତାର ବନ୍ଦ କରିବା ପାଇଁ ଲକ୍ଷଣ ଦେଖାଯାଉଥିବା ଗଛ ଓ ପାଖ ଗଛ କାଢିଦିଅନ୍ତୁ । ଅତ୍ୟଧିକ କୀଟନାଶକ ପ୍ରୟୋଗ ନ କରି ପ୍ରକୃତିକ ପରାଭକ୍ଷୀକୁ ସାହାଯ୍ୟ କରନ୍ତୁ । ପିମ୍ପୁଡି ବିକର୍ଷକ ( repellant ) ଜନତା ବ୍ୟବହାର କରନ୍ତୁ । ଅମଳ ପରେ ଗଛ ଅବଶେଷ କଢନ୍ତୁ ଓ ଜାଳନ୍ତୁ ଏବଂ ପ୍ରାୟ 1 ସପ୍ତାହ ଅପେକ୍ଷା କରନ୍ତୁ ପରବର୍ତ୍ତୀ ଗଛ ଲଗାଇବା ପାଇଁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ