ବିରି ଓ ମୁଗ

ବିରି କୁଞ୍ଚିତ ପାତ୍ର ଭୂତାଣୁ

ULCV

ଭୁତାଣୁ

5 mins to read

ସଂକ୍ଷେପରେ

  • ବିରି(cv ॰ t-9) ବୁଣିବାର ପ୍ରାୟ 3 ସପ୍ତାହ ପରେ ବିହନ ବାହିତ ସଂକ୍ରମଣ ସହ ଏହା ଦେଖାଦିଏ । ପ୍ରାରମ୍ଭିକ ଲକ୍ଷଣରେ ଫିକା ସବୁଜ ରଙ୍ଗ ସହ ତୃତୀୟ ତ୍ରିପତ୍ରକ ପତ୍ରର ଆକାର ବଡ ହୁଏ । ତାପରେ ଏକ ନିର୍ଦ୍ଦିଷ୍ଟ ପ୍ରକାର କୁଞ୍ଚନ ସ୍ପଷ୍ଟ ଭାବରେ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ବିରି ଓ ମୁଗ

ଲକ୍ଷଣ

ସଂକ୍ରମିତ ବିହନରୁ ହୋଇଥିବା ତୃତୀୟ ତ୍ରିପତ୍ରଟି ଆକାରରେ ବଡ ଦେଖାଯାଏ । ପତ୍ରଗୁଡ଼ିକ ସାଧାରଣ ପତ୍ରଠାରୁ ଫିକା ସବୁଜ ଦେଖାଯାଏ। ନିର୍ଦ୍ଦିଷ୍ଟ ଲଳ ରଙ୍ଗର ବିବର୍ଣତା ସହିତ ଡେମ୍ଫ ଛୋଟ ଓ ପତ୍ରଶିରା ମୋଟା ହୁଏ। ଲଗାଇବାର ଏକ ମାସ ପରେ ପାତ୍ର ସୁଖିବା ଓ କୁଞ୍ଚନ ହେବା ଆରମ୍ଭ ହୁଏ ଓ ଖଦଡା ଓ ଚମଡା ଭଳି ହୁଏ। ବିଳମ୍ବ ବୃଦ୍ଧି ଅବସ୍ଥାରେ ବାହକ ପୋକ ଦ୍ଵାରା ସଂକ୍ରମିତ ଗଛରେ ନୂଆ ପତ୍ରରେ ଲକ୍ଷଣ ଦେଖାଯାଏ । ପୁରୁଣା ପତ୍ର ଲକ୍ଷଣ ମୁକ୍ତ ରହେ । ପତ୍ରରେ ଶିରାର ସ୍ପଷ୍ଟ ପାଣ୍ଡୁରତା ଦେଖାଯାଏ ଓ ଫୁଲ ବିକୃତ ହୋଇଯାଏ । ଛୋଟ ଫୁଲ କଢି ଓ ରୁଗୁଡିଆ ବୃଦ୍ଧି ଦେଖାଯାଏ । କେତେକ ଉତ୍ପାଦିକା ଫୁଲରେ ବିବର୍ଣ ଓ ବଡ ମଞ୍ଜି ଦେଖାଯାଏ । ପରାଗ ରରେଣୁ ଉର୍ବରତା ଓ ଫଳ ହେବ ପ୍ରଭାବିତ ହୋଇ ଅମଳ କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣ ନିୟନ୍ତ୍ରଣ କମାଇବା ପାଇଁ ବିଭିନ୍ନ ପ୍ରକାର ଜୈବିକ ମାଧ୍ୟମ ନିଆଯାଇପାରେ । ସୁଡ଼ୋମୋନସ ଫ୍ଲୁରେସେନ୍ସ ର ମାଟି ଓ ପତ୍ର ସିଂଚନ ବାହକ ସଂଖ୍ୟା କମାଏ । ଏହା ଦେଖାଯାଇଛି ଯେ ସଦ୍ୟ ଲହୁଣୀ କ୍ଷୀର ରୋଗ ସଂକ୍ରମଣ ଉପରେ ପ୍ରଭାବ ପକାଏ । ମିରାବିଲିସ ଜଳପା , କଥାରନ୍ଥାସ ରୋଜେଆସ , ଡାତୁରା ମେଟାଲ ,ବାଗନଭିଲା ସ୍ପେକ୍ତାବିଲିସ ଓ ନିମ୍ବର ନିର୍ଯ୍ୟାସ ଜମିରେ ଭୂତାଣୁ ଉପରେ ପ୍ରଭାବ ପକାଏ

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ ରାସାଯନିକ ନିୟନ୍ତ୍ରଣ ବ୍ୟବସ୍ଥା ନାହି , କିନ୍ତୁ ଶରୀର ଚର କୀଟନାଶକ ପ୍ରୟୋଗ କରି ବାହକ ସଂଖ୍ୟା କମାଯାଇପାରେ । ଇମିଦାକ୍ଲୋର୍ପିଦ 70 WS@ 5ml ପ୍ରତି 1 କେଜି ବିହନରେ ବିହନ ଉପଚାର କରାଯାଏ । ଡାଇମେଥୋଏଟ କୀଟନାଶକ ପତ୍ର ସିଂଚନ ରୂପେ ବ୍ୟବହାର କରାଯାଏ । 2,4-ଡିକ୍ସୋହେକ୍ସାହାଇଡ୍ରୋ 1,3,5-ଟ୍ରାଇଆଜିନ (DHT )ଭୂତାଣୁ ସଂକ୍ରମଣ କମାଏ ଓ ଏହାର ଉଷୁମେଇବା ସମୟ ବଢାଏ ।

ଏହାର କାରଣ କଣ

ଏହି ଭୂତାଣୁ ବିହନ ବାହିତ ଅଟେ ,ତେଣୁ ପ୍ରାରମ୍ଭିକ ଲକ୍ଷଣ ଚାରାରେ ଦେଖାଯାଏ । ଗଛକୁ ଗଛ ପରବର୍ତୀ ସଂକ୍ରମଣ ବାହକ ପୋକ ଦ୍ଵାରା ହୁଏ ଯିଏ ଗଛ ରସ ଖାଏ ଯଥା ଯାଉ ପୋକ , ଧଳା ମାଛି ଓ ପତ୍ର ଖିଆ ବିଟଲ । ଭୂତାଣୁ ସଂକ୍ରମଣ ମାତ୍ରା ଏବଂ ରୋଗ ବିସ୍ତାର ଗଛର ସହିବା ଶକ୍ତି , ବାହକର ସଂଖ୍ୟା ଓ ପାଣି ପାଗ ଦ୍ଵାରା ନିର୍ଦ୍ଧାରିତ ହୁଏ । ରୋଗ ସଂକ୍ରମଣର ସମୟ ଅନୁସାରେ ଅମଳ 35 ରୁ 81% ପର୍ଯ୍ୟନ୍ତ କମିପାରେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛ କିମ୍ବା ପ୍ରାମାଣିକ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ । ସହନୀୟ କିମ୍ବା ପ୍ରତିରୋଧି କିସମ ଲଗାନ୍ତୁ । ରୋଗ ବାହାକର ଲକ୍ଷଣ ଦେଖିବା ପାଇଁ ଜମି ନିରୀକ୍ଷଣ କରନ୍ତୁ ।ସଂକ୍ରମିତ ଦେଖାଯାଉଥିବା ଗଛକୁ କାଢି ପୋତି ଦିଅନ୍ତୁ । ଅତ୍ୟଧି ଘାସ ବୃଦ୍ଧିକୁ ବାରାଁ କରନ୍ତୁ , ଏହା ବିକଳ୍ପ ପୋଷକ ହୋଇପାରେ ।ରୋଗ ବିସ୍ତାର କମାଇବା ପାଇଁ ପ୍ରତିବନ୍ଧକ ଫସଲ ଯଥା ମକା ,ଜୋଆର କ୍ଷୁଦ୍ର ଶସ୍ୟ ବ୍ୟବହାର କରନ୍ତୁ । ଅମଳ ପରେ ଗଛର ଅବଶେଷ କାଢି ଜାଳି ଦିଅନ୍ତୁ ।ଏହି ବାହକକୁ ନ ସୁହେଇବା ଭଳି ଫସଲ ସହ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ