ବିନ

ବିନର ଶୁଖିଲା ମୂଳ ପଚା ରୋଗ

Fusarium solani f. sp. phaseoli

ଫିମ୍ପି

5 mins to read

ସଂକ୍ଷେପରେ

  • ଚାରାର ପତ୍ର ହଳଦିଆ ହୁଏ ଓ ଝାଉଁଳିବା ଆରମ୍ଭ କରେ । ଗଛ ବାହାରିବା ପରେ ପ୍ରଧାନ ମୂଳରେ ଲାଲ ରଙ୍ଗର କ୍ଷତ ଚିହ୍ନ ଦେଖାଯାଏ । ଏହି କ୍ଷତ ଗାଢ ବାଦାମି ଅଟେ ଓ ପରସ୍ପର ମିଶେ ଏବଂ ମୂଳ ଅକ୍ଷରେ ଫାଟ ହୁଏ । ଟିସୂ ନରମ ହୁଏନାହି କି ଫିମ୍ପି ଧରେ ନାହି , ସେଥିପାଇଁ ଏହାର ସାଧାରଣ ନାମ" ଶୁଖିଲା ମୂଳ ପଚା" ରୋଗ ଅଟେ । ଯଦି ସେମାନେ ବଞ୍ଚନ୍ତି , ସଂକ୍ରମିତ ଗଛ ଅଳ୍ପ ମଞ୍ଜି ସହିତ ଅଳ୍ପ କେତେକ ଛୁଇଁ ଧରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ଲଗାଇବାର କେତେ ସପ୍ତାହ ପରେ , ସଂକ୍ରମିତ ଚାରାର ପତ୍ର ହଳଦିଆ ହୁଏ ଓ ଝାଉଂଳେ । ଯଦି ପାରିପାର୍ଶ୍ଵିକ ଅବସ୍ଥା ଅନୁକୂଳ ହୁଏ , ଗଛର ବୃଦ୍ଧି ରୁଗୁଡିଆ ହୁଏ ଓ ବାହାରିବା ପରେ ପରେ ମରିଯାଇପାରେ ।ଲଗାଇବାର ଏକ ସପ୍ତାହ ପରେ ମାଟି ତଳେ ଲକ୍ଷଣ ଭାବେ ପ୍ରଧାନ ମୂଳରେ ଲାଲ କ୍ଷତ ଚିହ୍ନ ବା ଦାଗ ହୁଏ । ଏହି କ୍ଷତ ଗାଢ ବାଦାମି ଅଟେ ଓ ପରସ୍ପର ମିଶେ ଏବଂ ମୂଳ ଅକ୍ଷରେ ଫାଟ ହୁଏ ।ପାର୍ଶ୍ଵ ଚେର ଓ ଏହାର ଅଗ୍ର ଶୁକୁଟି ଯାଏ ଓ ମରିଯାଏ ,କିନ୍ତୁ ଗଛରେ ଲାଗିରହେ । ମାଟିକୁ ଲାଗି ନୂଆ ଗୁଚ୍ଛ ଚେର ବିକାଶ ଲାଭ କରେ । ଟିସୂ ନରମ ହୁଏନାହି କି ଫିମ୍ପି ଧରେ ନାହି , ସେଥିପାଇଁ ଏହାର ସାଧାରଣ ନାମ" ଶୁଖିଲା ମୂଳ ପଚା" ରୋଗ ଅଟେ। ଯଦି ସେମାନେ ବଞ୍ଚନ୍ତି , ସଂକ୍ରମିତ ଗଛ ଅଳ୍ପ ମଞ୍ଜି ସହିତ ଅଳ୍ପ କେତେକ ଛୁଇଁ ଧରେ ।

Recommendations

ଜୈବିକ ନିୟନ୍ତ୍ରଣ

ବେଶିଲସ ସବଟିଲିସ ଭଳି ଜୈବ ଅଭିକର୍ତା ସହିତ ରାଇଜୋବିଅମ ଟ୍ରୋପିସି ବିହନ ଉପଚାର ପାଇଁ କାମ କରିପାରେ । ଅଣୁଜୀବ ସହିତ ଅନ୍ୟ ଉପଚାର ହେଉଛି ଟ୍ରାଇକୋଡେର୍ମା ହରଜିଆନମ ଥିବା ଦ୍ରବଣ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫ୍ୟୁଜାରିଆମ ମୂଳ ପଚା ରୋଗ ପାଇଁ ସାଧାରଣତଃ କବକନାଶୀ ଫଳପ୍ରସୂ ନୁହେ ।

ଏହାର କାରଣ କଣ

ଫ୍ୟୁଜାରିଆମ ସୋଲାନି, ଯାହାକି କିଛି ବର୍ଷ ପର୍ଯ୍ୟନ୍ତ ମାଟିରେ ଥିବା ଅବଶେଷରେ ବଞ୍ଚିରହିପାରେ , ଫ୍ୟୁଜାରିଆମ ମୂଳ ପଚା ରୋଗ କରେ ।ଏହି କବକ ବଢୁଥିବା ଚାରା ଦେହରେ, ଗଜା ହେବାପରେ , କଣା କରି ପଶେ ଓ ପୋଷକ ଓ ଜଳ ପରିବାହୀ ଟିସୁରେ ଆଶ୍ରୟ ନେଇ ରହେ । ଏଠାରେ କବକର ଉପସ୍ଥିତି ଚାପରହିତ ସୁସ୍ଥ ଗଛକୁ ଅଳ୍ପ କ୍ଷତି ପହଞ୍ଚାଏ । ଯାହାହେଲେବି, ପ୍ରତିକୂଳ ପାରିପାର୍ଶ୍ଵିକ ଅବସ୍ଥାରେ ( ମରୁଡି,ବନ୍ୟା ପ୍ଳାବିତ ମାଟି,ପୋଷଣର ଅଭାବ ,ଗଭୀର ରୋପଣ ,ଟାଣ ମାଟି , ତୃଣନାଶକ ଆଘାତ ) ବାଧା ପାଇଥିବା ଜଳ ଓ ପୋଷକ ପରିବହନ ଚାପ ସୃଷ୍ଟି କରେ ଓ ଲକ୍ଷଣ ଦେଖାଏ । ଏହି କ୍ଷେତ୍ରରେ, ଅମଳ କ୍ଷତି ଅଧିକ ଦେଖାଦେଇ[ପାରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ବଜାରରେ ମିଳେ , ସହନୀୟ ବା ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଅଗଭୀର ମଞ୍ଜିବାଡ କିମ୍ବା ନାଳୀରେ ଲଗାନ୍ତୁ । ଯେତେବେଳେ ମାଟି ଗରମ ଥିବ ଋତୁର ବିଳମ୍ବରେ ଲଗାନ୍ତୁ । ଗଛ ଗଛ ମଧ୍ୟରେ ଅଧିକ ବ୍ୟବଧାନ ଦିଅନ୍ତୁ । ଜମିର ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି କରନ୍ତୁ । ମରୁଡି ଜନିତ ଚାପରୁ ରକ୍ଷା କରିବାକୁ ନିୟମିତ ପାଣି ଦିଅନ୍ତୁ । ମାଟି ଟାଣ ହେବ କମାନ୍ତୁ । ଉତ୍ତମ ସାର ପ୍ରୟୋଗ କରନ୍ତୁ । କାମ କରିବା ସମୟରେ ଗଛକୁ ଆଘାତ ନଦେବା ପାଇଁ ସତର୍କ ରୁହନ୍ତୁ । ଡାଲି ଜାତୀୟ ହୋଇନଥିବା ଫସଲ ସହିତ 4 ରୁ 5 ବର୍ଷ ପର୍ଯ୍ୟନ୍ତ ଫସଲ ପର୍ଯ୍ୟାୟ ଅନୁମୋଦନ କରାଯାଏ । ଗଛ ଅବଶେଷକୁ ପୋତିବା ପାଇଁ ଗଭୀର ଚାଷ କରନ୍ତୁ । ଜମି ଚାଷ କରନ୍ତୁ ଓ ସୌର ଉପଚାର କରନ୍ତୁ । ସଂକ୍ରମିତ ଗଛର ଅବଶେଷ ବା ଅଂଶ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ ନାହି । କ୍ଷତ କବକ ବହନ କରିବ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ