ବିରି ଓ ମୁଗ

ନୀଳ ପ୍ରଜାପତି

Lampides boeticus

ପୋକ

5 mins to read

ସଂକ୍ଷେପରେ

  • କଢ, ଫୁଲ ଏବଂ ସବୁଜ ଛୁଇଁ ରୁ ଲାର୍ଭା ଦ୍ୱାରା ହୋଇଥିବା କଣା ଦେଖାଯାଏ.
  • ଛୁଇଁ ଭିତରେ ଥିବା ଅଂଶ କୁ ଲାର୍ଭା ଖାଇ ଏକ ବିଶେଷ ପ୍ରକାର ଗୋଲ କଣା ଗୋଟିଏ ମୁଣ୍ଡରେ କରି ଦେଇ ଥାଏ.
  • ମଧୁବିନ୍ଦୁ ର ସ୍ରାବ ଏବଂ ପିମ୍ପୁଡି ର ଉପସ୍ଥିତି ଏହି କଣା ଗୁଡିକୁ ବନ୍ଦ କରି ଦେଇଥାଏ.
  • ଯଦି ନିୟନ୍ତ୍ରଣ କରା ଜେ ଯାଏ, ସଂକ୍ରମଣ ଦ୍ୱାରା ପ୍ରବଳ କ୍ଷତି ହୋଇପାରେ.

ମଧ୍ୟ ଦେଖା ଯାଇପାରେ


ବିରି ଓ ମୁଗ

ଲକ୍ଷଣ

ପୋକର ଲାର୍ଭା ଅବସ୍ଥାରେ ଗଛର ବିଭିନ୍ନ ଅଂଶରେ ସର୍ବାଧିକ କ୍ଷୟ କ୍ଷତି ହୋଇଥାଏ. ଲାର୍ଭା ଗଛର ଭିତର ପଦାର୍ଥ ଏବଂ ଛୁଇଁରେ ଥିବା ମଞ୍ଜି ସବୁ ଖାଇଦିଏ. ଲାର୍ଭା ଫୁଟିବାର ସାଙ୍ଗେ ସାଙ୍ଗେ ପ୍ରଥମେ କଢ଼, ଫୁଲ ଓ କଞ୍ଚା ଛୁଇଁ ରେ ଖାଇବା ଯୋଗୁଁ ହୋଇଥିବା କଣା ଦେଖାଯାଏ. ଛୁଇଁରେ କ୍ଷତ ଏକ ବିଶିଷ୍ଟ ପ୍ରକାର ର ଗୋଲ କଣା ଯାହାର ପ୍ରବେଶ ପଥରେ ମଳ ଜମା ହୋଇଥାଏ, ସାଧାରଣତଃ ଛୁଇଁ ର ଏକ ମୁଣ୍ଡରେ ଦେଖାଦିଏ. ମଧୁ ବିନ୍ଦୁ ର ସ୍ରାବ ଏବଂ କଳା ପିମ୍ପୁଡି ର ଚଳପ୍ରଚଳ ଏହି ସ୍ରାବ ଚାରି ପାଖରେ ଦେଖାଦେଇଥାଏ. ରାଂଗାଛାଡି କଳା ପଡିଯିବା ହେଲେ ଜଣାପଡେ ଯେ ଛୁଇଁ କ୍ଷୟ ହୋଇଯାଇଛି. ଯେହେତୁ ଲାର୍ଭା ସିଧା ଛୁଇଁକୁ ଆକ୍ରମଣ କରିଥାଏ ଏହାର ସଂକ୍ରମଣ ଦ୍ୱାରା ଉତ୍ପାଦନରେ ପ୍ରବଳ କ୍ଷତି ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଫସଲରେ ପ୍ରାକୃତିକ ଶତ୍ରୁ ମାନଙ୍କୁ ଛାଡି ଏହି ପୋକର ନିୟନ୍ତ୍ରଣ ପ୍ରଭାବୀ ରୂପେ କରା ଯାଇ ପାରେ. ଟ୍ରାଇକୋଗ୍ରାମା ଚିଲୋଟ୍ରାଇ (Trichogramma chilotraeae), ଟ୍ରାଇକୋଗ୍ରାମାଟୋଇଡି ବ୍ୟାକ୍ଟେରା (Trichogrammatoidea bactrae), କୋଟେସିଆ ସ୍ପେକୁଲାରିସ (Cotesia specularis), ହାଇପରେନ୍ସିର୍ଟସ ଲୁକୋଏନେଫିଲା (Hyperencyrtus lucoenephila) ଏବଂ Litrodromus crassipes (ଲିଟ୍ରୋଡ୍ରୋମସ କ୍ରାସିପସ) ପରି ପରଜୀବୀ ଯାହା ଅଣ୍ଡା ଓ ଲାର୍ଭା ଖାଇଥାନ୍ତି, ର ପ୍ରୟୋଗ ଭଲ ପରିଣାମ ଦେଇଥାଏ. ପାଏସିଲୋମାଇସିସ ଲିଲାସିନସ (Paecilomyces lilacinus) ଏବଂ ଭେଟ୍ରିସିଲମ ଲେକାନି (Vetricillium lecani) ଥିବା ଜୈବିକ କୀଟନାଶକ ର ପତ୍ର ସିଞ୍ଚନ କରି ଏହି ପୋକ ର ସଂକ୍ରମଣକୁ ନିୟନ୍ତ୍ରଣ କରା ଯାଇପାରେ. ଲାର୍ଭାର ନିୟନ୍ତ୍ରଣ ପାଇଁ NSKE 5% ଦୁଇ ଥର ଏବଂ ପରେ ନିମ ତେଲ 2% ସ୍ପ୍ରେ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଯଦି ପ୍ରାକୃତିକ ଶତ୍ରୁ ଜୀବ ମାନନ୍କୁ ସଂରକ୍ଷଣ କରାଯାଏ ତାହେଲେ ରାସାୟନିକ ଉପଚାର ର ଆବଶ୍ୟକ ପଡି ନପାରେ. ଯଦି କୀଟନାଶକର ପ୍ରୟୋଗ ଆବଶ୍ୟକ ତାହେଲେ ଲାମ୍ବଡା ସିହାଲୋଥ୍ରୀନ (lambda-cyhalothrin), ଡେ଼ଲ୍ଟାମେଥ୍ରୀନ (deltamethrin) ଥିବା ଫର୍ମୁଲା ସ୍ପ୍ରେ କରି 80 ରୁ 90% ପର୍ଯ୍ୟନ୍ତ ନିୟନ୍ତ୍ରଣ ଝୁଡୁଙ୍ଗ ଓ ମୁଗ ରେ ମିଳି ପାରେ. ଅନ୍ୟ ସକ୍ରିୟ ଉପାଦାନ ମଧ୍ୟରେ ଏମାମେକ୍ଟିନ (emamectin) 5%SG (220 ଗ୍ରା/ହେ) ଏବଂ ଇଣ୍ଡୋକ୍ସାକାର୍ବ (indoxacarb) 15.8%SC (333 ମିଲି/ହେ) ଅନ୍ୟତମ. ଏହା ମାନେ ରଖନ୍ତୁ ଯେ ନୀଳ ପ୍ରଜାପତି ଏହି ରସାୟନ ଗୁଡିକ ପାଇଁ ପ୍ରତିରୋଧକ ଶକ୍ତି ସୃଷ୍ଟି କରି ପାରେ.

ଏହାର କାରଣ କଣ

ଲାମ୍ପିଡେସ ବୋଏଟିକସ (Lampides boeticus) ର ଲାର୍ଭା ଦ୍ୱାରା ମୁଖ୍ୟତଃ ଫସଲରେ କ୍ଷତି ହୋଇଥାଏ. ବୟସ୍କ ଗୁଡିକ ମେଟାଲିକ ରୁ ଗାଢ଼ ନୀଳ ରଙ୍ଗ ର ଏବଂ ଏମାନଙ୍କର ନେଳିଆ-ଧୂସର ଶରୀର ରେ ନୀଳ ବାଳ ଥାଏ. ଏକ ପରିଶିଷ୍ଟ ଅଙ୍ଗାର କଡେ କଡେ ତଳ ଡେଣା ର ତଳ ପଟେ କଳା ଚିହ୍ନ ଗୁଡ଼ାଏ ଦେଖାଯାଏ. ତଳପଟେ ବହୁତ ଧଳା ଏବଂ ବାଦାମୀ ପଟ୍ଟି ଏବଂ ବାଦାମୀ ଚିହ୍ନ ସାଧାରଣତଃ ଡେଣା ର ଧାର ପାଖରେ ଦେଖାଯାଏ. ମାଈ ପୋକ ମଳିନ ନୀଳ କିମ୍ବା ଧଳା ରଙ୍ଗର ଅଣ୍ଡା ଗୋଟି ଗୋଟି କରି କଢ଼, ଫୁଲ, କଞ୍ଚା ଛୁଇଁ ଏବଂ ବର୍ଦ୍ଧିଷ୍ଣୁ କାଣ୍ଡ ଓ ପତ୍ର ରେ ଦେଇଥାଏ. ଲାର୍ଭା ଗୁଡିକ ମଳିନ ସାଗୁଆ ରୀ ବାଦାମୀ ରଙ୍ଗ ଏବଂ ଅଳ୍ପ ଗୋଲ ଆକାରର ଦେଖାଯାଏ ଯାହା ସ୍ଲଗ୍ (ଖୋଳପା ନଥିବା ଶାମୁକା ଜାତୀୟ ଜୀବ) ପରି ଦେଖାଯାଏ. ତାପମାନ ଉପରେ ନିର୍ଭର କରି ଲାର୍ଭା ଅବସ୍ଥା ଦୁଇ ରୁ ଚାରି ସପ୍ତାହ ପର୍ଯ୍ୟନ୍ତ ହୋଇପାରେ.


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଅଞ୍ଚଳରେ ମିଳୁଥିବା ସହନଶୀଳ କିମ୍ବା ପ୍ରତିରୋଧି କିସମ ଲଗାନ୍ତୁ.
  • ଅତି ଶୀଘ୍ର କିମ୍ବା ବିଳମ୍ବ ରେ ବିହନ ଲଗାନ୍ତୁ ନାହିଁ ଯାହା ଏହି ପୋକ କୁ ସୁହାଇଥାଏ.
  • ତଳି ଘରା କିମ୍ବା ମୁଖ୍ୟ ଜମିରେ ଦେଖାଯାଉଥିବା ଲାର୍ଭା ଗୁଡିକୁ ହାତରେ ଉଠାଇ ନଷ୍ଟ କରି ଦିଅନ୍ତୁ.
  • ନିୟମିତ ଭାବେ ମାଟି ଖୋଲି ଲାର୍ଭା ପ୍ୟୁପା କୁ ମାଟି ଉପରକୁ ଉଠାନ୍ତୁ.
  • ପ୍ରବଳ ପରିମାଣରେ କୀଟନାଶକ ବ୍ୟବହାର କରନ୍ତୁ ନାହିଁ ଯାହା ଏଇ ପୋକର ପ୍ରାକୃତିକ ଶତ୍ରୁ ମାନଙ୍କୁ ନଷ୍ଟ କରିଦେବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ