Herbicide Shikimic acid pathway inhibitors
ଅନ୍ୟ
5 mins to read
ସହଳ ଲକ୍ଷଣ ଭାବରେ ନୂଆ ପତ୍ରର ମୂଳରେ ଧବଳ/ହଳଦିଆ ବର୍ଣ୍ଣହୀନତା ଦେଖାଯାଏ। ପତ୍ର ବାଦାମି ଧାର ସହିତ ଯାଦୁରା ଓ ଛୋଟ ଦେଖାଯାଏ ଏବଂ ଉପର ଆଡକୁ କପ ଭଳି ହୋଇଥାଏ। ଫୁଲ ସଂଖ୍ୟା କମିଥାଏ, ଯାହା ଫଳରେ ଅମଳ କ୍ଷତି ହୋଇଥାଏ। ଫଳ ବିକୃତ ହୋଇଥାଏ ଏବଂ ଗାଢ ବାଦାମି ବର୍ଣ୍ଣ ସହିତ ଛୋଟ ହୋଇଥାଏ। ସାଂଘାତିକ କ୍ଷେତ୍ରରେ, ଗଛର ଅଗରେ ବିଗଳନ ଆରମ୍ଭ ହୁଏ ଓ ଏହା ତଳ ଆଡକୁ ଆସିଥାଏ।
ନାହିଁ
ନାହିଁ
ଗ୍ଲାଇଫୋସେଟ ଭଳି ଅଚୟନିତ ତୃଣନାଶକର ଅସମତୁଲ ବ୍ୟବହାର ଯୋଗୁଁ ଏହି କ୍ଷତି ହୋଇଥାଏ। ଏହା କୃଷକ ଦ୍ଵାରା ପ୍ରୟୋଗ କରିବା ବେଳେ ଛିଟା ମାରି, ପଡୋଶୀ ଠାରୁ କିମ୍ବା ଗ୍ଲାଇଫୋସେଟ ଅବଶେଷ ଥିବା ସ୍ପ୍ରେୟର ବ୍ୟବହାର କରିବା ଦ୍ଵାରା ଅନ୍ୟ ଗଛକୁ ପ୍ରଭାବିତ କରିପାରେ। ଏହି ତୃଣନାଶକ ପତ୍ରରେ ପ୍ରୟୋଗ କରାଯାଏ ଏବଂ ସମୁର୍ଣ୍ଣ ଗଛରେ ପରିବାହିତ ହୋଇଥାଏ। ନୂତନ ବୃଦ୍ଧିରେ ଆବଶ୍ୟକ ହେଉଥିବା ଏମିନୋ ଏସିଡ ଉତ୍ପନ୍ନ କରିବା ପାଇଁ ଦରକାରୀ ରାସାୟନିକ ପଦାର୍ଥ ସହିତ ପ୍ରତିକ୍ରିୟା କରି ଗଛକୁ ମାରି ଦିଏ। ଛିଟ, ସ୍ପ୍ରେୟର ପ୍ରଦୂଷଣ ମାଟିରେ ଅବଶେଷ, ବାଷ୍ପନ, ଭୁଲବଶତଃ ପ୍ରୟୋଗ ଆଦି ଦ୍ଵାରା ମଧ୍ୟ ଏହା ଅନ୍ୟ ଗଛ ପାଖକୁ ସଞ୍ଚାଳିତ ହୋଇଥାଏ। ଏହାର ସଂସ୍ପର୍ଶ ପରିମାଣ, ପାରିପାର୍ଶ୍ଵିକ ପରିସ୍ଥିତି, ପ୍ରଭାବିତ କିସମ ଓ ବୃଦ୍ଧି ଅବସ୍ଥା ଭଳି କାରକ ଉପରେ ଏହା ଯୋଗୁଁ କ୍ଷତିର ମାତ୍ରା ନିର୍ଭର କରିଥାଏ। କ୍ଷତି ବହୁଳ ମାତ୍ରାରେ ହୋଇପାରେ ଏବଂ ଅନେକ ସମୟରେ ମୂଲ୍ୟବାନ ଗଛ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପାରେ।