ଡାଳିମ୍ବ

ଡାଳିମ୍ବ କାଣ୍ଡ ବିନ୍ଧା ପୋକ

Cerosterna scabrator

ପୋକ

5 mins to read

ସଂକ୍ଷେପରେ

  • ଭୃଙ୍ଗ କୋମଳ କାଠ ଖାଇବା ପାଇଁ ମୁଖ୍ୟ କାଣ୍ଡର ବକଳରେ କଣା କରିଥାଏ। ବୟସ୍କ ଭୃଙ୍ଗ ନୂଆ ଡାଳର ସବୁଜ ବକଳ ଖାଇଥାଏ। ଗଛର ମୂଳ ପାଖରେ ସାଧାରଣତଃ ଶୁଖିଲା ଗୁଣ୍ଡ ମଳ ଆଦି ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଡାଳିମ୍ବ

ଲକ୍ଷଣ

ଭୃଙ୍ଗ ଭିତରୁ କୋମଳ କାଠ ଖାଇବା ପାଇଁ ମୁଖ୍ୟ କାଣ୍ଡର ବକଳରେ କଣା କରିଥାଏ। ବୟସ୍କ ଭୃଙ୍ଗ ଦିନରେ ସକ୍ରିୟ ଥାଏ ଏବଂ ନୂଆ ଡାଳର ସବୁଜ ବକଳ ଖାଇଥାଏ। ମୁଖ୍ୟ କାଣ୍ଡର ବକଳରେ କଣା, ଗଛର ମୂଳ ପାଖରେ ସାଧାରଣତଃ ଶୁଖିଲା ଗୁଣ୍ଡ ମଳ ଆଦି ଦେଖାଯାଏ। ସିଲୋଷ୍ଟର୍ନା ସ୍ପିନାଟର ଡାଳିମ୍ବ ଗଛର ଏକ ନିର୍ଦ୍ଧିଷ୍ଟ କୀଟ ନୁହେଁ। ଏହା ଏକ ବହୁଭକ୍ଷୀ କୀଟ ଯାହା କମ ଖ୍ଯାତି କରିଥାଏ। ଏହା ମଲା କାଠ ରେ ପ୍ରଜନନ କରିବା ପସନ୍ଦ କରିଥାଏ କିନ୍ତୁ ଜୀବନ୍ତ ଶାଖାକୁ ମଧ୍ୟ ଆକ୍ରମଣ କରିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଡ୍ୟାମସେଲ ଭୃଙ୍ଗ, ଏଲମ୍ ପତ୍ର ଭୃଙ୍ଗ, କିଛି ବୁଢିଆଣୀ, ବଡ ଆଖି ଭୃଙ୍ଗ (ଜିଓକୋରିସ୍ ଜାତି), ପାରାସିଟଏଡ୍ ଟାଚିନିଡ୍ ମାଛି କିମ୍ବା ବ୍ରାକୋନିଡ୍ ବିରୁଡି ସବୁ କାଣ୍ଡ ବିନ୍ଧା ପୋକର ପ୍ରାକୃତିକ ଶତ୍ରୁ ଅଟନ୍ତି।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କଣା ଭିତରେ ଉପଯୁକ୍ତ କୀଟନାଶକ ରଖି ଉପଚାର କରନ୍ତୁ ଓ ଏହାକୁ ମାଟି ଦ୍ଵାରା ବନ୍ଦ କରନ୍ତୁ। କ୍ଲୋରୋପାଇରିଫସ (0.05%) ଦ୍ଵାରା ପତ୍ର ସିଞ୍ଚନ ମଧ୍ୟ କାଣ୍ଡ ବିନ୍ଧା ପୋକ ସଂଖ୍ୟା କମାଇବାରେ ସାହାଯ୍ୟ କରିଥାଏ।

ଏହାର କାରଣ କଣ

ଉପରେ ବର୍ଣ୍ଣିତ ଲକ୍ଷଣଗୁଡିକ କୋଏଲୋଷ୍ଟର୍ନା ସ୍ପିନେଟରର ଲାର୍ଭା ଏବଂ ଜୁଜେରାର ବିଭିନ୍ନ ପ୍ରଜାତି ଯୋଗୁଁ ହୋଇଥାଏ। ପ୍ୟୁପା ଅବସ୍ଥା ପରେ ବକଳରେ ଏକ ଗୋଲାକାର ଛିଦ୍ର ଆକାରର ଖାଇ ବୟସ୍କ ପୋକ ବାହାରି ଥାଏ। ସେଗୁଡ଼ିକ ହଳଦିଆ-ବାଦାମୀ ଏବଂ ଲମ୍ବ ପ୍ରାୟ 30 ରୁ 35 ମିମି ହୋଇଥାଏ। ବିଭିନ୍ନ ଆକାରର କଳା ଦାଗ ଏବଂ ନୀଳ ଲମ୍ବା ଗୋଡ ସହିତ ସେମାନଙ୍କ ଫିକା ଧୂସର ଡେଣା ଆବରଣ ଥାଏ। ନୂଆ କାଣ୍ଡର ବକଳ ତଳେ ଅଣ୍ଡା ଗୁଚ୍ଛରେ ମାଇମାନେ 20 ରୁ 40 ଟି ଅଣ୍ଡା ଦେଇଥାନ୍ତି। ପ୍ରାୟ ଦୁଇ ସପ୍ତାହ ପରେ, ଅଣ୍ଡା ଫୁଟିବା ପରେ, ଭୃଙ୍ଗ ତା' ପାଖରେ ଥିବା କୋମଳ ଟିସୂ ଖାଇବା ଆରମ୍ଭ କରିଥାଏ ଓ କାଣ୍ଡ ଓ ଚେରରେ ବିନ୍ଧ କରିଥାଏ। ଲାର୍ଭାର ଅବଧି ପ୍ରାୟ ନଅ କିମ୍ବା ଦଶ ମାସ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ସଠିକ ସମୟରେ ରୋପଣ କାଣ୍ଡ ବିନ୍ଧା ପୋକର ସର୍ବୋଚ୍ଚ ସଂଖ୍ୟାକୁ ଏଡାଇ ଥାଏ। ଗଛ ରୁ ଗଛ ମଧ୍ୟରେ ସଠିକ ବ୍ୟବଧାନ ରଖନ୍ତୁ ଏବଂ ମଧ୍ୟମରୁ ଅଧିକ କାଟଛାଣ୍ଟ କରନ୍ତୁ। ଶୁଖିଲା ଶାଖା ପାଇଁ ନିୟମିତ ସନ୍ଧାନ କରିବା ଦ୍ଵାରା ସହଳ ଆକ୍ରମଣ ଜାଣି ହୁଏ। ସଂକ୍ରମିତ ଶାଖା ସଂଗ୍ରହ କରି ନଷ୍ଟ କରନ୍ତୁ। ଗଭୀର ଖରାଟିଆ ହଳ ସୁପ୍ତ କୀଟକୁ ପରଭକ୍ଷୀ ଓ ଖରା ସଂସ୍ପର୍ଶରେ ଆଣିଥାଏ। କୀଟ ଓ ବାଳୁଙ୍ଗା କମାଇବା ପାଇଁ ପ୍ଲାଷ୍ଟିକ ଛାଦି ସାହାଯ୍ୟ କରିଥାଏ। ସଂକ୍ରମିତ ଗଛ ଉପାଡନ୍ତୁ ଓ ଜାଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ