ଷ୍ଟ୍ରବେରୀ

ଭରଟିସିଲିଅମ ଝାଉଁଳା

Verticillium spp.

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଧାରରୁ ଆରମ୍ଭ ହୋଇ ଏହା ହଳଦିଆ ହୋଇଯାଏ.
  • ପତ୍ରର ମୁଖ୍ୟ ଶିରା ହିଁ ସବୁଜ ରଂଗର ରହିଥାଏ.
  • କାଣ୍ଡ ଉପରେ କଳା ରଂଗର ଗାର ଦେଖା ଯାଇଥାଏ.
  • ଗଛଟି ଝାଉଁଳି ଯାଏ.

ମଧ୍ୟ ଦେଖା ଯାଇପାରେ

24 ଫସଲ ଗୁଡିକ
ଆପ୍ରିକଟ
ବିନ
କଲରା
ବନ୍ଧାକୋବି
More

ଷ୍ଟ୍ରବେରୀ

ଲକ୍ଷଣ

ବିଭିନ୍ନ ଫସଲ ରେ ଏହି ରୋଗର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ. ସାଧାରଣତଃ ପ୍ରଥମେ ପୁରୁଣା ପତ୍ର ଗୁଡିକର ଧାରରେ ଶିରା ପ୍ରଶିରା ରେ ସବୁଜ ରଙ୍ଗ କାମ ହୋଇଥାଏ. ଧୀରେ ଧୀରେ ଏହା ବଢିଥାଏ ଏବଂ ବହୁତ ସମୟରେ ପତ୍ର ର ଗୋଟିଏ ପାଖରେ ହିଁ ଝାଉଁଳି ଥାଏ. ଏହି ଲକ୍ଷଣ କୁ ଏକ ପକ୍ଷ ଝାଉଁଳା ବା ସେକଟୋରାଲ ବର୍ଣହୀନତା (Sectoral Chlorosis) କୁହାଯାଏ. ଗରମ ଖରାଟିଆ ପାଗରେ ଏହାର ପ୍ରଭାବ ବହୁତ ବଢି ଯାଇଥାଏ. କାଣ୍ଡ ରେ କଳା କଳା ପଟ୍ଟା ସୃଷ୍ଟି ହେଇଥାଏ ଏବଂ ଏହା ଗଛର ନିମ୍ନ ଭାଗରୁ ଉପର ଆଡକୁ ବଢି ଚାଲେ ଯାହାକି ପରେ ଝାଉଁଳି ଯାଏ. ବଡ ବଡ ଗଛରେ ବୃଦ୍ଧି କମ, ଶୀଘ୍ର ପତ୍ର ଝଡା, ଶାଖା ଛୋଟ ହେଇଯାଇ ମରିଯିବା ହେଉଛି ଏହାର ଲକ୍ଷଣ. ଅନ୍ୟ ଏକ ଲକ୍ଷଣ ହେଲା କାଣ୍ଡରେ ଗୋଳାକୃତି ଦାଗ ଦେଖାଯିବା. ବେଳେ ବେଳେ ବହୁତ ପାଖରୁ ଜବକାଚ ଦ୍ୱାରା ନିରୀକ୍ଷଣ କଲେ ଗଛ ଜୀବନ୍ତ କିମ୍ୱା ମୃତ ଟିସୁ ରେ ଛୋଟ ଛୋଟ କଳା ବିନ୍ଦୁ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଷ୍ଟ୍ରେପ୍ଟୋମାଇସେସ୍ ଲାୟଡିକସ୍ (Streptomyces Lydicus) ଆଧାରିତ ଜୈବିକ କବକନାଶକ ଏହି କବକର ଜୀବନଚକ୍ର ରେ ବାଧା ସୃଷ୍ଟି କରିଥାଏ ଏବଂ ଏହି ରୋଗର ସଂକ୍ରମଣ କୁ ଓ ବିସ୍ତାରକୁ ନିୟନ୍ତ୍ରଣ କରିପାରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯେତେବେଳେ ଫସଲ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଏ ଏହି ରୋଗକୁ ନିୟନ୍ତ୍ରଣ ଓ ଏହାର ଉପଚାର କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ. ମୃତ୍ତିକା ଜନିତ ଫୁମିଗାଣ୍ଟ ପ୍ରୟୋଗ ଏକ ପ୍ରଭାବଶାଳୀ ଉପାୟ ଅଟେ, କିନ୍ତୁ ଏହା ମହଂଗା ତଥା କଷ୍ଟକର ହୋଇଥାଏ. ଏହାର ପ୍ରଭାବ, କେଉଁ ରସାୟନ କେତେ ପରିମାଣରେ ବ୍ୟବହାର କରାଯାଇଛି ଏବଂ ପରିପାର୍ଶ୍ଵିକ ପରିସ୍ଥିତି ଉପରେ ନିର୍ଭର କରେ. ସଂକ୍ରମିତ ହେଇଥିବା ଡାଳ ପତ୍ର କୁ ମଧ୍ୟ କୀଟନାଶକ ପ୍ରୟୋଗ କରାଯାଇପାରେ.

ଏହାର କାରଣ କଣ

ମୃତ୍ତିକା ଜନିତ କବକ ସମୂହ ଏହି ରୋଗ ଲକ୍ଷଣ ଗୁଡିକର କାରଣ. ମୁଖ୍ୟତଃ ଭର୍ଟିସିଲିଅମ ଡାଃଲିୟେ (Verticillium Dahliae) ଯାହାକି କୌଣସି ପୋଷକ ଗଛର ଅନୁପସ୍ଥିତିରେ ଗଛ ଅବଶେଷରେ ମାଟିରେ ବହୁତ ସମୟ ବଂଚି ରହିଥାଏ. ମୂଳ ଦ୍ୱାରା କିମ୍ବା ଖଣ୍ଡିଆ ଟିସୁ ମଧ୍ୟ ଦେଇ ଏହି କବକ ବାହକ କୋଷ ମାନଂକୁ ସଂକ୍ରମଣ କରି ଥାଏ. ଥରେ ଏହା ଗଛ ମଧ୍ୟରେ ପଶିଲା ପରେ ତୀବ୍ର ଗତିରେ ବଢିଥାଏ ଏବଂ ପାଣି ଆଉ ଖାଦ୍ୟସାର ର ଯାତାୟାତ କୁ ବନ୍ଦ କରିଦେଇଥାଏ, ଯଦ୍ୱାରା ପତ୍ର ଆଉ କାଣ୍ଡ ଝାଉଁଳି ନଷ୍ଟ ହେଇଯାଇଥାଏ ଓ ଫସଲର ବାୟୁବୀୟ ଅଂଶ(ପତ୍ର ଓ କାଣ୍ଡ ସବୁ) ସବୁ ଧ୍ୱଂସ ହୋଇଯାଏ. ପର ସ୍ତରରେ ଏହି କବକ ମୃତ ଟିସୁରେ ବଢି ବଢି କଳା ଦେଖାଯାଏ ଏବଂ ଜବକାଚ ଦ୍ୱାରା ଏହା ପର୍ଯ୍ୟବେକ୍ଷଣ କରା ଯାଇପାରେ. ଗୋଟିଏ ଜାଗାରେ ଏହି କବକ ବହୁତ ବର୍ଷ ଧରି ବଞ୍ଚିପାରେ.


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧକ ଏବଂ ସହନଶୀଳ କିସମର ବିହନ ଲଗାନ୍ତୁ.
  • କେବେ ବି ରୋଗକୁ ସୁହାଉଥବା କିସମର ଅନ୍ତଃ ଫସଲ ଲଗାନ୍ତୁ ନାହିଁ.
  • ବହୁତ ଯବକ୍ଷାରଜାନଯୁକ୍ତ ସାର ଏବଂ ଅଧିକ ଜଳସେଚନ କରନ୍ତୁ ନାହିଁ.
  • ରୋଗ ପ୍ରତିରୋଧକ ତତ୍ତ୍ୱ କୁ ଉପଯୋଗ କରନ୍ତୁ.
  • ସଂକ୍ରମିତ ଗଛର ଡାଳପତ୍ର କାଟି ଜଳାଇ ଦିଅନ୍ତୁ.
  • ବ୍ୟବହାର କରିଥିବା ସବୁ ଉପକରଣ ଗୁଡିକୁ ଭଲଭାବରେ ସଫା କରନ୍ତୁ.
  • ଗଛ ଓଦା ଥିବା ସମୟରେ ଜମିରେ କାମ କରନ୍ତୁ ନାହିଁ.
  • କାମ କଲାବେଳେ ମୂଳ ନଷ୍ଟ ନହୁଏ ତାହାର ଯତ୍ନ ନିଅନ୍ତୁ.
  • ଜମିକୁ କିଛି ଦିନ ପାଇଁ ଖରା ରେ ରଖିଲେ ରୋଗର ସଂକ୍ରମଣ କମିଥାଏ.
  • ଗଛ ଅବଶେଷ ସବୁ ଗଭୀର ଜମିରେ ପୋତି ଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ.
  • ଯେଉଁ ଫସଲରେ ଏହି ରୋଗ ଲାଗେ ନାହିଁ, ତାହା ସାଙ୍ଗରେ ଫସଲ ଚକ୍ରୀକରଣ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ