ବିରି ଓ ମୁଗ

ଛୁଇଁ ବିନ୍ଧା ପୋକ

Helicoverpa armigera

ପୋକ

5 mins to read

ସଂକ୍ଷେପରେ

  • ଫୁଲ ଓ ଛୁଇଁ ଖାଇବା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ.
  • ଛୁଇଁରେ ଗୋଲାକୃତି ର କଣା ହୁଏ.
  • ପତ୍ରଝଡ଼ା ହୋଇପାରେ.

ମଧ୍ୟ ଦେଖା ଯାଇପାରେ


ବିରି ଓ ମୁଗ

ଲକ୍ଷଣ

ଗଛର ସବୁ ଅଂଶରେ ଏହି ପୋକର ଲାର୍ଭାଉଡିକ ଖାଇଥାନ୍ତି କିନ୍ତୁ ଫୁଲ ଓ ଛୁଇଁ କୁ ପସନ୍ଦ କରିଥାନ୍ତି. ଛୁଇଁରେ ଖାଇବା ଯୋଗୁଁ ହୋଇଥିବା କଣା ଦେଖାଯାଏ. ବେଳେବେଳେ ଲାର୍ଭା ଗୁଡି଼କ ଖାଇବା ସମୟରେ ଛୁଇଁ ଉପରେ ଓହଳିଥିବା ଦେଖାଯାଏ. ଯଦି ଫୁଲ କିମ୍ବା ଛୁଇଁ ନଥାଏ ତାହେଲେ ପତ୍ର ଓ ଡାଳ ମଧ୍ୟ ଖାଇଥାନ୍ତି ଯାହା ଫଳରେ ପତ୍ରଝଡ଼ା ହୋଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ହେଲିକୋଭେର୍ପା କୁ ଆକ୍ରମଣ କରୁଥିବା ଉପକାରୀ କୀଟ ସଂଖ୍ୟା ଜମିରେ ଓ ଜମି ଚାରି ପାଖରେ ବଢାଇବା ପାଇଁ ଚେଷ୍ଟା କରନ୍ତୁ. ଟ୍ରାଇକୋଗ୍ରାମା ବିରୁଡି, ମାଇକ୍ରୋପ୍ଳିଟିସ (Microplitis), ହେଟେରୋପ୍ଲେମା (Heteropelma), ନେଟେଲିଆ (Netelia sp.), ଶିକାରୀ ପୋକ ଯଥା ବିଗ-ଆଇଡ୍ ବଗ୍, ଗ୍ଲସି ସୀଲଡ଼ ବଗ୍ ଏବଂ କଣ୍ଟକିତ ସୀଲଡ଼ ବଗ୍ ଏହି ପୋକର ବିକାଶକୁ ସୀମିତ କରିଥାଏ. ପିମ୍ପୁଡି ଓ ବୁଢିଆଣୀ ଲାର୍ଭାକୁ ଆକ୍ରମଣ କରିଥାଏ. NPV (Nucleopolyhedrovirus), ମେଟାରିଜିଅମ ଆନିସୋପ୍ଳି (Metarhizium anisopliae), ବିଉଭେରିଆ ବସିଆନା (Beauveria bassiana) ଏବଂ ବାସିଲସ ଥୁରିଜିଏନସିସ (Bacillus Thuringiensis) ଥିବା ଜୈବିକ କୀଟନାଶକ ମଧ୍ୟ ବ୍ୟବହାର କରାଯାଇପାରେ. ନିମ ରସ ଏବଂ ଲଙ୍କା କିମ୍ବା ରସୁଣ ରସ ପରି ବଟାନିକାଲ ପଦାର୍ଥ ମଧ୍ୟ ଏହି ପୋକ ନିୟନ୍ତ୍ରଣ ପାଇଁ ଡାଳପତ୍ରରେ ସ୍ପ୍ରେ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରାସାୟନିକ ନିୟନ୍ତ୍ରଣର ଆବଶ୍ୟକତା ଅଛି କି ନାହିଁ ନିର୍ଣ୍ଣୟ କରିବା ପାଇଁ ପୋକ ସଂଖ୍ୟା ନିରୀକ୍ଷଣ କରନ୍ତୁ. ଅର୍ଥନୈତିକ ଦେହଳୀ ସଂଖ୍ୟା ହେଉଛି 8 ଟି ପ୍ରଜାପତି ତିନି ରାତି ପର୍ଯ୍ୟନ୍ତ ଦେଖାଯାନ୍ତି ଯେତେବେଳେ ପ୍ରତି ଏକର ପିଛା 4 ଟି ଟ୍ରାପ୍ ଲଗାଯାଇଥାଏ. ପାଇରାଥ୍ରଏଡ଼ ଉପରେ ପରିବେଷିତ କୀଟନାଶକ ବିରୁଦ୍ଧରେ ଏହି ପୋକ କିଛି ମାତ୍ରାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ସାରିଛି.

ଏହାର କାରଣ କଣ

ବୟସ୍କ ପୋକ ଉଡିକ 1.5 ସେମି ଲମ୍ବା ଏବଂ ଏହାର ଡେଣା ର ଓସାର 4 ସେମି ହୋଇଥାଏ. ସେମାନଙ୍କ ଧୂସର ବାଦାମୀ ଶରୀର ରେ ବାଳୁଆ ଗଣ୍ଡି ଏବଂ ଇସତ ବାଦାମୀ ଆଗ ଡେଣା ଥାଏ ଯାହାର ଗାଢ଼ ବାଦାମୀ ରଙ୍ଗ ର ପଟ୍ଟୀ ଥାଏ ଓ ଏହାର ଧାରରେ କଳା ଚିହ୍ନ ଥାଏ. ପଛ ଡେଣା ଗୁଡିକ ଧଳା ଏବଂ ଏଥିରେ ହଳଦିଆ ବାହ୍ୟରେଖା ଥାଏ. ଏହାର ଓସାରିଆ କଳା ପଟ୍ଟୀ ଥାଏ ଯାହା ଧାର କଡେ କଡେ ମଳିନ ଦେଖାଯାଏ. ମାଈ ପୋକ ହଳଦିଆ-ଧଳା ଅଣ୍ଡାସବୁ ଫୁଲ ଧରିଥିବା ଗଛ କିମ୍ବା ଯେଉଁ ଗଛରେ ଫୁଲ ଧରୁଥିବ ସେଥିରେ ଦେଇଥାଏ. ଲାର୍ଭାର ଆକାର ଏହାର ବିକାଶ ଅବସ୍ଥାକୁ ନେଇ ଭିନ ଭିନ ହୋଇପାରେ କିନ୍ତୁ ସେମାନଙ୍କ ପେଟ ସମାନ ଭାବେ ମଳିନ ରଙ୍ଗ ର ହୋଇଥାଏ. ଯେତେବେଳେ ସେଗୁଡିକ ବଡ଼ ହୋଇଥାନ୍ତି ଛୋଟ କଳା ଦାଗ ଏବଂ ଦୁଇଟି ଉଜ୍ଜ୍ୱଳ ଧଳା କିମ୍ବା ହଳଦିଆ ଗାର ଶରୀରର କଡେ କଡେ ଦେଖାଯାଏ. ବିଭିନ୍ନ ଜୀବନ ଅବସ୍ଥାର ସମୟସୀମା ପରିପାର୍ଶ୍ଵିକ ପରିସ୍ଥିତି ସହ ଜଡିତ ଥାଏ, ମୁଖ୍ୟତଃ ତାପମାନ ଓ ଖାଦ୍ୟ ର ଉପଲବ୍ଧତା.


ସୁରକ୍ଷାତ୍ମକ ଉପାୟ

  • ସହନଶୀଳ କିସମ (ଉଦାହରଣ - Co-6 or Co-7) ର ଚୟନ କରନ୍ତୁ.
  • ବୁଣିବା ସମୟରେ ଗଛରୁ ଗଛ ମଧ୍ୟରେ ନ୍ୟୁନତମ ବ୍ୟବଧାନ ରଖନ୍ତୁ.
  • ପ୍ରାଚୀର ଫସଲ ଯେମିତିକି ହରଡ, ଝୁଡ଼ଙ୍ଗ କିମ୍ବା ଚଣା ଲଗାଇ ଉପକାରୀ କୀଟ ସଂଖ୍ୟା ରଖିବା ପାଇଁ ଚେଷ୍ଟା କରନ୍ତୁ.
  • ଜମି ଚାରି ପାଖରେ ଟ୍ରାପ୍ ଫସଲ (ଜଡ଼ା କିମ୍ବା ସେବତୀ, ଗେଣ୍ଡୁ) ଏହି ପୋକ କୁ ଆକର୍ଷଣ କରିବା ପାଇଁ ଲଗାନ୍ତୁ.
  • ଏକର ପ୍ରତି 10 ଟି ଲେଖାଏଁ ପକ୍ଷୀ ଆଡ୍ଡା ଲଗାନ୍ତୁ.
  • ବାରମ୍ବାର ଫସଲ ନିରୀକ୍ଷଣ କାରାନ୍ତ ଏବଂ ଲାର୍ଭା ର ଉପସ୍ଥିତି ଚେକ୍ କରନ୍ତୁ.
  • ଆଲୋକ ଟ୍ରାପ୍ (5/ଏକର) ଏବଂ ସନ୍ଧ୍ୟା ସମୟରେ ପର୍ଯ୍ୟବେକ୍ଷଣ କରନ୍ତୁ.
  • ପାରା ଫେରମୋନ ଟ୍ରାପ୍ ଏକର ପ୍ରତି 5 ଟି ଲଗାନ୍ତୁ.
  • ଭଲ ସାର ପ୍ରୟୋଗ କରି ବଡ ଏବଂ ସୁସ୍ଥ ଫସଲ ର ବିକାଶ ପାଇଁ ଚେଷ୍ଟା କରନ୍ତୁ.
  • ଅଧିକ ଜଳସେଚନ କରିବାରୁ ବିରତ ରୁହନ୍ତୁ କାରଣ ଏହା ଏହି ପୋକଙ୍କୁ ସୁହାଇଥାଏ.
  • ଫସଲ ଅମ୍ଳ ପରେ 10 ସେମି ଗଭୀର ରେ ଚାଷ କରନ୍ତୁ ଯାହା ଫଳରେ ପୋକର ଲାର୍ଭାଗୁଡିକ ଜମି ଉପରକୁ ଆସିଯିବେ ଏବଂ ଶିକାରୀ ଜୀବ ଏହାକୁ ଖାଇପାରିବେ.
  • ଏହି ପୋକର ବିକାଶ କୁ ବନ୍ଦ କରିବା ପାଇଁ ପୋଷକ ନଥିବା ଫସଲ ସହିତ ଅନ୍ତଃ ଫସଲ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ