ବାଇଗଣ

ବିହାର ଲୋମଶ ସମ୍ବାଳୁଆ

Spilarctia obliqua

ପୋକ

5 mins to read

ସଂକ୍ଷେପରେ

  • ସଂକ୍ରମିତ ପତ୍ର ଶୁଖିଯାଏ । ସଂପୂର୍ଣ୍ଣ ପତ୍ରହୀନତା । ବୁଣା ଯାଇଥିବା ଜାଲ ଥିବା ପତ୍ର । ଲାଲ ତଳି ପେଟ ଓ କଳା ଚିହ୍ନ ଥିବା ବାଦାମୀ ପ୍ରଜାପତି । ହଳଦିଆ ଠାରୁ କଳା ଲୋମ ଦ୍ଵାରା ଶୂକ ଆବରିତ ହୋଇଥାଏ ।.

ମଧ୍ୟ ଦେଖା ଯାଇପାରେ

16 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

ସହଳ ଆକ୍ରାନ୍ତ ପତ୍ରଗୁଡ଼ିକ ବାଦାମୀ ହଳଦିଆ ରଙ୍ଗ ହୋଇ ଶୁଖିଯାଏ । ସମ୍ବାଳୁଆ ଆଗକୁ ଯିବା ବେଳେ ପୁରା ପତ୍ର ଟିସୂ ଖିଆଯାଏ । ଅତ୍ୟଧିକ ଆକ୍ରାନ୍ତ କ୍ଷେତ୍ରରେ , ଗଛ ପତ୍ରହୀନ ହୁଏ ଓ କେବଳ କାଣ୍ଡ ଦେଖାଯାଏ । ପତ୍ର ଜାଲ ଓ ବୁଣା ହୋଇଥିବା ଭଳି ଦେଖାଯାଏ ଓ ଘଟଣାକ୍ରମେ କଙ୍କାଳ ହୋଇଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ବିହାର ଲୋମଶ ସମ୍ବାଳୁଆ ସଂଖ୍ୟା ଓ ନିର୍ଦ୍ଦିଷ୍ଟ ଭାବରେ ଶୂକ ଅବସ୍ଥାରେ କେତେକ ପ୍ରାକୃତିକ ଶତ୍ରୁ ଦ୍ଵାରା ନିୟନ୍ତ୍ରିତ ହୋଇପାରିବ । ଉପକାରୀ ପରଜୀବୀଗୁଡିକ ବ୍ରାକୋନୀଡ ପରଭକ୍ଷୀ : ମେଟିୟର୍ସ ସ୍ପିଲୋସୋମେ ଏବଂ ପ୍ରୋଟାପାଣ୍ଟେଲେସ ଅବ୍ଳିକ୍ୱା , ଗ୍ଲାଇପ୍ତାପାଣ୍ଟେଲେସ ଅଗାମେମନୋନସିସ ଓ କୋଟେସିଆ ରୁଫିକ୍ରସ ( ଇଚ୍ନେଊମୋନିଡ ସହିତ ) ,ଆଗାଥିସ ଜାତି ,ଝାଲର ଡେଣା ପ୍ରଜାପତି , ଇନ୍ଦ୍ରକୋପୀ ଭୃଙ୍ଗ , ବୁଢିଆଣୀ ,ଲାଲ ପିମ୍ପୁଡି ,କଙ୍କି ,ଶିକାରୀ ମାନତିଶ , ଭୁଇଁ ଭୃଙ୍ଗ ଏବଂ ଢାଲ ଭୃଙ୍ଗ

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ପ୍ରୟୋଗ କରନ୍ତୁ । ଅତ୍ୟଧିକ କୀଟନାଶକ ପ୍ରୟୋଗ ଯୋଗୁଁ କିଛି ମାଛି ଜାତି ପ୍ରତିରୋଧି ଶକ୍ତି ଲାଭ କରିଛନ୍ତି , ତେଣୁ କୀଟନାଶକ ସତର୍କତାର ସହିତ ପ୍ରୟୋଗ କରିବା ଉଚିତ । ଏହାକୁ ନିଷେଧ କରିବା ପାଇଁ , କୀଟନାଶକ ଓ ବ୍ୟବହୃତ ମିଶ୍ରଣ ମଧ୍ୟରେ ପର୍ଯ୍ୟାୟ ସୁନିଶ୍ଚିତ କରନ୍ତୁ । ଲାମ୍ବ୍ଡ଼ା -ସିଆହାଲୋଥ୍ରିନ 10 ଇସି 0.6ମିଲି 1 ଲିଟର ପାଣିରେ ମିଶାଇ ସମ୍ବାଳୁଆ ଛୋଟ ଥିବା ସମୟରେ ସିଞ୍ଚନ କରନ୍ତୁ । ଫେନଥୋଏଟ 50% ମଧ୍ୟ ଏସ॰ ଅବ୍ଳିକ୍ୱା ଦମନ କରିବାରେ ସାହାଯ୍ୟ କରିପାରେ ।

ଏହାର କାରଣ କଣ

ସ୍ପିଲାର୍କିଟିଆ ଅବ୍ଲିକ୍ୱା ଶୂକ ଦ୍ଵାରା ଏହି ଲକ୍ଷଣ ଦେଖାଯାଏ । ଲାଲ ତଳି ପେଟ ଏବଂ କଳା ଚିହ୍ନ ସହିତ ବୟସ୍କ ପ୍ରଜାପତି ମଧ୍ୟମ ଧରଣର ବାଦାମୀ ରଙ୍ଗର ଅଟନ୍ତି । ମାଇମାନେ ପତ୍ର ତଳ ପଟେ ଗୁଚ୍ଛ ଭାବରେ ( 1000 ପର୍ଯ୍ୟନ୍ତ ) ଅଣ୍ଡା ଦିଅନ୍ତି । ଅଣ୍ଡା ଫୁଟିବା ପରେ , ଶୂକ ଲମ୍ବା ହଳଦିଆ ଠାରୁ କଳା ଲୋମଶ ଦ୍ଵାରା ଆବୃତ ହୁଏ ଓ ଗଛ ନିକଟରେ ପଡିଥିବା ପତ୍ରରେ କୋଷା କରେ ।ଶୂକର ପ୍ରାଥମିକ ଅବସ୍ଥାରେ ପତ୍ର ତଳ ପଟେ ମନ ଇଚ୍ଛା ହରିତ ଲବକ ଖାଏ । ପର ଅବସ୍ଥାରେ ଏହା ଏକା ଏକା ପତ୍ର ଧାର ଠାରୁ ଖାଇବା ଆରମ୍ଭ କରେ । ସାଧାରଣତଃ , ଶୂକ ପରିପକ୍ଵ ପତ୍ର ପସନ୍ଦ କରନ୍ତି , ପ୍ରପୀଡନ ମାତ୍ରା ଅଧିକ ରହିଲେ ଅଗ ଡାଳ ମଧ୍ୟ ପ୍ରଭାବିତ ହୋଇପାରେ । ବିହାର ଲୋମଶ ସମ୍ବାଳୁଆ ଡାଲି ଜାତୀୟ , ତୈଳ ଜାତୀୟ , ଶସ୍ୟ ଜାତୀୟ ଏବଂ କେତେକ ନିର୍ଦ୍ଦିଷ୍ଟ ପରିବା ଓ କେତେକ ଦେଶରେ ଛଣି ଆଦି ଫସଲକୁ ଆକ୍ରମଣ କରେ ଓ ଅଧିକ ଅର୍ଥନୈତିକ କ୍ଷତି କରିପାରେ । ପ୍ରପୀଡନ ମାତ୍ରା ଓ ପାଣିପାଗ ପରିସ୍ଥିତି ଅନୁସାରେ ଅମଳ କ୍ଷତିର ପରିମାଣ ବଦଳେ ଯେହେତୁ ଏହି ଜାତିର ବିକାଶ ପାଇଁ 18 ରୁ 33 ଡିଗ୍ରୀ C ଅନୁକୂଳ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ମାଟିରୁ କୋଷା ଦୂର କରିବା ପାଇଁ ଗଭୀର ଖରାଟିଆ ଚାଷ ଯୋଜନା କରନ୍ତୁ । ମୌସୁମୀ ପୂର୍ବରୁ ବୁଣିବା ବାରଣ କରନ୍ତୁ । ଉପଯୁକ୍ତ ବିହନ ହାର ବ୍ୟବହାର କରନ୍ତୁ , ଅଧିକ କିମ୍ବା କମ ନୁହେଁ । ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ । ଭଲ ଭାବରେସଢା ଖତ ପ୍ରୟୋଗ କରନ୍ତୁ । ହରଡ ( ସହଳ ଅମଳ ଯୋଗ୍ୟ ) , ମକାର କେତୋଟି କିସମ କିମ୍ବା ଜୋୱାର ଭଳି ଗୋଟିଏ ଫସଲ ସହିତ ପର୍ଯ୍ୟାୟ କରନ୍ତୁ । ପୋକ ଲକ୍ଷଣ ପାଇଁ ( ଅଣ୍ଡା , ସମ୍ବାଳୁଆ ଏବଂ ଅନ୍ୟ କ୍ଷତି ପାଇଁ ) ନିୟମିତ ଜମି ନିରୀକ୍ଷଣ କରନ୍ତୁ । ଜମିରେ ଏବଂ ଜମି ଚାରିପାଖରେ ତୃଣନାଶକ ପ୍ରୟୋଗ କରି ବା ଜନ୍ତ୍ର ସହାୟତାରେ ଘାସ ଉପଯୁକ୍ତ ଭାବରେ କାଢନ୍ତୁ । ଆକ୍ରାନ୍ତ ଗଛ ଅଂଶ ସଂଗ୍ରହ କରି ଜମି ଠାରୁ ଦୂରରେ ନଷ୍ଟ କରନ୍ତୁ । ପକ୍ଷୀମାନଙ୍କ ପାଇଁ ଖୋଲା ଜାଗା ଓ ଆଶ୍ରୟ ସ୍ଥଳ ନିର୍ମାଣ କରନ୍ତୁ ଯାହାକି ଶୂକ ଖାଇବ । ବ୍ୟାପକ କୀଟନାଶକ ପ୍ରୟୋଗ ନିୟନ୍ତ୍ରଣ କରନ୍ତୁ ,ଯେହେତୁ ଏହା ଉପକାରୀ କୀଟ ଉପରେ ପ୍ରଭାବ ପକାଇପାରେ । ଅମଳ ପରେ ଫସଲ ଅବଶେଷ ଓ ସହଯୋଗୀ ଗଛ କାଢିଦିଅନ୍ତୁ । ଧାନ କିମ୍ବା ମକା ଭଳି ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ