ଆମ୍ବ

ଆମ୍ବ କାଣ୍ଡ ବିନ୍ଧା ପୋକ

Batocera rufomaculata

ପୋକ

5 mins to read

ସଂକ୍ଷେପରେ

  • ବକଳରେ କଣା ଥାଏ। ଦୁର୍ବଳ ଶାଖା ଭାଙ୍ଗିଯାଇ ପାରେ। ଗଛ ଝାଉଁଳି ଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଛୋଟ ଡାଳର ବକଳ ଓ ଏହାର ଅଗ ଚୋବାଇ ଖିଆ ହୋଇଥାଏ। ବକଳ ପ୍ୟାଚ ବାହାରି ପଡିଥାଏ। ଅତି ମାତ୍ରାରେ ଆକ୍ରାନ୍ତ ହେଲେ କାଠ ଏତେ ଦୁର୍ବଳ ହୋଇଯାଏ ଯେ ଶାଖା ଭାଙ୍ଗିଯାଇ ପାରେ କିମ୍ବା ମୁଖ୍ୟ କାଣ୍ଡ ମରିଯାଇ ପାରେ। ଶାଖା କିମ୍ବା ସଂପୂର୍ଣ୍ଣ ଗଛ ଝାଉଁଳା ଦେଖାଯାଇ ପାରେ। ନିର୍ଗତ ହୋଇ ଥିବା ମଳ ବକଳ ଫାଟ କିମ୍ବା ଗଛ ମୂଳରେ ଦେଖାଯାଇ ପାରେ। ଗଛ ବକଳରେ ଥିବା ପ୍ରସ୍ଥାନ କଣା ଆକ୍ରାନ୍ତ ହେବାର ସୂଚକ ଅଟେ। ଆକ୍ରାନ୍ତ ହେବା ଦ୍ଵାରା ପତ୍ର ଓ ଫଳ ଉତ୍ପାଦନ ପ୍ରଭାବିତ ହୋଇଥାଏ ଏବଂ ଅମଳ କ୍ଷତି କରାଇ ଥାଏ। ଲାର୍ଭା ଦ୍ଵାରା ଅଧିକ କ୍ଷତି ହୋଇଥାଏ, ଯାହାକି ପ୍ରଥମେ ଗଛର ବାହ୍ୟ ସ୍ତର କଣା କରି ପରେ ଅଧିକ ଗଭୀରତାକୁ ପ୍ରବେଶ କରିଥାଏ। ଡାଳ ବକଳର ବଢୁଥିବା ସବୁଜ ଅଗ୍ରକୁ ବୟସ୍କ ପୋକ ଚୋବାଇ ଥାଏ। ପୋକ ଶାଖା କିମ୍ବା କାଣ୍ଡରେ ସୁଡଙ୍ଗ କରିଥାଏ। ପୋକ କାଠରେ କଣା କରି ଅନିୟମିତ ସୁଡଙ୍ଗ ନିର୍ମାଣ କରିଥାଏ। ସେମାନେ ଗଛର ଭିତର ଅଂଶକୁ ଖାଇଥାନ୍ତି, ଯାହା ଫଳରେ ଗଛ ଭିତରେ ପୋଷଣ ଓ ଜଳ ପରିବହନରେ ବାଧା ସୃଷ୍ଟି ହୋଇଥାଏ। ସହଳ ଅବସ୍ଥାରେ ପ୍ରାନ୍ତ ଡାଳ ଶୁଖିଯାଏ। କେତେକ ସ୍ଥାନରୁ ମଳ ବାହାରି ଥାଏ ଏବଂ ବେଳେ ବେଳେ କଣାରୁ ରସ ବାହାରି ଥାଏ। ଛୋଟ ଗଛ କ୍ଷେତ୍ରରେ, ଶାଖା କିମ୍ବା ସଂପୂର୍ଣ୍ଣ ଡାଳ ଝାଉଁଳି ଯାଏ କିମ୍ବା ଯଦି ଗୋଟିଏ ଗଛରେ ଅନେକ ପୋକ ଥାଆନ୍ତି।

Recommendations

ଜୈବିକ ନିୟନ୍ତ୍ରଣ

ପୋକ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ମେଟାରିଜିଅମ ଆନିସୋପ୍ଳିଏ କିମ୍ବା ବେଭେରିଆ ବାସିଆନା ବ୍ୟବହାର କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯେତେବେଳେ ବୟସ୍କ ପୋକ ଦେଖାଯାଏ, ମୁଖ୍ୟ କାଣ୍ଡ, ଶାଖା ଏବଂ ଦେଖା ଯାଉଥିବା ଚେରରେ ଅର୍ଗାନୋଫସଫେଟ ଭଳି କୀଟନାଶକ ପ୍ରୟୋଗ କରାଯିବା ଉଚିତ। ପ୍ରବେଶ କଣା ସଫା କରନ୍ତୁ ଏବଂ ଡାଇକ୍ଳୋରୋଭାସ (0.05%) କିମ୍ବା କାର୍ବୋଫୁରାନ ( 3 ଜି କଣା ପିଛା 5 ଗ୍ରାମ ) ଦ୍ରବଣରେ ବତୁରା ହୋଇଥିବା ତୁଳା ଦ୍ଵାରା ଏହି କଣା ଭର୍ତ୍ତି କରନ୍ତୁ ଓ ମାଟି ଦ୍ଵାରା ଏହାକୁ ବନ୍ଦ କରନ୍ତୁ। ସୁଡଙ୍ଗରେ ଲୁଚିଥିବା ବୟସ୍କ ଲାର୍ଭାକୁ ବାଷ୍ପଶୀଳ ତରଳ କିମ୍ବା ଧୂମକ ପ୍ରବେଶ କରାଇ ମାରି ଦିଆଯାଇ ପାରେ। ଭୂମି ସ୍ତର ଠାରୁ ଏକ ମିଟର ଉଚ୍ଚ ପର୍ଯ୍ୟନ୍ତ ବୋର୍ଡକ୍ସ ପେଷ୍ଟ ପ୍ରୟୋଗ କରନ୍ତୁ, ଯାହାକି ଅଣ୍ଡା ଦେବାରେ ବାଧା ସୃଷ୍ଟି କରିବ। ମନୋକ୍ରୋଟଫସ ( 36 WSC 10 ମିଲି ଗଛ ପିଛା 2.5 ସେମି) ଏବଂ ବତୁରା ହୋଇଥିବା ତୁଳାର ଆବରଣ କରାଯାଇ ପାରେ। ଯଦି ମାତ୍ରା ଅଧିକ ହୋଇଥାଏ, କାଣ୍ଡରେ କପର ଅକ୍ସିକ୍ଳୋରାଇଡ ପେଷ୍ଟ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ବାଟୋସେରା ରୁଫୋମାକୁଲାଟା ର ଲାର୍ଭା ଓ ବୟସ୍କ ଅବସ୍ଥା ଦ୍ଵାରା ଏହି କ୍ଷତି ହୋଇଥାଏ। ଶରୀର ଲମ୍ବ ଆଣ୍ଟିନା ସହିତ ପୋକ 25-55 ମିମି ଲମ୍ବ ଏବଂ ରାତ୍ରିଚର ହୋଇଥାଏ। ମାଇ ପୋକ କ୍ଷ୍ୟତିଗ୍ରସ୍ତ କିମ୍ବା ଚାପଯୁକ୍ତ ଗଛର ବକଳ କାଟିଥାଏ ଏବଂ ସେହି ସ୍ଥାନରେ ଅଣ୍ଡା ଦେଇଥାନ୍ତି। ବିକଳ୍ପ ଭାବରେ, ମୃତ୍ତିକା କ୍ଷୟ ପରେ ଦେଖା ଯାଉଥିବା ଚେରରେ ଅଣ୍ଡା ଦିଆଯାଏ। ମୁଖ୍ୟ କାଣ୍ଡର ବକଳ, ବଡ ଡାଳ କିମ୍ବା ଦେଖାଯାଉଥିବା ଚେରରେ ଲାର୍ଭା ଖାଇଥାଏ। ଲାର୍ଭାର ବିଳମ୍ବ ଅବସ୍ଥାରେ, ସେମାନେ କାଠରେ ଗଭୀର କଣା କରି ସେଠାରେ ପ୍ୟୁପା ସୃଷ୍ଟି କରିଥାଏ। ବୟସ୍କ ପୋକ ପ୍ରସ୍ଥାନ କଣାରୁ ବାହାରି ଥାଏ ଏବଂ ଡାଳ ବକଳର ବଢୁଥିବା ସବୁଜ ଅଗ୍ରକୁ ଖାଇଥାଏ। ବକ୍ଷ ସ୍ଥଳର ପାର୍ଶ୍ଵରେ ଦୁଇଟି କିଡିନି ଆକାରର କମଳା-ହଳଦିଆ ଦାଗ ସହିତ ବୟସ୍କମାନେ 3-5 ସେମି, ଧୂସର ମାଟିଆ ରଙ୍ଗର ହୋଇଥାନ୍ତି। ଗାଢ ମାଟିଆ ମୁଣ୍ଡ ସହିତ ସଂପୂର୍ଣ୍ଣ ବଢିଥିବା ଲାର୍ଭା ଗୁଡିକ କ୍ରିମ ରଙ୍ଗର ଓ 10 ସେମି ଲମ୍ବ ବିଶିଷ୍ଟ ହୋଇଥାନ୍ତି। ଲାର୍ଭାର ବିକାଶ ପାଇଁ ଏକ ବର୍ଷରୁ ଅଧିକ ସମୟ ଆବଶ୍ୟକ ହୋଇଥାଏ। ଲାର୍ଭା କାଠରେ କଣା କରିଥାଏ ଏବଂ ତାହାର ଆକାର ଯୋଗୁଁ ବଡ ସୁଡଙ୍ଗ ପତ୍ର ଓ ଫଳ ଉତ୍ପାଦନରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ। କାଣ୍ଡ ଭିତରେ ପ୍ୟୁପା ସୃଷ୍ଟି ହୋଇଥାଏ, ବୟସ୍କ ପୋକ ବିଳମ୍ବ ଗ୍ରୀଷ୍ମରେ ବାହାରି ଥାଏ। ସେମାନେ ରାତ୍ରିଚର ଅଟନ୍ତି, କିଛି ମାସ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ଏବଂ ଦୂର ସ୍ଥାନକୁ ଉଡି ଯାଇ ପାରନ୍ତି ଓ ସେମାନଙ୍କ ବଂଶବୃଦ୍ଧିର ସୁବିଧା କରିଥାନ୍ତି। ବର୍ଷରେ ଏହି ପୋକର ଗୋଟିଏ ହିଁ ପିଢୀ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ସହନଶୀଳ କିସମ ବ୍ୟବହାର କରନ୍ତୁ। ବକଳରେ ଥିବା ପ୍ରବେଶ କଣାରୁ ଲାର୍ଭା ଓ ଅଣ୍ଡା କାଢି ନଷ୍ଟ କରିବା ପାଇଁ ଏକ ଛୁରୀ କିମ୍ବା ଖଣ୍ଡେ ତାର ବ୍ୟବହାର କରନ୍ତୁ। କିରୋସିନୀ, ଅଶୋଧିତ ତେଲ କିମ୍ବା ଫର୍ମାଲିନରେ ବତୁରା ତୁଳା ଦ୍ଵାରା କଣା ଭର୍ତ୍ତି କରନ୍ତୁ, ଏହା ଲାର୍ଭା ମାରିବା ପାଇଁ ସମର୍ଥ ହେବ। ଅତ୍ୟଧିକ ପ୍ରଭାବିତ ଶାଖା କାଢି ଦିଅନ୍ତୁ ଓ ଅତି ମାତ୍ରାରେ ପ୍ରଭାବିତ ଗଛକୁ କାଟି ଦିଅନ୍ତୁ। ଜମି ଓ ଚାରିପାଖରୁ ବିକଳ୍ପ ପୋଷକ ଗଛ କାଢି ଦିଅନ୍ତୁ। ଲୁହା ହୁକ କିମ୍ବା ତାର ସାହାଯ୍ୟରେ ପ୍ରବେଶ କଣା ସଫା କରନ୍ତୁ ଓ କିରୋସିନୀ, ଅଶୋଧିତ ତେଲ କିମ୍ବା ଫର୍ମାଲିନରେ ବତୁରା ତୁଳା ଦ୍ଵାରା କଣା ଭର୍ତ୍ତି କରନ୍ତୁ, ଏହା ଲାର୍ଭା ମାରିବା ପାଇଁ ସମର୍ଥ ହେବ। ଅନ୍ୟ ନିୟନ୍ତ୍ରଣ ପଦ୍ଧତି ହେଲା ଆକ୍ରାନ୍ତ ଗଛ କାଟିବା, ପ୍ରଭାବିତ ଶାଖା କାଟିବା ଓ ବିକଳ୍ପ ପୋଷକ ଗଛ କାଢିବା।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ