କପା

ସାରଜନିତ ପତ୍ରପୋଡ଼ା

Fertilizer Burn

ଅନ୍ୟ

5 mins to read

ସଂକ୍ଷେପରେ

  • ପତ୍ର ଧାର ଧୂସର ରଙ୍ଗ ହୋଇଯିବ କିମ୍ବା ପତ୍ର ରେ ପୋଡା ଦାଗ.
  • ପତ୍ର ଝାଉଁଳିବା, ଅଳ୍ପ ହଳଦିଆ ଏବଂ ଗଛ ବାଙ୍ଗରା ହୋଇଯିବା ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

କପା

ଲକ୍ଷଣ

ବହୁଳ ସାର ପ୍ରୟୋଗ ର କ୍ଷତି ସାଧାରଣତଃ ପତ୍ର ଧାର ଧୂସର ରଙ୍ଗ କିମ୍ବା ପାତ୍ରରେ ପୋଡା ଦାଗ ପରି ଦେଖାଯାଏ. ରାସାୟନିକ ସାର ରେ ଥିବା ଲୁଣ ଗଛର ମୂଳ ର କୋଷିକା ରୁ ଜଳୀୟ ଅଂଶ ଶୋଷିନିଏ ଯାହାଫଳରେ ଗଛ ଝାଉଁଳି ଯାଏ, ଅଳ୍ପ ହଳଦିଆ ହୋଇଯାଏ ଏବଂ ବାଙ୍ଗରା ହେଇଥାଏ. ପତ୍ର ଉପରେ ସିଧାସଳଖ ଦାନାଦାର ବା ସ୍ପ୍ରେ ଯୋଗୁଁ ମଧ୍ୟ ପତ୍ର ପୋଡା ବା ଦାଗ ଦେଖାଯାଇଥାଏ. ଅନ୍ୟାନ୍ୟ କାରଣ ମଧ୍ୟରେ ମାଟିର ର ପ୍ରକାର, ଜଳସେଚନ ର ପ୍ରଣାଳୀ, ଲୁଣ ର ମାତ୍ର ଏବଂ କେତେକ ବିଶେଷ ଗଛର ସମ୍ବେଦନଶୀଲତା ଅଟେ ଯାହାକି କ୍ଷୟ କ୍ଷତି ର ମାତ୍ରା ଉପରେ ପ୍ରଭାବ ପକାଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଯେତେବେଳେ ପୋକ କିମ୍ବା ରୋଗ ଦ୍ୱାରା ପନିପରିବା ଫସଲ ର ବହୁତ କ୍ଷତି ହୋଇ ଥାଏ, ସେତେ ବେଳେ କ୍ଷତିଗ୍ରସ୍ତ ଅଂଶ କୁ କାଟିଦେଇ କିମ୍ବା ଆଉଥରେ ଲଗା ଯାଇପାରେ ଏବଂ ଆସନ୍ତା ସମୟ ରେ ଏହି ସମସ୍ୟା କୁ ରୋକିବା ପାଇଁ ଅନୁଧ୍ୟାନ କରିବା ଦରକାର .

ରାସାୟନିକ ନିୟନ୍ତ୍ରଣ

ଅଧିକ ସାର ପ୍ରୟୋଗ ଜନିତ ପତ୍ର ପୋଡା ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣର ଉପାୟ ନାହିଁ.

ଏହାର କାରଣ କଣ

ପନିପରିବା ଗଛ ଉପରେ ଅଧିକ ସାର ପ୍ରୟୋଗ ଜନିତ କ୍ଷତି, ଗରମ ଏବଂ ଶୁଖିଲା ପାଗରେ ପ୍ରଚଣ୍ଡ ହୋଇଥାଏ. ମରୁଡି ସମୟ ରେ ମାଟିରେ ସାର ର ଲୁଣି ଅଂଶ ବହୁତ ଅଧିକ ହୋଇଥାଏ. ଏହା ସିଧାସଳଖ ଭାବେ ମୂଳ କୁ କ୍ଷତି ପହଂଚାଇଥାଏ ଯାହାକି ଗଛର ଉପର ଭାଗରେ ଥିବା ପତ୍ର ରେ ପୋଡା ଦାଗ ଆକାରରେ ଦେଖାଯାଇଥାଏ. ପାଣିରେ ମିଶିଯାଉଥିବା ଲୁଣ ଗଛ ର ଜଳପ୍ରବାହ ଦ୍ୱାରା ପତ୍ର ରେ କେନ୍ଦ୍ରୀଭୂତ ହୋଇଥାଏ ଯେଉଁଠିକି ଗରମ ଏବଂ ଶୁଖିଲା ଦିନ ମାନଙ୍କରେ ଝାଳ ଓ ବାଷ୍ପିକରଣ ଦ୍ୱାରା ଜଳୀୟ ଅଂଶ ସୁଖି ଯାଏ. ଥଣ୍ଡା ଏବଂ ମେଘୁଆ ପାଗ ରେ ମାଟିରେ ଜଳୀୟ ଅଂଶ ବହୁତ ଏବଂ ପତ୍ରର ଜଳୀୟ ଅଂଶ ହରାଇବା ବି ଧୀରେ ଚାଲେ ଯାହାକି ବହୁତ ଗଛକୁ ଅଧିକ ମାତ୍ରାରେ ଲୁଣ ସହନ କରିବାରେ ସାହାଯ୍ୟ କରିଥାଏ. ଏହା ବସନ୍ତ ଋତୁରେ ସମ୍ଭବ ହୋଇଥାଏ କିନ୍ତୁ ଗ୍ରୀଷ୍ମଋତୁରେ ସମ୍ଭବ ନୁହେଁ. ତେଣୁ ଅତ୍ୟନ୍ତ ଶୁଖିଲା ପାଗରେ ଦାନାଦାର ସାର ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆ ଯାଇଥାଏ. ଯଦିବା ପ୍ରୟୋଗ କରନ୍ତି ତାହେଲେ ପରେ ଭଲଭାବେ ପାଣିଦେବାକୁ ପରାମର୍ଶ ଦିଆଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଜୈବିକ ସାର ପ୍ରୟୋଗ କରନ୍ତୁ କାରଣ ସେଥିରୁ ଗଛକୁ ଖାଦ୍ୟସାର ଧୀରେ ଧୀରେ ମିଳିଥାଏ, ତେଣୁ ସାର ଅଧିକ ଦ୍ୱାରା ପତ୍ର ଜଳିଯିବା ସମସ୍ୟା କୁ ବନ୍ଦ କରାଯାଇପାରିବ.
  • ପ୍ରତି ବର୍ଷ କିଛି ସେଣ୍ଟି ମିଟର କମ୍ପୋଷ୍ଟ ଜମିରେ ପ୍ରୟୋଗ କଲେ ସହାୟକ ହୋଇଥାଏ.
  • ଦାନାଦାର ସାର ପ୍ରୟୋଗ ପରେ ଡାଳ ପତ୍ର ସଫା କରନ୍ତୁ.
  • ପାଣିରେ ମିଶିଯାଉଥିବା ସାର କୁ ଲେବେଲ ନିର୍ଦେଶ ଅନୁସାରେ ବ୍ୟବହାର କରନ୍ତୁ, ଯଦି ଦାନାଦାର ସାର ପ୍ରୟୋଗ କରୁଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ସାଙ୍ଗେ ସାଙ୍ଗେ ଜଳ ସେଚନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ