ଫୁଲକୋବି

ବନ୍ଧାକୋବିର ମୃଦୁ ବ୍ୟାକ୍ଟେରିଆ ପଚା ରୋଗ

Pectobacterium carotovorum subsp. carotovorum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ଖାଲୁଆ, ନରମ ଦାଗ। ମଣ୍ଡ ସଦୃଶ ଏବଂ ଗଛର ବିବର୍ଣ୍ଣ ଟିସୂ। ପତ୍ର, କାଣ୍ଡ ଓ ମୂଳ ପ୍ରଭାବିତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ଫୁଲକୋବି

ଲକ୍ଷଣ

ପ୍ରାଥମିକ ଭାବରେ, ପାଣିଭିଜା ଦାଗ ସୃଷ୍ଟି ହୋଇଥାଏ। ତାହା ବୃଦ୍ଧି ପାଇ ଖାଲୁଆ ଓ ନରମ ହୋଇଥାଏ। ଏହି ଦାଗ ତଳପଟ ଟିସୂ ମଣ୍ଡ ସଦୃଶ, କଳାରୁ କ୍ରିମ ରଙ୍ଗର ବିବର୍ଣ୍ଣ ହୋଇଥାଏ। ସଂକ୍ରମଣର ମାତ୍ରା ଅଧିକ ହେଲେ ପତ୍ର, କାଣ୍ଡ ଏବଂ ମୂଳ ସଂପୂର୍ଣ୍ଣ ଭାବରେ ପଚି ଯାଇପାରେ। ଏକ କଡା ଗନ୍ଧ ଜଣାପଡେ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ରୋଗ ପାଇଁ ଆମେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜାଣି ନାହୁଁ। ଯଦି ଆପଣ ଏହି ରୋଗ କିମ୍ବା ଏହାର ଲକ୍ଷଣ ହ୍ରାସ କରାଇବା ପାଇଁ କିଛି ଜାଣିଛନ୍ତି, ଦୟାକରି ଆମ ସହ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ନିରାକରଣ ଉପାୟ ଦ୍ଵାରା ହିଁ ନିୟନ୍ତ୍ରଣ କରାଯାଇ ଥାଏ, ଯେହେତୁ ବ୍ୟାକ୍ଟେରିଆଜନିତ ଆରୋଗ୍ୟଲାଭ ହୁଏନାହିଁ। ବ୍ୟାକ୍ଟେରିଆକୁ ବାରଣ ଓ ଦମନ କରିବାକୁ ହେଲେ କପର-ଭିତ୍ତିକ କବକନାଶୀ ବ୍ୟବହାର କରନ୍ତୁ। ସିପ୍ରୋଫ୍ଲୋକ୍ସାସିନ ମଧ୍ୟ ଏହି ରୋଗର ଏକ ଉତ୍ତମ ପ୍ରତିରୋଧକ ଅଟେ।

ଏହାର କାରଣ କଣ

ପେକ୍ଟୋବ୍ୟାକ୍ଟେରିଆମ କାରୋଟୋଭରମ ନାମକ ଏକ ବ୍ୟାକ୍ଟେରିଆ ଦ୍ଵାରା ଏହି କ୍ଷତି ହୋଇଥାଏ, ଯାହାକି ମାଟି ଏବଂ ଫସଲ ଅବଶେଷରେ ବଞ୍ଚି ରହିଥାଏ। ଯନ୍ତ୍ରପାତି, କୀଟ, କରକା ଦ୍ଵାରା ହୋଇଥିବା କ୍ଷତ କିମ୍ବା ପ୍ରାକୃତିକ ଛିଦ୍ର ଦେଇ ଏହା ଫସଲ ମଧ୍ୟକୁ ପ୍ରବେଶ କରିଥାଏ। କୀଟ, ଯନ୍ତ୍ରପାତି, ସଂକ୍ରମିତ ରୋପଣ ସାମଗ୍ରୀର ପରିବହନ, ମାଟି କିମ୍ବା ପ୍ରଦୂଷିତ ଜଳ ଦ୍ଵାରା ଏହି ଜୀବାଣୁ ବିସ୍ତାର ଲାଭ କରିଥାଏ। ଆର୍ଦ୍ର ପାଣିପାଗ ଏବଂ 25-30°C ତାପମାତ୍ରା ସମୟରେ ଏହା ଗୁରୁତର ହୋଇଥାଏ ଓ ଏପରିକି କ୍ୟାଲସିୟମ ଅଭାବ ଦେଖାଗଲେ ଅଧିକ ଗୁରୁତର ହୋଇଥାଏ। ଏହା ଜମିରେ ଓ ଭଣ୍ଡାର ଘରେ ମଧ୍ୟ ଦେଖାଯାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ। ରୋଗ-ମୁକ୍ତ ଓ ସୁସ୍ଥ ବିହନ ସାମଗ୍ରୀ ଧାଡିରେ ଲଗାନ୍ତୁ ଯାହାକି ଉତ୍ତମ ବାୟୁ ନିଷ୍କାସନ କରିଥାଏ। ଆଘାତ କମାଇବା ପାଇ ଯତ୍ନ ସହିତ ଗଛ ପରିଚାଳନା କରନ୍ତୁ। ଯନ୍ତ୍ରପାତି ସଫା ଓ ବିଶୋଧନ କରନ୍ତୁ। ସିଞ୍ଚନ ଜଳସେଚନ ଏଡାନ୍ତୁ। ସଂକ୍ରମିତ ଗଛକୁ କାଢନ୍ତୁ ଓ ନଷ୍ଟ କରନ୍ତୁ। କେବଳ ଶୁଖିଲା ପାଗରେ ଅମଳ କରନ୍ତୁ। ଭଣ୍ଡାର ଘରକୁ ନେବା ପୂର୍ବରୁ ଆପଣଙ୍କ ଅମଳକୁ ଭଲଭାବେ ନିରୀକ୍ଷଣ କରନ୍ତୁ। କପର ଭିତ୍ତିକ ଦ୍ରବଣ ଦ୍ଵାରା ଆପଣଙ୍କ ଭଣ୍ଡାର ସଫା କରନ୍ତୁ ଏବଂ ବନ୍ଧାକୋବିରେ ଆଘାତ କମାଇବା ପାଇଁ କୁଟା କିମ୍ବା କାଗଜ ବ୍ୟବହାର କରନ୍ତୁ। ଅମଳ ପରେ ଗଛ ଅବଶେଷ କାଢନ୍ତୁ ଓ ନଷ୍ଟ କରନ୍ତୁ। ପୋଷକ ନଥିବା ଗଛ ସହିତ ତିନି ବର୍ଷ ପାଇଁ ଫସଲ ପର୍ଯ୍ୟାୟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ