ଗହମ

ବାଙ୍ଗରା ଗହମ ଭୂତାଣୁ

WDV

ଭୁତାଣୁ

5 mins to read

ସଂକ୍ଷେପରେ

  • ରୁଗୁଡିଆ ବୃଦ୍ଧି । ବୁଦା ଭଳି ଦେଖାଯାଏ , ପିଲ ସଂଖ୍ୟା କମେ , ଶିରା ସମାନ୍ତରରେ ହଳଦିଆ ପଟ୍ଟୀ ଦାଗ । ଅଳ୍ପ କେଣ୍ଡା.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ବାଙ୍ଗରା ଗହମ ଭୂତାଣୁ ଦ୍ଵାରା ସଂକ୍ରମଣ ଗୁରୁତର ଲକ୍ଷଣ ଯଥା , ରୁଗୁଡିଆ ଗଛ ବୃଦ୍ଧି , ବୁଦା ଭଳି ଦେଖାଯିବା ଏବଂ କମ ସଂଖ୍ୟାରେ ପତ୍ର ଓ ପିଲ ଆଦି ହୁଏ । ପତ୍ରରେ ପାଣ୍ଡୁର ସୂତା ଭଳି ଥାଏ ଯାହାକି ସଂପୂର୍ଣ୍ଣ ପାତରେ ମାଡେ । ଅଳ୍ପ କେଣ୍ଡା ହୁଏ ଓ ଥିବା କେଣ୍ଡା ବନ୍ଧ୍ୟା କିମ୍ବା ରୁଗୁଡିଆ ହୋଇପାରେ । ସାମୋଟେଟିକ୍ସ ଏଲିନସ ପତ୍ର ଡିଆଁ ପୋକ ବାହକ ଦ୍ଵାରା ଭୂତାଣୁ ପରିବାହିତ ହୁଏ , ଏହି ବାହକ ଏହାର ପାଟି ଅଂଶ ଦ୍ଵାରା ଗହମ ଗଛର ଅଙ୍ଗୀୟ ଅଂଶରୁ ପରିବାହୀ ନାଳୀର ରସ ଶୋଷେ ଓ ଏହା ଦ୍ଵାରା ଭୂତାଣୁ ପରିବହନ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଭୂତାଣୁ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ , ଯଦି ଆପଣ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ ରଖନ୍ତୁ । ଆପଣଙ୍କ ଠାରୁ ଶୁଣିବା ପାଇଁ ଆମେ ଆଗ୍ରହୀ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି ବାହକ ପୋକର ସଙ୍କଟ ସଂଖ୍ୟା ଦେଖାଯାଏ , ସେତେବେଳେ କେବଳ କୀଟନାଶକ ଅନୁମୋଦନ କରାଯାଏ । ବାହକ ପୋକ ନିୟନ୍ତ୍ରଣ ପାଇଁ ଇମିଡାକ୍ଳୋପ୍ରିଡ ଦ୍ଵାରା ବିହନ ଉପଚାର ଫଳପ୍ରଦ ଅଟେ । ଭୂତାଣୁ ସଞ୍ଚରଣ ବାରଣ କରିବାକୁ ପାଇରେଥ୍ରୋଇଡ କିମ୍ବା ଅନ୍ୟ କୀଟନାଶକ ଦ୍ଵାରା ଗହମ ଗଛ ଉପଚାର କରାଯାଇପାରେ ।

ଏହାର କାରଣ କଣ

ସାମୋଟେଟିକ୍ସ ଏଲିନସ ପତ୍ର ଡିଆଁ ପୋକ ବାହକ ଦ୍ଵାରା ଅସ୍ଥାୟୀ ଭାବରେ ପରିବାହିତ ଭୂତାଣୁ ଦ୍ଵାରା ଏହି ଲକ୍ଷଣ ହୁଏ । ଯାହାହେଲେବି , ଭୂତାଣୁ ମୁକ୍ତ ଡିଆଁ ପୋକ ରୋଗ ପରିବହନ କରେ ନାହିଁ । ଭୁତାଣୁ ପରିବାହିତ ହେବା ପର୍ଯ୍ୟନ୍ତ କିଛି ମିନଟ ପାଇଁ ଡିଆଁ ପୋକ ଶୋଷିବା ଆବଶ୍ୟକ । ସାମୋଟେଟିକ୍ସ ଏଲିନସ ଶରତରେ ଶୀତଦିନିଆ ଗହମ ଓ ବସନ୍ତରେ ଖରାଦିନିଆ ଗହମ ଗଛକୁ ସଂକ୍ରମଣ କରି ବର୍ଷରେ 2-3 ପିଢୀ ସଂପୂର୍ଣ୍ଣ କରିପାରେ । ପତ୍ର ଡିଆଁ ପୋକ ଅଣ୍ଡା ଅକାରେ ଶୀତସୁପ୍ତି କରେ ଓ ମେ ମାସରେ ଛୁଆର ପ୍ରଥମ ପିଢୀ ଦେଖାଯାଏ । ଭୂତାଣୁ ପୋକର ଅଣ୍ଡା ଓ ଛୁଆକୁ ସଂଚାରିତ ହୁଏ ନାହି । ବଙ୍ଗରା ଗହମ ଭୂତାଣୁ ବାର୍ଲି , ଯଅ ଓ ରାଈ ଭଳି ଅନେକ ଶଶୟ ଫସଲକୁ ସଂକ୍ରମଣ କରିପାରେ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଜମିରେ ପତ୍ର , କାଣ୍ଡ ଓ ପିଲରେ ପ୍ରତିଦିନ ପୋକ ନିରୀକ୍ଷଣ କରନ୍ତୁ । ଡିଆଁ ପୋକ ବିସ୍ତାର ନିବାରଣ କରିବାକୁ ଯେତେ ଶୀଘ୍ର ସମ୍ଭବ ସଂକ୍ରମିତ ଗଛ ସାମଗ୍ରୀ କାଢନ୍ତୁ ଓ ନଷ୍ଟ କରନ୍ତୁ । ଜମିରେ ଘାସ ଓ ପୋଷକ ଗଛ କାଢି ଉତ୍ତମ ପରିଚ୍ଛନ୍ନତା ରଖନ୍ତୁ । ଅମଳ ପରେ ଗଛ ଅବଶେଷ କାଢନ୍ତୁ । ପୋକର ଚରମ ସଂଖ୍ୟା ବାରଣ କରିବା ପାଇଁ ସହଳ ଲଗାନ୍ତୁ । ଗଛକୁ ପୁନଃ ବଳକାରକ କରିବା ପାଇଁ ସାଧାରଣ ଠାରୁ ସଂକ୍ରମିତ ଜମିରେ ସହଳ ସାର ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ