ଆପଣଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭୂତିଦେବା ପାଇଁ ଏହି ୱେବ୍ସାଇଟ କୁକି ବ୍ୟବହାର କରେ. Learn more.
ଆପଣଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭୂତିଦେବା ପାଇଁ ଏହି ୱେବ୍ସାଇଟ କୁକି ବ୍ୟବହାର କରେ. Learn more.
Helicoverpa armigera
ମେଞ୍ଚା ମେଞ୍ଚା ଧଳା ରୁ ବାଦାମି ରଙ୍ଗର ଅଣ୍ଡା ଗଛର ଉପର ଭାଗରେ ଥିବା ଫୁଲଫଳ ଏବଂ କଅଁଳ ପତ୍ରରେ ଦେଖାଯାଆନ୍ତି. ଲାର୍ଭା ଯେକୌଣସି ଗଛ ଟିସୁକୁ ଖାଇବା ଦେଖାଦେଇଥଏ, କିନ୍ତୁ ଅଧିକାଂଶ ସମୟରେ ଫୁଲ, ଫଳ, ବକରା ଉପରେ ଆକ୍ରମଣ କରିଥାଏ. ଯୁବା ସଁବାଳୁଆ ପତ୍ର, ବଢୁଥିବା ଅଂଶ କିମ୍ବା ଫୁଲ ଫଳ କୁ ରାମ୍ପିଥାଏ ଏବଂ ଏହାଦ୍ୱାରା ଅଧିକ କ୍ଷତି ହୋଇ ନଥାଏ. କିନ୍ତୁ ବୟସ୍କ ସଂବାଳୁଆ ଫୁଲ ଫଳରେ କଣା କରି ଭିତରୁ ଖାଇଥାଏ. ଏହାଦ୍ୱାରା ମଞ୍ଜି ନଷ୍ଟ ହୋଇଯାଏ ଏବଂ ଏହାର ଗୁଣାତ୍ମକ ମୂଲ୍ୟ କମ ହୋଇଯାଇଥାଏ ଯଦ୍ୱାରା ବଜ଼ାର ପାଇଁ ଅନୁପଯୁକ୍ତ ହୁଏ. ଏହି କଣା ରେ ପୋକ ଛାଡିଥିବା ମଳ ଥାଏ. ଏହି ସବୁ ଆଘାତ ଜାଗାରେ ଅନ୍ୟ ଜୀବାଣୁ ଆକ୍ରମଣ କରନ୍ତି ଯାହା ଫଳରେ ଏହା ପଚିଯାଏ. ଏଚ୍.ଆର୍ମିଗେରା (H. armigera) କୃଷି ପାଇଁ ଏକ ଅତ୍ୟନ୍ତ ଅନିଷ୍ଟକାରୀ ପୋକ ଅଟେ.
ବିଭିନ୍ନ ଫସଲରେ ଦେଖାଯାଉଥିବା ଏକ ସାଧାରଣ ଅନିଷ୍ଟକାରୀ ପୋକ ହେଲିକୋଭର୍ପା ଆର୍ମିଗେରା (Helicoverpa Armigera) ପ୍ରଜାତିର ସଂବାଳୁଆ ଦ୍ୱାରା କ୍ଷତି ହୋଇଥାଏ. ଏହାର ପ୍ରଜାପତି ଇସତ ବାଦାମୀ ରଙ୍ଗର ଥାଏ. ଏହାର ଡେଣା 3-4 ସେଣ୍ଟିମିଟର ଓସାରିଆ ଥାଏ. ସେମାନଙ୍କର ସାଧାରଣତଃ ହଳଦିଆରୁ ନାରଙ୍ଗୀ କିମ୍ବା ବାଦାମୀ ରଙ୍ଗର ଆଗ ଡେଣା ରେ ଗାଢ଼ ରଙ୍ଗର ଚିହ୍ନ ଥାଏ. ପଛ ଡେଣା ଧଳା ଏବଂ ଏଥିରେ ଗାଢ଼ ଶିରା ଥାଏ. ଏହାର ପଛ ଧାରରେ ଲମ୍ବାଳିଆ ଚିହ୍ନ ଥାଏ. ମାଇଁ ପ୍ରଜାପତି ଗୋଲାକାର ଧଳା ରଙ୍ଗର ଅଣ୍ଡା ଗୋଟିକିଆ କିମ୍ବା ଅଧିକ ସଂଖ୍ୟାରେ ଫୁଲ କିମ୍ବା ଗଛର ଉପର ଭାଗରେ ଥିବା ପତ୍ରରେ ଦେଇଥାଏ. ସଁବାଳୁଆର ରଙ୍ଗ ଅଲିଭ ସବୁଜ ରୁ ଗାଢ଼ ଲାଲ ବାଦାମୀ ବୟସାନୁସାରେ ହୋଇଥାଏ. ଏହାର ଶରୀର ରେ ଛୋଟ କଳା ରଙ୍ଗର ଚିହ୍ନ ଥାଏ ଏବଂ ଏମାନଙ୍କର ମୁଣ୍ଡ ଗାଢ଼ ରଙ୍ଗର ହୋଇ ଥାଏ. ପରବର୍ତୀ ସମୟରେ ଏମାନଙ୍କର ପିଠି ଓ ଦୁଇ ପାଖରେ ଲାଇନ ତଥା ପଟ୍ଟୀ ସୃଷ୍ଟି ହୋଇଥାଏ. ଯେତେବେଳେ ବୟସ୍କ ହୋଇଯାନ୍ତି ସଁବାଳୁଆ ମାଟି ଭିତରେ ପ୍ୟୁପା ହୋଇ ରହିଥାଏ. ଏମାନଙ୍କର ସଂଖ୍ୟ ସାଧାରଣତଃ ଫୁଲଫଳ ଧରିବା ସମୟରେ ସର୍ବାଧିକ ହୋଇଥାଏ ଏବଂ ଏହାଦ୍ୱାରା ଉତ୍ପାଦକତା ରେ ଭୀଷଣ କ୍ଷତି ହୋଇଥାଏ.
ଫୁଲ ଆରମ୍ଭ ସମୟରେ ଅଣ୍ଡାର ନିୟନ୍ତ୍ରଣ ପାଇଁ ଟ୍ରାଇକୋଗ୍ରାମା ପ୍ରଜାତିର ବିରୁଡି (T. Chilonis or T. Brasiliensis) ର ପ୍ରୟୋଗ କରାଯାଇପାରେ. ମାଇକ୍ରୋପ୍ଲାଇଟିସ୍ (Microplitis), ହେଟେରୋପେଲ୍ମା (Heteropelma) ଓ ନେଟେଲିଆ (Netelia) ପ୍ରଜାତିର ବିରୁଡି ଲାର୍ଭାକୁ ସଂକ୍ରମିତ କରି ଦିଅନ୍ତି. ଶିକାରୀ ପୋକ (Big-Eyed Bug, Glossy Shield Bug ଏବଂ Spined Predatory Shield Bug), ପିମ୍ପୁଡି, ବୁଢିଆଣୀ, earwigs ଏବଂ ମାଛି କୁ ବଢିବାକୁ ଦିଅନ୍ତୁ କାରଣ ଏମାନେ ଲାର୍ଭାକୁ ଆକ୍ରମଣ କରନ୍ତି. ଲାର୍ଭା ନିୟନ୍ତ୍ରଣ କରିବା ପାଇଁ ଜୈବିକ କୀଟନାଶକ ଯଥା ସ୍ଟିନୋସାଡ଼ (Spinosad), NPV, ମେଟାରିଃଯ଼ିୟମ୍ ଆନିସୋପ୍ଲିଏ (Metarhizium Anisopliae), ବିୟୁଭେରିଆ ବ୍ୟାସିୟାନା (Beauveria Bassiana) କିମ୍ବା ବ୍ୟାସିଲସ୍ ଥୁରିଂଜିଏନସିସ୍ (Bacillus Thuringiensis) (BT) ପ୍ରୟୋଗ କରନ୍ତୁ. ଉଦ୍ଭିଦକ ପଦାର୍ଥ ଯଥା ନିମ ତେଲ, ନିମ ମଞ୍ଜି ରସ (NSKE 5%), ଲଙ୍କା କିମ୍ବା ରସୁଣ ମଧ୍ୟ କଢ ହେବା ସମୟରେ ପତ୍ର ସମୂହ ଉପରେ ସ୍ପ୍ରେ କରା ଯାଇପାରେ.
ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଏହି ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ କୀଟନାଶକ ବ୍ୟବହାର କରିବା ଦରକାର ଯାହା ଉପକାରୀ ପୋକ ମାନଙ୍କୁ ବାଧା ଦେବେ ନାହିଁ. ଅଣ୍ଡା ଓ ଲାର୍ଭା କୁ ନିରୀକ୍ଷଣ କରିବା ଅତ୍ୟନ୍ତ ଆବଶ୍ୟକ କାରଣ ସଂବାଳୁଆ କୀଟନାଶକ ପ୍ରତି ଶୀଘ୍ର ଶୀଘ୍ର ସହନଶୀଳ ହୋଇଯାନ୍ତି. କ୍ଲୋରାଣ୍ଟ୍ରାନିଲିପ୍ରୋଲ୍ (Chlorantraniliprole),କ୍ଲୋରୋପାଇରିଫୋସ୍ (Chlorpyrifos), ସାଇପରମେଥ୍ରିନ୍ (Cypermethrin), ଆଲ୍ଫା- ଓ ଯ଼େଲ୍ଟା-ସାଇପରମେଥ୍ରିନ୍ (Alpha- and Zeta-Cypermethrin), ଏମାମେକ୍ଟିନ୍ ବେନଯ଼ୋଏଟ୍ (Emamectin Benzoate), ଏସ୍ଫେନଭାଲେରେଟ୍ (Esfenvalerate), ଫ୍ଲୁବେନଡାଇଆମାଇଡ୍ (Flubendiamide), ମେଥୋମାଇଲ୍ (Methomyl) କିମ୍ବା ଇଣ୍ଡୋକ୍ସାକାର୍ବ (Indoxacarb) ଉପରେ ଆଧାରିତ ପ୍ରୟୋଗ (2.5 ମିଲି ପ୍ରତି ଲିଟର) କରା ଯାଇପାରେ. ପ୍ରଥମ ସ୍ପ୍ରେ ଫୁଲ ଆସିବା ସମୟରେ କରନ୍ତୁ ଏବଂ ପରେ 10-15 ଦିନ ଅନ୍ତରରେ ପୁଣି ସ୍ପ୍ରେ କରନ୍ତୁ. କମ ମୂଲ୍ୟର ଫସଲରେ ରାସାୟନିକ ନିୟନ୍ତ୍ରଣ ମହାଙ୍ଗା ପଡିପାରେ.